September 12, 2024

Odia Express

Leading Odia News Portal of Odisha

9 ଏପ୍ରିଲ ୨୦୨୩ ରବିବାର,ଆଜିର ରାଶିଫଳ,କେମିତି ରହିବ ଆଜି ଆପଣଙ୍କ ଦିନ,କାହା ପାଇଁ କେଉଁ ଖବର ନେଇ ଆସିବ ଜାଣିରଖନ୍ତୁ…

ମେଷ ରାଶି:- ଛୋଟ ଛୋଟ କଥାରେ ଆପଣ କ୍ରୋଧିତ ହେବେ।ସେହି କାରଣରୁ କ୍ରୋଧରେ ନିୟନ୍ତ୍ରଣ ନ ରଖିଲେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହେବ।ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ଦୁର୍ବଳ ରହିବ।କୌଣସି ବ୍ୟକ୍ତିଙ୍କ ସହିତ ଅଯଥାରେ ବାଦବିବାଦ ଦେଖା ଯାଇପାରେ।

ବୃଷ ରାଶି:- ପୂଜାପାଠ ଓ ଧାର୍ମିକ କାର୍ଯ୍ୟରେ ଆପଣ ନିଜର ସମୟ ଅତିବାହିତ କରିବେ।ପରିବାର ସହିତ ଧାର୍ମିକ ଅନୁଷ୍ଠାନର ଯୋଜନା କରି ପାରନ୍ତି।ଆପଣ ସଠିକ ଜୀବନସାଥିଙ୍କ ଚୟନ କରିପାରିବେ।ତଥା ଆପଣଙ୍କ ଇଛା ଶକ୍ତି ବୃଦ୍ଧି ପାଇବ।

ମିଥୁନ ରାଶି:- ପୂର୍ବରୁ ଅଟକି ରହିଥିବା ଧନ ଆପଣ ପୁନଃ ଫେରି ପାଇବେ। ଆପଣ ନିଜର ବୁଦ୍ଧି ବଳରେ ଶତ୍ରୁ ମାନଙ୍କୁ ପରାସ୍ତ କରିବେ। ନିଜର ଲୋକଙ୍କ ସାହାଯ୍ୟ ପାଇବେ।ସାମାଜିକ ମାନସମ୍ମାନର ବୃଦ୍ଧି ହେବ ଓ ପରିବାରରେ ହସଖୁସି ଲାଗି ରହିବାର ଦେଖାଯିବ।

କର୍କଟ ରାଶି:- ଶିକ୍ଷା କ୍ଷେତ୍ରରେ ଯାହା ଅଧ୍ୟୟନ କରିବେ ଉତ୍ତମ ପରିଣାମ ପାଇ ପାରିବେ।ମନରେ ସୁ ବିଚାର ଦେଖାଯିବ।ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଲାଭ ପରିଣାମ ପ୍ରାପ୍ତ ହେବ ନିଜର ବ୍ୟବହାରର ବିଶେଷ ଧ୍ୟାନ ରଖନ୍ତୁ।ଆପଣ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରନ୍ତୁ।

ସିଂହ ରାଶି:- ମନରେ ଅଶାନ୍ତିର ଭାବ ରହିବ କିନ୍ତୁ ଶାନ୍ତ ଭାବରେ ବୁଝି ବିଚାରି କାର୍ଯ୍ୟ କରିଲେ ସଫଳତା ପାଇ ପାରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚରେ ନିୟନ୍ତ୍ରଣ ରଖିଲେ ଆର୍ଥିକ ସ୍ଥିତି ଦୃଢ଼ ହୋଇ ପାରିବ। କଠିନ ପରିସ୍ଥିତି ଦେଇ ଗତି କରୁଥିବାର ଅନୁଭବ କରିବେ।

କନ୍ୟା ରାଶି:- ଯାହା କାର୍ଯ୍ୟ କରିବେ ଉତ୍ତମ ସଫଳତା ଲାଭ କରିବେ।ଆପଣଙ୍କ ପରାକ୍ରମରେ ବୃଦ୍ଧି ଘଟିବ ଆପଣଙ୍କ ସାମାଜିକ ମାନସମ୍ମାନରେ ବୃଦ୍ଧି ଘଟିବ। ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ।

ତୁଳା ରାଶି:- ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।ସଙ୍ଗୀତ ନୃତ୍ୟ ତଥା କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।ଗୁରୁଜନ ମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବେ। ଗୋ ସେବା କରିବାରେ ଆନନ୍ଦ ଅନୁଭବ କରିବେ।

ବିଛା ରାଶି:- ଆୟର ନୂଆନୂଆ ଯୋଜନା ପ୍ରସ୍ତୁତ କରିବେ।ବୁଲାବୁଲି କରିବାରେ ଅଧିକ ସମୟ ଅତିବାହିତ କରିବେ।

ଧନୁ ରାଶି:- ଦିନଟି ଆପଣଙ୍କ ପାଇଁ ସାମାନ୍ୟ ଚିନ୍ତା ଜନକ ପରିସ୍ଥିତି ଉତ୍ପନ କରିପାରେ। ଧର୍ଯ୍ୟ ଓ ବୁଦ୍ଧି ବଳରେ କାର୍ଯ୍ୟ କରନ୍ତୁ।

ମକର ରାଶି:- ପତି ଓ ପତ୍ନୀଙ୍କ ସମ୍ପର୍କରେ ଉନ୍ନତି ଆସିବ। ସ୍ବାସ୍ଥ୍ୟ ଅବସ୍ଥା ଉନ୍ନତି ରହିବ ଓ ଆପଣଙ୍କ ପ୍ରଭାବରେ ମଧ୍ୟ ଉନ୍ନତି ଘଟିବ।

କୁମ୍ଭ ରାଶି:- ରାଜନୈତିକ ବୈଠକରେ ଆପଣ ଭାଗ ନେଇପାରନ୍ତି।ଆପଣ ସମାଜରେ କିଛି ପ୍ରତିଷ୍ଠିତ ଲୋକଙ୍କ ସହିତ ସାମିଲ ହୋଇପାରନ୍ତି।

ମୀନ ରାଶି:- ସନ୍ତାନଙ୍କ ଭବିଷ୍ୟତକୁ ନେଇ ଆପଣ ସାମାନ୍ୟ ଚିନ୍ତିତ ରହିବ। ଭଗବାନଙ୍କ ଦୟାରୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହା କାର୍ଯ୍ୟ କରିବେ ସେଥିରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। ବ୍ୟବସାୟରେ ସ୍ଥିତି ମଧ୍ୟମ ଧରଣର ରହିବାର ଦେଖାଯିବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *