September 12, 2024

Odia Express

Leading Odia News Portal of Odisha

୧୩ ଏପ୍ରିଲ ୨୦୨୩ ଗୁରୁବାର,ଆଜିର ରାଶିଫଳ ରେ କଣ ରହିଛି ଆପଣଙ୍କ ଭାଗ୍ୟ,ଏହି ରାଶି ଙ୍କ ପାଇଁ ରହିଛି ଶୁଭ ଖବର

ମେଷ ରାଶି: ଆର୍ଥିକ ଅବସ୍ଥା ସୁଦୃଢ ରହିବ।କୌଣସି କାର୍ଯ୍ୟରେ ଅସୁବିଧା ଦେଖା ଯିବ ନାହିଁ। କେହି ନୂଆ ଅତିଥି ଆପଣଙ୍କ ଘରକୁ ଆଜି ଆସି ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଆଜି ଦେଖାହୋଇପାରେ।

ବୃଷ ରାଶି:- ଅନେକ ଦିନ ଧରି ଚାଲି ଆସୁଥିବା ସମସ୍ୟାର ସମାଧାନ ହେବ। ଆଜି ଆପଣ ନିଜର ପରିଶ୍ରମ ଅନୁସାରେ ସୁଫଳ ପାଇବେ। ବୃଥା ବିବାଦ ମଧ୍ୟରେ ନ ପଡ଼ିବା ଆବଶ୍ୟକ।ବ୍ୟବସାୟରେ ପରିଶ୍ରମ ଅନୁସାରେ ଫଳ ପାଇବେ। ଚାକିରୀ କରୁଥିବା ଲୋକଙ୍କୁ ଛୁଟି ସମୟରେ କାର୍ଯ୍ୟ କରିବାକୁ ପଡିପାରେ।

ମିଥୁନ ରାଶି:- ପରିବାରରେ କେହି ଜଣେ ଆଜି ଆପଣଙ୍କୁ କଷ୍ଟ ଦେଇ ପାରନ୍ତି। ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ନିଜର ପ୍ରେମ ସମ୍ପର୍କ ବିଷୟରେ ଘର ଲୋକଙ୍କ ସହିତ ଆଲୋଚନା କରନ୍ତୁ। ଆଜି ଆପଣ ଗରିବ ଲୋକ ମାନଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ସହାୟତା କରନ୍ତୁ। ଆପଣଙ୍କ ଦିନ ଶୁଭ ରହିବ।

କର୍କଟ ରାଶି:- ମାତା ଓ ପିତା ଉଭୟ ପିଲା ମାନଙ୍କ ସହାୟତା ମାଗିବା ଆବଶ୍ୟକ। ପରିବାରରେ ସମସ୍ତଙ୍କ ମନ ଆପଣ ଉତ୍ତମ କାର୍ଯ୍ୟ କରି ଜିତିଯିବେ। କର୍ମ କ୍ଷେତ୍ରରେ ଆଜିର ଦିନ ବହୁତ ଭଲରେ ଅତିବାହିତ ହେବ। ସରକାରୀ ଚାକିରୀ କରୁଥିବା ଲୋକ ବହୁତ ଭଲରେ ଦିନ ଅତିବାହିତ କରିବେ।

ସିଂହ ରାଶି:- ଆଜି ଆପଣ ଉତ୍ତମ ଭୋଜନ କରିବେ। ବନ୍ଧୁମିଳନ ହେବାର ସମ୍ଭାବନା ରହିଛି। ଦୂର ଯାତ୍ରା କରିବା ପାଇଁ ସମୟ ଅନୁକୂଳ ନୁହେଁ ତେଣୁ ଆପଣ ଏହି କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ।କୌଣସି ଜିନିଷ ଉପରେ ଆଜି କେବେ ମଧ୍ୟ ଚିନ୍ତା କରନ୍ତୁ ନାହିଁ।

କନ୍ୟା ରାଶି:- ପୁରୁଣା ବନ୍ଧୁଙ୍କ ସହିତ ଦେଖାହୋଇପାରେ। ଆଜି କାର୍ଯ୍ୟର ଭାର ବଢ଼ିବା କାରଣରୁ ମନରେ ଚିନ୍ତା ଲାଗି ରହିବ।

ତୁଳା ରାଶି:- ଆଜି ଦିନ ଆପଣ ସମ୍ପୂର୍ଣ୍ଣ ଭାବରେ ଭଲରେ ଅତିବାହିତ କରିବେ। ପୂର୍ବରୁ କରାଯାଇଥିବା ଉପାୟରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।

ବିଛା ରାଶି:- ବ୍ୟବସାୟରେ ଭଲ କରିବା ଫଳରେ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଆଜି ଆପଣ କାହାର ସହାୟତା ନେଇପାରନ୍ତି।

ଧନୁ ରାଶି:- ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ। କାର୍ଯ୍ୟରେ ସୁଧାର ଆସିପାରେ ଓ ଆପଣଙ୍କୁ କେହି ଆଜି ଭଲ ଉପାୟ କହିବେ।

ମକର ରାଶି:- ଧାର୍ମିକ ସ୍ଥାନରେ ଦାନ କରିବା ଫଳରେ ସମାଜରେ ଆପଣଙ୍କ ମାନସମ୍ମାନ ବଢିବ। ଜୀବନ ସାଥିଙ୍କ ସହିତ ଆଜି ବୁଲିବାକୁ ଯାଇ ପାରନ୍ତି।

କୁମ୍ଭ ରାଶି:- ଆଜି ଆପଣଙ୍କ ସ୍ୱାସ୍ଥ୍ୟର କିଛି ବାଧା ଆସିପାରେ ଓ ଏହା କାରଣରୁ ଅର୍ଥ ଖର୍ଚ୍ଚ ହୋଇପାରେ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ।

ମୀନ ରାଶି:- ଆପଣଙ୍କ ବ୍ୟବସାୟରେ ଆପଣ ନିଶ୍ଚୟ ଭାବରେ ଉନ୍ନତି କରିବେ। ଅନେକ ଦିନ ପରେ ଆପଣଙ୍କର ଭଲ ସ୍ଥିତି ଆସିବାକୁ ଯାଉଚି।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *