September 19, 2024

Odia Express

Leading Odia News Portal of Odisha

27 ମାର୍ଚ୍ଚ ୨୦୨୩ ସୋମବାର,ଆଜିର ରାଶିଫଳ,ଆପଣଙ୍କ ପାଇଁ ଆଜି ଦିନଟି କିଭଳି ରହିବ…

ମେଷ ରାଶି:- ଆର୍ଥିକ ଅଭିବୃଦ୍ଧି ହୋଇ ପାରେ। ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ଵନ୍ଦ ଲାଗି ରହିବ।ସ୍ୱାଭିମାନକୁ ନେଇ ଆଗକୁ ଯିବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳନି ଅତୁଟ ରହିବ। ପ୍ରିୟଜନ ମାନେ ଆଗକୁ ବଢିବା ପାଇଁ ସହାୟତା କରିବେ।

ବୃଷ ରାଶି:- ପୁରୁଣା ରୋଗ ପୀଡ଼ା ଖରାପ ଚିନ୍ତାକୁ ବୃଦ୍ଧି କରିବ।ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ କର୍ମ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଧାର୍ମିକ ଚେତନାରେ ସାମାଜିକ ଏକତା ସମ୍ଭବ ହେବ। ବ୍ୟବସାୟରେ ଲାଭ ହୋଇପାରେ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମିଥୁନ ରାଶି:- ବାଣିଜ୍ୟ ବ୍ୟବସାୟରେ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ।ଭାଇ ମାନଙ୍କ ସହାୟତା ମିଳିବ।ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ବକେୟା ଅର୍ଥ ମିଳିଯିବ। ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ। ସହକର୍ମୀ ମାନେ ଆପଣଙ୍କ କାମର ପ୍ରଶଂସା କରିବେ।

କର୍କଟ ରାଶି:- କର୍ମ କ୍ଷେତ୍ରରେ ବିଶିଷ୍ଟ ଲୋକଙ୍କ ସାନିଧ୍ୟ ଲାଭର ସୁଯୋଗ ପାଇବେ। ବନ୍ଧୁଙ୍କ ଭୁଲ ବୁଝାମଣା କାରଣରୁ ସତର୍କତା ସହିତ କାମ କରିବା ଆବଶ୍ୟକ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରଭାବିତ ହେବ। ଅନେକ ପରିଶ୍ରମ କରିବା ପରେ ସାମାନ୍ୟ ଅର୍ଥ ଲାଭ ହେବ।

ସିଂହ ରାଶି:- ଅନେକ ପ୍ରକାରର ସମସ୍ୟାରେ ରହି ମାନସିକ ଭାରସାମ୍ୟ ହରାଇବା। ଆର୍ଥିକ ସୁବିଧା ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ସହଜରେ ହୋଇ ପାରିବ ନାହିଁ। ଦାନ ଓ ଧ୍ୟାନ ଉପରେ ଧ୍ୟାନ ଦେବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବ। ଧନ ଲାଭ ହେବା ସହିତ ଦାୟିତ୍ଵ ବଢ଼ିଯିବ।

କନ୍ୟା ରାଶି:- କାମ ବିଳମ୍ବ ହେବା କାରଣରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ। ଅର୍ଥ ଲାଭ କାରଣରୁ ଖୁସି ରହିବେ।

ତୁଳା ରାଶି:- ଆପଣ ଆଜି ନିଜର ଲୋକଙ୍କ ଉପରେ ଭରସା କରି ପାରିବେ ନାହିଁ। ଶାନ୍ତିପ୍ରିୟ ସହନଶୀଳ ଓ ଉଦାରପୂର୍ଣ୍ଣ ହେବେ।

ବିଛା ରାଶି:- କର୍ମ କ୍ଷେତ୍ରରେ କେତେକ ଭୁଲ କାରଣରୁ କାମ ଖରାପ ହୋଇପାରେ। ଅପରାହ୍ନରେ ବନ୍ଧୁ ମିଳନ ହୋଇ ପାଇଁ।

ଧନୁ ରାଶି:- କୌଣସି ଅଭାବ ନଥାଇ ମଧ୍ୟ ଆପଣଙ୍କ ମନ ଭଲ ଲାଗିବ ନାହିଁ। କର୍ମ କ୍ଷେତ୍ରରେ ଆପଣ ଆଜି ପ୍ରଶଂସିତ ହୋଇ ପାରନ୍ତି।

ମକର ରାଶି:- କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହିତ ସାମାନ୍ୟ ତିକ୍ତତା ଦେଖା ଯାଇପାରେ। ଜମିଜମା ବିବାଦରେ ଉନ୍ନତ ଧରଣର ଶୁଭ ଫଳ ପାଇବେ।

କୁମ୍ଭ ରାଶି:- ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଅଚାନକ ଭାବରେ ଆକସ୍ମିକ ଦୂର ଯାତ୍ରା କରିବାକୁ ପଡିପାରେ ପିଲାଙ୍କ ଖରାପ ଆଚରଣରେ କ୍ରୋଧିତ ହୋଇ ପାରନ୍ତି। ପରିବର୍ତ୍ତନର ଶୁଭାରମ୍ଭ ନିଜ ଠାରୁ କରି ଅନ୍ୟ ମାନଙ୍କର ଆଦର୍ଶ ହେବେ। ଆପଣଙ୍କ ସ୍ବାସ୍ଥ୍ୟ ବହୁତ ଭଲ ରହିବ।

ମୀନ ରାଶି:- ବ୍ୟବସାୟରେ ପ୍ରତିବନ୍ଧକ ଦେଖା ଯାଇପାରେ।ସାମୟିକ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ ଆପଣ ସର୍ବଦା ସତ କର୍ମ କରନ୍ତୁ, ସତ ଦିଗରେ ନିଜକୁ ପରିଚାଳିତ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ଅନେକ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *