October 18, 2024

Odia Express

Leading Odia News Portal of Odisha

Retirement ପରେ ଶିକ୍ଷକ ଗରିବ ଛୁଆଙ୍କୁ ଦାନ ଦେଲେ ୪୦ ଲକ୍ଷ ଟଙ୍କା,ରିକ୍ସା ଚଲାଇକରି କ୍ଷୀର ବିକ୍ରି କରି ପଢାଇଥିଲେ ଆଉ ଲୋକ କହିଲେ…

ଆଜିର ସମୟରେ ସମସ୍ତଙ୍କୁ ପଇସା କମାଇବାରେ ଲାଗିଛନ୍ତି, ସମସ୍ତେ ଏହା ଚାହଁନ୍ତି କି ବହୁତ ସାରା ପଇସା କମାଇକରି ଭଲ ସଂମ୍ପତ୍ତି ବନାଇବେ, ଓ ତାପରେ ରିଟାୟର୍ଡମେଣ୍ଟ ପରେ ସେ ଆରାମଦାୟକ ଜୀବନ ଅତିବାହିତ କରିବେ, କିନ୍ତୁ ଏହି ଦୁନିଆଁରେ ବହୁତ ଲୋକ ଅଛନ୍ତି ଯିଏକି ନିଜ ପାଇଁ ନୁହେଁ ବରଂ ଅନ୍ୟଙ୍କ ପାଇଁ ଜୀବନ ବଞ୍ଚନ୍ତି, ଏମିତି ଲୋକ ନିଜ ସୁଖ ସୁବିଧାକୁ ଭୁଲିକରି ଅନ୍ୟଙ୍କ ଜୀବନ ଚଲାଇବାରେ ମନ ଲଗାନ୍ତି ।

ଏମିତି ଏକ ମାନବତାର ମିଶାଲ୍ ମଧ୍ୟପ୍ରଦେଶର ପନ୍ନାରେ ଦେଖାଯିବାକୁ ଲାଗିଛି, ଏଠାରେ ଏକ ଶିକ୍ଷକ ଅବସର ନେବାପରେ ମିଳିଥିବା ୪୦ ଲକ୍ଷ ଟଙ୍କା ରାଶି ଗରିବ ଛୁଆଙ୍କୁ ଶିକ୍ଷା ହେତୁ ଦାନ କରିଛନ୍ତି । ମାନବତାର ଏହି ଅନୋଖା କାହାଣୀ ପେଶ୍ କରିଥିବା ଏହି ଶିକ୍ଷକଙ୍କ ନାଁ ବିଜୟ କୁମାର ଚନ୍ଦସେରିଆ ଅଟେ, ସେ ନିଜ ସ୍କୁଲରୁ ଛୁଆଙ୍କୁ ଭଲ ଶିକ୍ଷା ଓ ଭଲ ସୁବିଧା ଦେବାପାଈଁ ନିଜ ପରିବାରଙ୍କ ଉପଦେଶ ନେଇକରି ରିଟାୟର୍ଡ ଫଣ୍ତରୁ ଦାନ ଦେଇଛନ୍ତି, କହିଦେବୁ କି ପନ୍ନା ଜିଲ୍ଲାର ସଂକୁଲ କେନ୍ଦ୍ର ସ୍କେହାର ପ୍ରାଥମିକ ଶାଳା ଖଦିଆଁ ସହାୟକ ଶିକ୍ଷକ ବିଜୟ କୁମାର ଚନ୍ଦସେରିଆ ଏବେ ନିଜ ଚାକିରିରୁ ଅବସର ନେଇଛନ୍ତି ।

ଅବସର ନେବାପରେ ସେ ବିଦ୍ୟାଳୟର ଛୁଆଙ୍କୁ ଭଲ ଶିକ୍ଷା ଓ ଭଲ ସୁବିଧା ପାଇଁ ନିଜ ଜିପିଏଫ୍ ଫଣ୍ତରୁ ମିଳିଥିବା ସବୁ ରାଶି ଦାନ କରିବାର ଘୋଷଣା କରିଛନ୍ତି, ସେ ନିଜ ଜୀବନକାଳର କେବେ ଏହି ଫଣ୍ତକୁ ବାହାର କରିନଥିଲେ , ଏହି ପୁରା ରାଶି ୪୦ ଲକ୍ଷ ଟଙ୍କା ଅଛି ଯିଏକି ଦାନ କରିବାର ଘୋଷଣା କରିଛନ୍ତି ।

ବିଜୟ କୁମାର ଚନ୍ଦ ସେରିଆ ଫଇସଲା ତାଙ୍କ ପୁରା ପରିବାର ଖୁସି ଅଛନ୍ତି, ଓ ପରିଜନଙ୍କୁ ତାଙ୍କ ଫଇସଲା ଉପରେ ଗର୍ବ ଅଛି, ଶିକ୍ଷକ ବିଜୟ କୁମାର ଚନ୍ଦସେରିଆ ଙ୍କ ଛୁଆବେଳର ସମୟ ବହୁତ ଦାରିଦ୍ରତାରେ କଟିଥିଲା, ଏକ ଗରିବ ପରିବାରରେ ଜନ୍ମ ନେବାପରେ ସେ କ୍ଷୀର୍ ବିକ୍ରି କରି ଓ ରିକ୍ସା ଚଲାଇକରି ଶିକ୍ଷା ପୁରଣ କରିଥିଲେ ।

ଏମିତିରେ ଏହି କଥା ଭଲରେ ଜାଣିଛନ୍ତି କି ଗରିବ ଛୁଆଙ୍କ ପାଠପଢାଇବା କେତେ ଅସୁବିଧାର ସାମ୍ନା କରିବାକୁ ପଡେ, ୧୯୮୩ ରେ ସ୍କେହା ରେ ସହାୟକ ଶିକ୍ଷକ୍ ପଦରେ ସେ ଥିଲେ, ସେ ୩୯ ବର୍ଷର ସେବା କାଳରେ ସେ ସବୁବେଳେ ଛୁଆଙ୍କୁ ନିଜ ସ୍ୟାଲେରି କପଡା ଓ ଉପହାର ଦେଇଥିଲେ , ଏକ କାର୍ଯ୍ୟକ୍ରମ ସମୟରେ ସେ କହିଲେ କି ନିଜ ସ୍ତ୍ରୀ ଦୁଇ ପୁଅ ଓ ଝିଅର ସହମତିରେ ମୁଁ ନିଜ ଭବିଷ୍ୟର ନିଧି ଓ ଗ୍ରାଚୁଇଟିର୍ ସବୁ ପଇସା ଛାତ୍ରଙ୍କୁ ସ୍କୁଲରେ ଦାନ କରିବାର ଫଇସଲ୍ କରିଥିଲି, ଦୁନିଆଁରେ ଏମିତି କିଛି ଦୂଃଖ କମ୍ ହୋଇପାରିବ ନାହିଁ, କିନ୍ତୁ ଆମେ ଯାହା ଭଲ କରିପାରିବା ତାହା କରିବା ଉଚିତ୍ ।

ଏହି ଅବସରପ୍ରାପ୍ତ ଶିକ୍ଷକ୍ କହିଲେ କି ମୁଁ ନିଜ ଜୀବନକାଳରେ ବହୁତ ସଂଘର୍ଷ କରିଛି, ମୁଁ ନିଜ ଗୁଜୁରାଣ ଏବଂ ପାଠପଢା ପୁରା କରିବାପାଇଁ ରିକ୍ସା ଚଲାଇଛି, ଓ କ୍ଷୀର୍ ବିକ୍ରି କରିଛି, ୧୯୮୩ ରେ ଶିକ୍ଷକ ପଦରେ ରହିଲି, ମୁଁ ୩୯ ବର୍ଷ ପର୍ଯନ୍ତ ଗରିବ ଛୁଆଙ୍କ ମଧ୍ୟରେ ରହିଥିଲି, ଓ ସବୁବେଳେ ନିଜ ବେତନରୁ କପଡା ଦେଉଥିଲି, ଉପହାର ପାଇକରି ଛୁଆଙ୍କ ଚେହେରାରେ ଖୁସି ଦେଖିକରି ମୋତେ ପ୍ରେରଣା ମିଳୁଥିଲା, ଏହି ଛୁଆଙ୍କ ଖୁସି ଇଶ୍ୱରଦେଖନ୍ତି ।

ଏକ ତରିକାରେ ଏହି ରାଶି ତାଙ୍କ ଜିବନର ପୁରା ଆୟ ଥିଲା, ରିଟାୟର୍ଡ ପରେ ମିଳିଥିବା ରାଶିକୁ ଶିକ୍ଷକ ଗରିବ ଛୁଆଙ୍କ ଶିକ୍ଷକ ବିଦ୍ୟାଳୟକୁ ଦାନ କରିବାର ଘୋଷଣା କରିଥିଲେ, ଶିକ୍ଷକ ଏହି ଅଭିଯାନ ପୁରା ଜିଲ୍ଲାରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *