September 12, 2024

Odia Express

Leading Odia News Portal of Odisha

11 ଏପ୍ରିଲ ୨୦୨୩ ମଙ୍ଗଳବାର,ଆଜିର ରାଶିଫଳ,କେମିତି କାଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ଜୀବନରେ ଆସିବ ଖୁସି ଖବର…

ମେଷ ରାଶି:- ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ବାଧା ଆସିପାରେ। କାହା ଉପରେ ଅଧିକ ବିଶ୍ୱାସ ରଖନ୍ତୁ ନାହିଁ। ଆଜି ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।କିଛି ଜିନିଷ ନୂଆ କରି ଆରମ୍ଭ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଶୁଭ ପରିସ୍ଥିତି ରହିଛି।ବୈବାହିକ ଜୀବନରେ ଛୋଟ ବିବାଦ ଦେଖା ଯାଇପାରେ।

ବୃଷ ରାଶି:- ଆପଣଙ୍କ କାମରେ ବହୁତ ବାଧା ଆସିବା ସହିତ ଅନେକ କଷ୍ଟ ମଧ୍ୟ ଅନୁଭବ କରିବେ। ଆପଣଙ୍କ ଏବେ ଅନେକ ଦିନ ପରେ ଭଲ ପରିସ୍ଥିତି ଆସିବାକୁ ଯାଉଚି।ଆପଣଙ୍କୁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡ଼ିପାରେ। ଘରେ କୌଣସି ଏକ ଖୁସି ଖବର ପାଇ ପାରନ୍ତି।

ମିଥୁନ ରାଶି:- ଆଜି କିଛି ନୂଆ କାମ ଆରମ୍ଭ କରି ପାରନ୍ତି। ଯଦି ଆପଣ ବାହାର କମ୍ପାନୀରେ ଟଙ୍କା ନିବେଶ କରିଛନ୍ତି ତେବେ ନିବେଶ କରିଥିବା ଟଙ୍କା ଦୁଇଗୁଣ ହେବ। କେହି ନୂଆ ଅତିଥି ଆପଣଙ୍କ ଘରକୁ ଆସି ପାରନ୍ତି। ପିଲାଙ୍କ ସହିତ ଆଜିର ଦିନ ଅନେକ ଭଲରେ ଅତିବାହିତ କରିବେ।

କର୍କଟ ରାଶି:- ଆଜି ନେଇଥିବା କୌଣସି ଏକ ନିଷ୍ପତି ଭୁଲ ହୋଇଯିବାର ସମ୍ଭାବନା ରହିଛି। ପରିଶ୍ରମ ଅନୁସାରେ ଆଜି ଆପଣଙ୍କୁ ଶୁଭଫଳ ମିଳିବ। ଅଧିକ ପରିଶ୍ରମ କରିବାକୁ ପଡିପାରେ। ବ୍ୟବସାୟରେ ପରିଶ୍ରମ ଅନୁସାରେ ଫଳ ମିଳିବ।ସମସ୍ତ କାର୍ଯ୍ୟ ଆଜି ଆପଣଙ୍କର ଭଲରେ ଭଲରେ ହୋଇଯିବ।

ସିଂହ ରାଶି:- ନିଜର ଥିବା କୌଣସି ଏକ କଷ୍ଟକୁ ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଆଲୋଚନା କରନ୍ତୁ। ପରିବାରରେ କେହି ଲୋକ ଆଜି ଆପଣଙ୍କୁ କଷ୍ଟ ଦେଇ ପାରନ୍ତି। ପ୍ରେମ ମାମଲାରେ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆଜି ନିଜର ମନକୁ କେହି ଜଣେ କଷ୍ଟ ଦେଇ ପାରନ୍ତି।

କନ୍ୟା ରାଶି:- ମାତା ଓ ପିତା ଉଭୟ ପିଲାଙ୍କ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ପରିବାରର ସମସ୍ତ ସଦସ୍ୟ ଆଜି ଆପଣଙ୍କ ଉପରେ ଖୁସି ରହିବେ। କର୍ମ କ୍ଷେତ୍ରରେ ଆଜିର ଦିନ ବହୁତ ଭଲରେ ଅତିବାହିତ ହେବ। ସରକାରୀ ଚାକିରୀ କରିଥିବା ଲୋକମାନେ ବହୁତ ଭଲରେ ଦିନ ଅତିବାହିତ କରିବେ।

ତୁଳା ରାଶି:- ଆପଣ କୌଣସି କଥା ଉପରେ ଆଜି ଅଧିକ ଚିନ୍ତା କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କୁ ଆଜି ସେମାନଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ବ୍ୟବସାୟୀମାନଙ୍କୁ ସେମାନଙ୍କ ବ୍ୟବସାୟର ଯତ୍ନ ନେବା ଆବଶ୍ୟକ ଅଟେ। ପାଦରେ ଯନ୍ତ୍ରଣା ହେବା ଭଳି କିଛି ଅସୁବିଧା ଦେଖା ଯାଇପାରେ।

ବିଛା ରାଶି:- ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। କାର୍ଯ୍ୟର ଭାର ବଢ଼ିବା କାରଣରୁ ମନରେ ଚିନ୍ତା ଲାଗି ରହିବ।

ଧନୁ ରାଶି:- ଆପଣଙ୍କୁ ଆଜି କିଛି ବହୁତ ବଡ଼ ଖୁସି ଖବର ମିଳିପାରେ। ଚାକିରୀ କରୁଥିବା ଲୋକମାନେ ବହୁତ ଭଲରେ ଦିନ ଅତିବାହିତ କରିବେ।

ମକର ରାଶି:- ଆଜି ବ୍ୟବସାୟରେ ଭଲ କରିବା ଫଳରେ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଆଜି ଆପଣ କାହାର ସହାୟତା ନେଇ ପାରନ୍ତି।

କୁମ୍ଭ ରାଶି:- ଆଜି କିଛି ନୂଆ ଦାୟିତ୍ଵ ନେଇ ପାରନ୍ତି।ଆପଣଙ୍କ ସମ୍ମୁଖରେ ଆଜି ଅନେକ ଅସୁବିଧା ମଧ୍ୟ ଆସିବ।

ମୀନ ରାଶି:- ଧନ ସମ୍ପର୍କିତ କୌଣସି ସମସ୍ୟା ଆଜି ଦେଖାଯାଇପାରେ। ଗୁରୁଜନ ଲୋକ ମାନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *