October 22, 2024

Odia Express

Leading Odia News Portal of Odisha

ପ୍ଲେନ ଯାତ୍ରୀଙ୍କ ପାଇଁ ଖୁସିଖବର, କେବଳ ୧୧୨୨ ଟଙ୍କାରେ Spice jet ଦେଉଛି ପ୍ଲେନରେ ଯାତ୍ରା କରିବାର ମଉକା, ଫଟାଫଟ୍ କରନ୍ତୁ ଚେକ୍

ବାସ୍ତବରେ ଦେଖିଲେ ପ୍ଲେନରେ ବସିବା ଏକ ନିଜର ଅଲଗା ଆନନ୍ଦ ହୋଇଥାଏ, ପ୍ଲେନରେ ବସିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ, ଓ ସମସ୍ତଙ୍କୁ ଏହା ଇଚ୍ଛା ହୋଇଥାଏ କି ସେ ତାଙ୍କ ଜୀବନରେ କେବେ ବି ହେଉ ପ୍ଲେନରେ ବସିବାର ମଉକା ପାଇପାରନ୍ତୁ, କିନ୍ତୁ ଉଡାଜାହାଜରେ ବସିବା ଓ ଯାତ୍ରା କରିବା ଯେତେ ଆରାମଦାୟକ ହୋଇଥାଏ ସେତେ ମହଙ୍ଗା ବି ହୋଇଥାଏ, ଯାହାର କାରଣରୁ ସମସ୍ତେ ଏଥିରେ ଯାତ୍ରା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ । ଯଦି ଆପଣ ଉଡାଜାହାଜରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଏକ ଖୁସିଖବର ନେଇକରି ଆସିଛୁ, ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍ ୱାଓ ୱିଣ୍ଟର ସେଲ୍ ଦ୍ୱାରା ଶସ୍ତା ଫେୟାର୍ ସ୍କିମ୍ ଆଣିଛି ଏହି ସ୍କିମ୍ ଲାଭ ଉଠାଇକରି ୧୧୨୨ ଟଙ୍କାରେ ପ୍ଲେନରେ ଯାତ୍ରା କରିପାରିବେ, ତେବେ ଫଟାଫଟା ପଢନ୍ତୁ ପୁରା ବିବରଣୀ

ଯେପରି ଆମେ ଜାଣିଛେ କି ବହୁତ ଜଲଦି ୨୦୨୧ ବର୍ଷ ଶେଷ ହେବାକୁ ଯାଉଛି ଓ ସବୁ ଲୋକ ନୁଆ ବର୍ଷର ସ୍ୱାଗତ କରିବେ, ଏମିତିରେ ବହୁତ ଲୋକ ଅଛନ୍ତି ଯିଏକି ନୁଆ ବର୍ଷ ମନାଇବାପାଇଁ ବାହାରକୁ ଯିବାର ପ୍ଲାନ୍ କରିଛନ୍ତି, ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଅଟନ୍ତି ଓ ଆପଣ ପ୍ଲେନରେ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର ସବୁ ଏୟାରଲାଇନ୍ସଙ୍କ ତରଫରୁ ଯାତ୍ରା ପାଇଁ କିଛି ବିଶେଷ ଅଫର ଦିଆଯାଉଛି, ଯାହାଦ୍ୱାରା ଅଧିକାରୁ ଅଧିକା ଲୋକ ଉଡାଜାହାଜରେ ଯାତ୍ରା କରିପାରନ୍ତୁ । ଯଦି ଆପଣ ନୁଆ ବର୍ଷରେ ଉଡାଜାହାଜରେ କେଉଁଆଡେ ଯିବାକୁ ପ୍ଲାନ୍ କରୁଛନ୍ତି

ତେବେ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍ ଜେଟ୍ ଆପଣଙ୍କ ପାଇଁ ଖାସ୍ ଅଫର୍ ନେଇକରି ଆସିଛି, ୱାଓ ୱିଣ୍ଟର ସେଲ୍ ଘୋଷଣା ହୋଇସାରିଛି,ଏହି ସ୍କିମ୍ ଲାଭ ଉଠାଇକରି କେବଳ ୧୧୨୨ ଟଙ୍କାରେ ଉଡାଜାହାଜରେ ଯାତ୍ରାକରିପାରିବେ, ଏହି ସେଲ୍ ଆରମ୍ଭ ୨୭ ଡିସେମ୍ବରରୁ ଆରମ୍ଭ ହୋଇସାରିଛି ଯାହାକି ୩୧ ଡିସେମ୍ବର ଯାଏଁ ଚାଲିବ ମାନେ ଆପଣ ୩୧ ଡିସେମ୍ବର୍ ଯାଏଁ ବୁକ୍ କରିପାରିବେ, ଆପଣ ଶସ୍ତାରେ ଉଡାଜାହାଜ ଯାତ୍ରା କରିବାର ମଉକା ପାଇପାରିବେ । ସ୍ପାଇସ୍ ଜେଟ୍ ଦ୍ୱାରା ଏମିତି କୁହାଯାଉଛି କି ଆପଣ ଏହି ଅଫରର ଫାଇଦା ୧୫ ଜାନୁୟାରିରୁ ୧୫ ଅପ୍ରେଲ୍ ପର୍ଯ୍ୟନ୍ତ ଯାତ୍ରାରେ ଉଠାଇପାରିବେ

ମାନେ ଯଦି ଆପଣ ଏବେ ବି ଟିକେଟ୍ ବୁକ୍ କରାଇଦେଉଛନ୍ତି, ତେବେ ଆପଣ ୧୫ ଜାନୁୟାରୀ ପରେ ଏହି ଶସ୍ତ୍ ଉଡାଜାହାଜରେ ଯାତ୍ରା କରିପାରିବେ, ୱାଓ ୱିଣ୍ଟର୍ ସେଲ୍ ଦ୍ୱାରା ଲିମିଟେଡ୍ ସିଟ୍ସ ଉପଲ୍ଲବ୍ଦ ଅଛି, ସ୍ପାଇସ୍ ଜେଟ୍ ଏହି ଅଫର୍ ପୁର୍ବରୁ ଆଓ ପେହେଲେ ପାଓ ଉପରେ ଆଧାରିତ ଅଛି, ମାନେ ସିଟ୍ ଉପଲ୍ଲବଧତା ପର୍ଯ୍ୟନ୍ତ ଏହି ଅଫର୍ ର ଫାଇଦା ଉଠାଇପାରିବେ, ଆପଣଙ୍କୁ କହିଦେବୁ କି ଏହି ଅଫର୍ ସବୁ ଘରୋଇ ରୁଟ୍ସରେ ଉପଲ୍ଲବ୍ଧ ଅଛି, ଏତିକି ନୁହେଁ ବରଂ ଯଦି ଯାତ୍ରୀ ଯାତ୍ରା ପ୍ଲାନରେ କିଛି ପରିବର୍ତ୍ତନ ହେଉଛି ତେବେ ବିନା କେଉଁ ଶୁଳ୍ପରେ ଯାତ୍ରୀ ପରିବର୍ତ୍ତନ କରିପାରିବ

କିନ୍ତୁ ଏହାପାଇଁ ଯାତ୍ରୀଙ୍କୁ ଫ୍ଲାଇଟ୍ସ ଡିପ୍ରେଚର୍ ତାରିଖରୁ ୨ ଦିନ ପୁର୍ବରୁ ବୁକିଙ୍ଗ୍ ତାରିଖରେ ପରିବର୍ତ୍ତନ କରିପାରିବ  କହିଦେବୁ କି ୱାଓ ୱିଣ୍ଟର୍ ସେଲ୍ ଟିକେଟ୍ ବୁକିଙ୍ଗ୍ ସହ ସ୍ପାଇସ୍ ଜେଟ୍ ଆଗାମୀ ଯାତ୍ରାପାଇଁ ୫୦୦ ଟଙ୍କା ଫ୍ରି ଫ୍ଲାଇଟ୍ ଭାଉଚର୍ ଦେବ, ଯାହାକୁ ୧୫ ରୁ ୩୧ ଜାନୁୟାରି ମଧ୍ୟରେ ଉପଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *