October 22, 2024

Odia Express

Leading Odia News Portal of Odisha

ଏଠାରେ ମାଲିକଙ୍କ ସହ Bedroom ରେ ଆରାମ କରନ୍ତି ଗାଇ-ବାଛୁରୀ, ଛୁଆଙ୍କ ପରି କରାଯାଏ ଯତ୍ନ ଓ ଦେଖାଶୁଣା

ଆପଣ ବହୁତ ଘରେ ଦେଖିଥିବେ କି ଲୋକେ ବହୁତ କୁକୁର ବିଲେଇଙ୍କୁ ନିଜ ଘରେ ରଖନ୍ତି,ଓ ତାଙ୍କୁ ବହୁତ ଗେହ୍ଲାରେ ପାଳନ ପୋଷଣ କରନ୍ତି, କିନ୍ତୁ ରାଜସ୍ଥାନର ଯୋଧପୁରରେ ଏକ ଏମିତି ପରିବାର ଅଛି ଯିଏକି ନିଜ ଘରେ ଗାଇ,ବଳଦ, ଓ ବାଛୁରୀ ସହ ରୁହନ୍ତି, ଏତିକି ନୁହେଁ ବରଂ ଏମାନଙ୍କୁ ନିଜ ଘରର ପରିବାର ସଦସ୍ୟ ବୋଲି ମାନାଯାଏ , ଓ ତାଙ୍କର ଭଲରେ ଦେଖାଶୁଣା ବି କରାଯାଏ ।

କହିଦେବୁ କି ଯୋଧପୁର ହାଉସିଂବୋର୍ଡ ଥାନା କ୍ଷେତ୍ରର ସୁଭାଷ ନଗରରେ ରହୁଥିବା ପ୍ରେମ ସିଂ କଚ୍ଛବାହ୍ ପୁରା ପରିବାର ଏହି ଦିନ ଚର୍ଚ୍ଚାରେ ଅଛି, ପ୍ରେମ ସିଂ କଚ୍ଚବାହ୍ ଓ ତାଙ୍କ ସ୍ତ୍ରୀ ସଞ୍ଜୁ କଂୱର ନିଜ ଘରେ ଗାଇ ଓ ବଳଦଙ୍କୁ ବିଲକୁଲ୍ ପରିବାର ସଦସ୍ୟ ପରି ରଖନ୍ତି, ଏତିକି ନୁହେଁ ବରଂ ସେ ନିଜ ଘରେ ଗାଇ , ବାଛୁରୀ, ଓ ବଳଦର ନାଁ ବି ଦେଇଛନ୍ତି, ସଞ୍ଜୁ କୱର କହିଲେ କି ତାଙ୍କ ଘରେ ଗାଇର ନାଁ ଗୋପି ରଖାଯାଇଛି, ଓ ବାଛୁରୀର ନାଁ ଗଙ୍ଗା, ଓ ପୃଥୃ ରଖାଯାଇଛି, ସଞ୍ଜୁ କୱର କହନ୍ତି କି ସେ ବହୁତ ଏହି ବାଛୁରୀ ମାନଙ୍କ ସହ ଖେଳନ୍ତି, ଓ ଭଲରେ ଗାଧୋଇଦିଅନ୍ତି, ଓ ବେଡରୁମରେ ଶୁଆନ୍ତି ।

