December 22, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ – ଥରେ ଗାଁରେ ମେଳା ଲାଗିଥିଲା, ଗୋଟେ ବେଙ୍ଗକୁ ଆଉ ଅପେକ୍ଷା କରିହେଲାନି, ଓ ସେ Jyotish ପାଖକୁ ଗଲା ଓ ପଚାରିଲା ମୋର FUTURE କଣ ଅଛି ?ତାପରେ ସେ ଯାହା କହିଲେ ଶୁଣିକି ବେଙ୍ଗ ବେହୋସ

ଆମେ ସମସ୍ତଙ୍କୁ ନିଜ ଜୀବନରେ ଖୁସିରେ ରହିବା ଓ ହସିବା ଉଚିତ୍, ଓ ନିଜ ଲାଇଫ୍ କୁ ଖୋଲିକରି ଏନଜୟ କରିବା ଉଚିତ୍, ଏମିତିରେ ଆମେ ଆପଣଙ୍କୁ ସବୁଦିନ କିଛି ମଜାଦାର୍ ଜୋକ୍ସ ନେଇକରି ଆସୁଛୁ, ଯାହାକୁ ପଢିବାପରେ ଆପଣଙ୍କ ମୁଡ୍ ପୁରା ଭଲ ହୋଇଯିବ, ତେବେ ଆଉ ବିଳମ୍ବ କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଈବାର ମଜାଦାର୍ ସିଲସିଲା ।

୧) ସ୍ୱାମୀ- କୁଆଡେ ଯାଇଥିଲ ୪ ଘଣ୍ଟା ହେଲା ? ସ୍ତ୍ରୀ- ମଲ୍ ଯାଇଥିଲି ସପିଙ୍ଗ୍ କରିବାପାଇଁ, ସ୍ୱାମୀ- କଣ କଣ ନେଲ? ସ୍ତ୍ରୀ- ଗୋଟେ ହେୟାର୍ ବ୍ୟାଣ୍ତ ଓ ୪୫ ଟି ସେଲଫି ।

୨) ସ୍ୱାମୀ- ବେଲନ ର ପରିଭାଷା କୁହ, ସ୍ତ୍ରୀ- ବେଲନ ଏମିତି ଏକ ଯନ୍ତ୍ର ଅଟେ, ଯାହାଦ୍ୱାରା ରୁଟି ଗୋଲ୍ ହୋଇଥାଏ, ଓ ସ୍ୱାମୀ ସିଧା ।

୩) ପୁଅକୁ କାନ୍ଦୁଥିବାର ଦେଖି ଝିଅଟି କହିଲା- କଣପାଇଁ କାନ୍ଦୁଛ? ପୁଅ- ମୁଁ ଆଜି ପର୍ଯ୍ୟନ୍ତ କେଉଁ ଝିଅକୁ ଚୁମା ଦେଇନାହିଁ, ଝିଅ- କାନ୍ଦନି ମୋତେ କିସ୍ କରିଦିଅ, କିସ୍ ନେବାପରେ ପୁଅ ହସିବାକୁ ଲାଗିଲା, ଝିଅ- କଣପାଇଁ ହସୁଛ ? ପୁଅ- ଏମିତି କାନ୍ଦିକାନ୍ଦି ମହଲା ଯାକ ଝିଅଙ୍କୁ କିସ୍ କରିଦେଇଛି ତ ସେଥିପାଇଁ ।

୪) ପପୁ ଯେମିତି କାର୍ ରେ ବସିକରି ସିଟ୍ ବେଲଟ୍ ଲଗାଇବାକୁ ବାହାରିଲା ତେବେ ଉଦାସ ଭରା ଆବାଜ୍ ରେ ତାର ସ୍ତ୍ରୀ କହିଲା ମୋର ସାବିତ୍ରୀ ବ୍ରତ ଉପରେ ବିଶ୍ୱାସ ନାହିଁ ତୁମକୁ ।

୫) ଶଶୁର- ମୋର ଝିଅର ଯତ୍ନ ନେବ, ତାର ଆଖିରେ ଲୁହ ଯେମିତି ନ ଆସେ, ଜ୍ୱାଇଁ- ଠିକ୍ ଅଛି ପିଆଜ କାଟିଦେବି, କିନ୍ତୁ ବାସନ ତାଙ୍କୁ ହିଁ ମାଜିବାକୁ ହେବ ।

୬) ସ୍ତ୍ରୀ ଶୁଣୁଛ, ତୁମର ପୁଅ ଆଜିକାଲି କିଛି ଅଧିକା ପଇସା ଉଡାଇବାକୁ ଲାଗିଲାଣି, ଯେଉଁଠି ଲୁଚାଇଦେଉଛି ଖୋଜିନେଉଛି, ସ୍ୱାମୀ- ସେଇ ନାଲାୟକର ବହିରେ ଲୁଚାଇଦିଅ, ପରିକ୍ଷା ପର୍ଯ୍ୟନ୍ତ ଖୋଜିକି ପାଇବନି।

୭) ପପୁ ଭଗବାନଙ୍କୁ- ଭଗବାନ ଆପଣଙ୍କ କୃପାରୁ ମୋତେ ରାସ୍ତାରେ ୧ ହଜାର ଟଙ୍କା ମିଳିଗଲେ, ତେବେ ପକ୍କା ଆପଣଙ୍କ ଚରଣରେ ୫୦୦ ଟଙ୍କା ଚଢାଇଦେବି, କିଛି ଦୁରଯିବାପରେ ୫୦୦ ଟଙ୍କା ମିଳିଲା, ପପୁ- ପ୍ରଭୁ ଆପଣଙ୍କୁ ଏତେ ବି ଭରସା ନଥିଲା କି ନିଜ ଭାଗର ପଇସା କାଟିନେଲ ।

୮) ଶିକ୍ଷକ –କେବେ କେଉଁ ଝିଅକୁ ପ୍ରପୋଜ୍ କରିଛ ? ପପୁ- ନା ସାର୍, ଆମେ ତ ଗଣିତ ଛାତ୍ର ଅଟୁ, ଶିକ୍ଷକ- ମାନେ, ପପୁ- ମାନେ ଆମେ ପ୍ରପୋଜ୍ କରୁନୁ ସପୋଜ୍ କରୁ, ଆମେ ସପୋଜ୍ କଲୁ କି ମାନିନିଅନ୍ତୁ ସେ ମୋର ଅଟେ ।

୯) ସାନ୍ତା ଉଦାସ୍ ବସିଥିଲା, ବାନ୍ତା-କଣ ହେଲା ସାଙ୍ଗ, ଉଦାସ୍ କଣପାଇଁ ବସିଛୁ ? ସାନ୍ତା- କଣ କହିବି ସାଙ୍ଗ, କିଏ କହିଥିଲା ଗଛରