September 19, 2024

Odia Express

Leading Odia News Portal of Odisha

ଅନୁପଯୋଗୀ ଜମିରୁ ବାହାରିଲା ୫ କିଲୋ ସୁନାର ଦାମିକା ଆଭୂଷଣ, ଦାମ୍ ଦୁଇ କୋଟିର ବୋଲି ହେଲା ଆକଳନ କିନ୍ତୁ ପରେ ଯାହା ହେଲା…

ମଣିଷର ଜୀବନ ତାର ଭାଗ୍ୟ ସହ ବହୁତ କନେକ୍ସନ୍ ରହିଥାଏ ,ମଣିଷର ଭାଗ୍ୟ କେବେ କେଉଁ ସମୟରେ ପଲଟିଯିବ ତାହା ବିଷୟରେ କହିପାରିବା ବହୁତ ମୁସକିଲ୍, ଏମିତି କୁହାଯାଏ କି ଯଦି ମଣିଷର ଭାଗ୍ୟ ତାର ଉପରେ ମେହେରବାନ୍ ହୋଇଯାଏ, ତେବେ ସେ ରାତାରାତି ମାଲାମାଲ୍ ହୋଇଯାଇଥାଏ, ସେମିତି ଯଦି ମଣିଷର ଭାଗ୍ୟ ନିରାଶ ହୋଇଯାଏ ତେବେ ଜୀବନରେ କଠିନ ପରିଶ୍ରମ କରିବା ସତ୍ତ୍ୱେ ବି ମଣିଷକୁ ନିରାଶା ହିଁ ହାତକୁ ଲାଗିଥାଏ ।ଏହି ମଧ୍ୟରେ କିଛି ଏମିତି ମାମଲା ତେଲେଙ୍ଗାନାର ଜଲଗାଁଓ ଜିଲ୍ଲାରୁ ସାମ୍ନାକୁ ଆସିଛି, ଏଠାରେ ଏକ ଚାଷୀ ଆଖି ତେବେ ଚମକି ଉଠିଲା

ଯେବେ ସେ ରାସ୍ତାକୁ ସମତଳିକରଣ କରିବା ସମୟରେ ସୁନାରେ ଭରା ହୋଇଥିବା ବାସନ ପାଇଲା, ଜେବେ ଏହି ଖଜଣାର କଥା ଲୋକଙ୍କ କାନରେ ପହଞ୍ଚିଲା ତେବେ ଖବର୍ ଜଙ୍ଗଲରେ ନିଆଁ ଭଳି ସବୁଆଡେ ବ୍ୟାପିଗଲା ଓ ବହୁତ ଲୋକ୍ ରୁଣ୍ତ ହୋଈଯାଇଥିଲେ । ଆପଣ ସମସ୍ତେ ମନୋଜ କାପୁରଙ୍କ ଫିଲ୍ମ ଉପକାର୍ ତ ଦେଖିଥିବେ ଏହି ଫିଲ୍ମରେ ଲୋକପ୍ରିୟ ଗୀତ ଥିଲା ମେରେ ଦେଶ୍ କି ଧରତି କବ୍ ସୋନା ଉଗଲେ ଠିକ୍ ସେମିତି ନଜାରା ତେଲେଙ୍ଗାନା ଗାଁରେ ଦେଖିବାକୁ ମିଳିଥିଲା,  ଆଜି ଆମେ ଆପଣଙ୍କୁ ଯେଉଁ ଆଶ୍ଚର୍ଯ୍ୟଜନକ ଖବର ବିଷୟରେ କହିବାକୁ ଯାଉଛୁ ଏହା ତେଲେଙ୍ଗାନା ଜନଗାଁଓ ଜିଲ୍ଲାର୍ ପେମବର୍ଥୀ ଗାଁରୁ ସାମ୍ନାକୁ ଆସିଛି

ଯେଉଁଠି ଏକ ଅନୁପଯୋଗୀ ଜମିରେ ଚାଷ କରିବାକୁ ବାହାରିଥିବା ଚାଷୀ ଜମିକୁ ଖୋଳିବା ସମୟରେ ୫ କେଜିର ଦାମିକା ସୁନାର ଆଭୁଷଣ ପାଇଲା । ମିଳିଥିବା ସୁଚନା ଅନୁସାରେ ଏହା ନରସିଂହା ନାମକ ଏକ ଚାଷୀ ନିଜ ଅନୁପଯୋଗୀ ଜମିକୁ ସମତଳ କରୁଥିଲା, ଖବର ଅନୁସାରେ ଏମିତି କୁହାଯାଉଛି କି ଚାଷୀ କିଛି ଦିନ ପୁର୍ବରୁ ୧୧ ଏକର ଜମି କିଣିଥିଲା, ଓ ଏହାକୁ ସମତଳ କରୁଥିଲା

ଏହି ସମୟରେ ସୁନାରେ ଭରିଥିବା ଏକ ବାସନ ତାକୁ ମିଳିଲା, ଚାଷୀ ନରସିମା ପ୍ରାୟ ୫ କିଲୋ ସୁନାର ଦାମିକା ଆଭୁଷଣ ପାଇଲା, ଯାହାର ଦାମ୍ ୨ କୋଟି ଟଙ୍କା କୁହାଯାଉଛି ।ଯେପରି ଖଜଣା ମିଳିବାର କଥା ସାମ୍ନାକୁ ଆସିଲା ତେବେ ଏହି ଖବର ଦେଖୁ ଦେଖୁ ଚାରିଆଡେ ପ୍ରଘଟ ହୋଇଗଲା, ଓ ବହୁତ ଭିଡ ହୋଇଯାଇଥିଲା

ସେମିତି ପ୍ରଶାସନ ଲୋକ ଆସିପହଞ୍ଚିଯାଇଥିଲେ, ଓ ସେମାନେ ଯାଞ୍ଚ କରିବା ଆରମ୍ଭ କରିଦେଲେ, ସୁନା ଜବତ କରି ନିରିକ୍ଷଣପାଇଁ ପଠାଇଦିଆଯାଇଛି । ଏମିତି କୁହାଯାଉଛି କି ଖଜଣା କାକତିୟ ବଂଶର ଅଟେ, କାକତିୟ ସାମ୍ରାଜ୍ୟ ରାଜଧାନୀ ବାରଂଗଲ ଥିଲା, ଜନଗାଁଓ ପୁର୍ବରେ ବାରଂଗଲ ଭାଗରେ ଥିଲା, ଓ ଏବେ ଅଲଗା ଜିଲ୍ଲା ତିଆରି ହୋଇଛି

ଆପଣଙ୍କୁ କହିଦେବୁ କି ଖଜଣା ଘଡାରେ ସୁନାର ୨୨ ଟି ଇୟରରିଙ୍ଗ୍ ୭୭,୨୨ ଗ୍ରାମ୍) ୫୧ ଗୁନ୍ଦେଲୁ ୫୮,୮୦୦ ଗ୍ରାମ ୧୧ ପୁସ୍ତେଲୁ ୧୭,୮୦୦ ଗ୍ରାମ, ଏକ ୧୩ ଗ୍ରାମର ନାଗା ପଡିଗେଲୁ ୨୪ ଗ୍ରାମର ଛୋଟ ସୁନାର ବାଡି ମିଳିଛି, ସେମିତି ରୁପାର ୨୬ଟି ବାଡି ୧,୨୨୭ ଗ୍ରାମ , ୫ ଟି ଚେନ୍ ୨୧୬ ଗ୍ରାମ, ୨୧ ଟି ରୁପାର୍ ରିଙ୍ଗ୍ ୨୪୨ ଗ୍ରାମ ଓ ୩୭ ଅନ୍ୟ ସିଲଭର୍ ଆଇଟମ୍ ମିଳିଛି, ଯାହାର ଓଜନ ୪୨ ଗ୍ରାମ କୁହାଯାଉଛି, ଏହା ଛଡା ୭ ଟି ରୁବି ୬,୫୦୦ ଗ୍ରାମ ଓ ଏକ ୧ କିଲୋ ୨୦୦ ଗ୍ରାମ ତମ୍ବା କଳସ ମିଳିଛି, ଚାଷୀ ଏହି ସବୁ ଖଜଣା ପ୍ରଶାସନକୁ ହସ୍ତାନ୍ତର୍ କରିଦେଇଛି ।।ଏହା ପୁର୍ବରୁ ଜୁନ୍ ୨୦୨୦ ରେ

ତେଲେଙ୍ଗାନା ସଙ୍ଗାରେଡ୍ଡି ଜିଲ୍ଲାର ଜହିରାବାଦରେ ଏକ ଚାଷୀକୁ ଜମିର ଖୋଳାଖୋଳି କରିବା ସମୟରେ ସୁନା ଓ ରତ୍ନ ମିଳିଥିଲା, ୟେରାଗଦ୍ଦାପଲ୍ଲୀ ଗାଁର ଚାଷୀ ୟାକୁବ୍ ଅଲ୍ଲୀ, ଫସଲ ବୁଣିବାପାଇଁ ପ୍ରସ୍ତୁତି କରୁଥିଲେ ଏହାପରେ ୟାକୁବ୍ ଅଲ୍ଲୀଙ୍କ ହଳ ଯେଉଁଠି ବାଜିଲା ସେ ଦେଖିବାକୁ ଚେଷ୍ଟା କଲେ କି କେଉଁ ଜିନିଷରେ ବାଜିଛି, ଯେବେ ସେ ଠିକ୍ ରେ ଦେଖିଲେ ସେ ଚକିତ ହୋଇଗଲେ, ଆରମ୍ଭରୁ ତାଙ୍କୁ କଂସା ବାସନ ମିଳିଲା, ଯେଉଁଥିରେ ଆଭୁଷଣ ଭର୍ତ୍ତି ହୋଇଥିଲା । ଓ ପରେ ବହୁତ୍ ଆଣ୍ଟିକ୍ସ ମିଳିଲା, ଖୋଳାଖୋଳି ସମୟରେ ୨୫ ସୁନାର ପଇସା, ଗଳାର ଆଭୁଷଣ ଓ ମୁଦି ,ପାରମ୍ପାରିକ ବାସନ ମିଳିଲା, ଯାହାକୁ ପୁରାତତ୍ତ୍ୱ ବିଭାଗକୁ ହସ୍ତାନ୍ତର୍ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *