September 19, 2024

Odia Express

Leading Odia News Portal of Odisha

୨୯ ମାର୍ଚ୍ଚ ୨୦୨୩ ବୁଧବାର,ଆଜିର ରାଶିଫଳ,କିପରି ରହିବ ଆଜି ଆପଣଙ୍କ ଦିନ,ଏହି ରାଶି ଲୋକ ରୁହନ୍ତୁ ସାବଧାନ…

ମେଷ ରାଶି:- ଆପଣ ସତର୍କତାର ସହିତ କାମ ନ କରିଲେ ଅସୁବିଧାରେ ପଡ଼ିବେ। ନିର୍ଦ୍ଧାରିତ ସମୟରେ କାମ କରିବା ଫଳରେ ଆପଣ ଲାଭରେ ରହିବେ। ସାରା ଦିନ ସତର୍କତାର ସହିତ ଚାଲିବାକୁ ପଡ଼ିବ। ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନ ବଢିବା ସହିତ ମୁଖ୍ୟ ନେତାଙ୍କ ପ୍ରିୟ ପାତ୍ର ହେବେ।

ବୃଷ ରାଶି:- ପୂର୍ବ ରାଗ ସୁଝାଇବା ପାଇଁ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। କିଛି ଜିନିଷ ହଜିବା ସମ୍ଭାବନା ରହିଛି। ପ୍ରତିଟି କାମ ମନ ଦେଇ କରିଲେ ଶୁଭ ଫଳ ପାଇବେ। ବ୍ୟବସାୟ ଲାଭଜନକ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଓ ସମ୍ମାନଜନକ ଘଟଣା ଘଟିପାରେ। ଯାତ୍ରାରେ ଆନନ୍ଦମୟ ମୁହୂର୍ତ୍ତ ଘଟିବ।

ମିଥୁନ ରାଶି:- କର୍ମ କ୍ଷେତ୍ରରେ ଉପରିସ୍ଥଙ୍କ ଦ୍ଵାରା ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସାମୟିକ ଆନନ୍ଦିତ ରହିପାରନ୍ତି।ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ। ଏପରି ଲୋକଙ୍କ ସହିତ ମିଶିବେ ଯିଏ ଆପଣଙ୍କ ଆର୍ଥିକ ସ୍ଥିତି ଭଲ କରିବେ। ସ୍ୱାସ୍ଥ୍ୟର ଉନ୍ନତି ପରିଲକ୍ଷିତ ହେବ।

କର୍କଟ ରାଶି:- ପାରିବାରିକ ସ୍ତରରେ ଅନ୍ୟମନସ୍କତା କାରଣରୁ କିଛି ଭୁଲ କରି ପାରନ୍ତି। ଆଣ୍ଠୁ ଗଣ୍ଠି ଦରଜ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଆପଣ କରି ଆସୁଥିବା ଉଦ୍ୟମରେ ସଫଳତା ଅର୍ଜନ କରିବେ। ଆର୍ଥିକ ସ୍ରୋତ ଓ ବ୍ୟବସାୟ ବିଭିନ୍ନ ଦିଗରୁ ପ୍ରଭାବିତ ହେବ।

ସିଂହ ରାଶି:- ଆବଶ୍ୟକତା ପୂରଣ କରିବା ପାଇଁ ଧାର କରିବେ।ବନ୍ଧୁ ମାନଙ୍କୁ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ନୂଆ ବ୍ୟବସାୟ କରିବା ପାଇଁ ଚିନ୍ତା କରିବେ। ସାମାଜିକ ଜୀବନରେ ନୂତନ ଦାୟିତ୍ବ ଗ୍ରହଣ କରି ମାନସମ୍ମାନ ବୃଦ୍ଧି ପାଇବ।

କନ୍ୟା ରାଶି:- ଆପଣ ଖୋଜୁଥିବା ସାମଗ୍ରୀ ନ ପାଇବା କାରଣରୁ ଅଚାନକ ବିରକ୍ତ ହେବେ। ବ୍ୟବସାୟ ଜନିତ ସମସ୍ୟା ଦେଖାଯାଇପାରେ।

ତୁଳା ରାଶି:- ଆପଣଙ୍କ ଆଶା ନିଶ୍ଚୟ ପୂର୍ଣ୍ଣ ହୋଇଯିବ।ବ୍ୟବସାୟରେ ଚୁକ୍ତି କରିବାକୁ ଯାଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ବିଛା ରାଶି:- ପାରିବାରିକ କ୍ଷେତ୍ରରେ ମିଶ୍ରିତ ଫଳ ପାଇବେ। ବଡ଼ କମ୍ପାନୀରୁ ଚାକିରୀ ପାଇଁ ଡାକରା ଆସିବାକୁ ଯାଉଚି।

ଧନୁ ରାଶି:- କେହି ଆପଣଙ୍କ ସହିତ ଆଜି ମିଶିବା ପାଇଁ ଚେଷ୍ଟା କରି ପାରନ୍ତି। କର୍ମ ଚଞ୍ଚଳ ରହିବେ। ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।

ମକର ରାଶି:- ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ।ପ୍ରଶାସନିକ କ୍ଷେତ୍ରରେ ଦ୍ଵନ୍ଦ ଦୂର ହେବ। ଆପଣଙ୍କ ବ୍ୟବହାର ଦ୍ଵାରା ଲୋକମାନେ ପ୍ରଭାବିତ ହେବେ। କର୍ମ ଚଞ୍ଚଳ ରହିବେ।ସରକାରୀ ସ୍ତରରେ ସମ୍ମାନିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହିତ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ।

କୁମ୍ଭ ରାଶି:- କର୍ମ କ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କେତେକ ଅସୁବିଧା ଦେଖାଯିବ। ସରକାରୀ ଚାକିରିଆ ମାନଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ।

ମୀନ ରାଶି:- ଅପ୍ରିୟ ସତ କଥା କହି ବନ୍ଧୁଙ୍କ ସହିତ ମନମାଳିନ୍ୟ ଦେଖା ଯାଇପାରେ। ସତ ଦିଗରେ ରୁହନ୍ତୁ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ , ହରିନାମ ଜପ କରନ୍ତୁ , ପ୍ରଭୁଙ୍କ କୃପାରୁ ଖୁସିରେ ରହିବେ।

Leave a Reply

Your email address will not be published. Required fields are marked *