ପ୍ରେମ ସିଂ କହନ୍ତି କି ତାଙ୍କ ଘରେ ରହୁଥିବା ଗାଈ ଓ ବଳଦ ସବୁବେଳେ ବିଛଣାରେ ଆରାମରେ ଶୋଇଥାନ୍ତି, କିନ୍ତୁ ଗୋବର କରିବା ସମୟରେ ଉଠିଯାଆନ୍ତି, ଓ ସେ ନିଜ ନିର୍ଦ୍ଧାରିତ ଜାଗାକୁ ଚାଲିଯାଆନ୍ତି, ସେ କେବେ ଘରକୁ ମଇଳା କରିନାହାନ୍ତି, ସ୍ତ୍ରି ସଞ୍ଜୁ କୱର କହନ୍ତି କି ଗାଇଙ୍କ ମଧ୍ୟରେ ୩୩ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ, କିଛି ଲୋକେ ତାଙ୍କୁ କ୍ଷୀର ପାଇଁ ପାଳନପୋଷଣ କରନ୍ତି, ଓ କ୍ଷୀର ଦେବାପରେ ତାଙ୍କୁ ଘରୁ ପଠାଇଦିଅନ୍ତି । ସଞ୍ଜୁ ଅପିଲ୍ କରିଛନ୍ତି କି ଘରେ ଗାଇକୁ ପାଳିଲେ ଘରେ ନକରାତ୍ମକ ଉର୍ଜା ଶେଷ ହୋଇଯାଏ, ଓ ଘରେ ସୁଖଶାନ୍ତି ରହିଥାଏ ଏହା ଛଡା ସଞ୍ଜୁ କହନ୍ତି କି ଗାଇକୁ ରାଷ୍ଟ୍ରିୟ ପଶୁ ବୋଲି ଘୋଷଣା କରିଦେବା ଉଚିତ୍, ଓ ବଳଦ ଖେତରେ କାମ କରିପାରନ୍ତି ନାହିଁ ତାଙ୍କ ପାଇଁ ଆଇନ୍ ନିର୍ଦ୍ଧାରିତ କରିବା ଉଚିତ୍, ଯାହା ଦ୍ୱାରା ତାଙ୍କୁ କିଏ ବି ଘରୁ ତଡୀ ନଦେଉ ।

ମଜାଦାର୍ କଥା ଏହାକି ସଞ୍ଜୁଙ୍କ ଘରକୁ କାଓ ହାଉସ୍ ନାଁରେ ଜଣାଯାଏ । କୁହାଯାଏ କି ୧ଦିନରେ ସଞ୍ଜୁ ଘରେ ପହଞ୍ଚିଲେ ନଗର ନିଗମର ସବୁ ଗାଇଙ୍କୁ ସିଜ୍ କରିନେଲେ, ଏମିତିରେ ସଞ୍ଜୁ ଓ ତାଙ୍କ ସ୍ୱାମୀ ଫଇସଲା କଲେ କି ଏବେ ସେ ନିଜ ଘରେ ଗାଈ ବଳଦ ଓ ବାଛୁରୀଙ୍କୁ ରଖିବେ, ଥଣ୍ତା ସମୟରେ ତାଙ୍କୁ ଭଲ ବିଛଣା, ରେ ଘଉଡାଇଦିଅନ୍ତି ।

ଏହି ପରିବାରର ଏକ ସଦସ୍ୟଙ୍କ କହିବା କଥା କି ସେ ଘରେ ଗାଇ କେବଳ ପାଳନ୍ତି କିନ୍ତୁ କେଉଁ ପ୍ରକାର ଡେୟରୀ କାମ କରନ୍ତି ନାହିଁ, ସେ କହିଲେ କି ପ୍ରେମ ସିଂ ସରକାରୀ କର୍ମଚାରି ଅଟନ୍ତି, ଓ ତାଙ୍କ ସ୍ତ୍ରୀ ଏକ ଗୃହିଣୀ ଅଟନ୍ତିଓ ସେ ଗାଇ ଓ ବଳଦଙ୍କ ଦେଖାଶୁଣା କରନ୍ତି, ରିପୋର୍ଟରୁ ଜଣାଯାଏ ଯେ ଜଲଦି ଏହି ପରିବାର ଏକ ଘର ବିକ୍ରି କରି ଗାଇ ଙ୍କ ପାଇଁ ଘର କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଗାଇଙ୍କ ସହ ଅନ୍ୟ ବାଛୁରୀ ଓ ବଳଦ ବି ଭଲରେ ରହିପାରିବେ ।

Leave a Reply

Your email address will not be published. Required fields are marked *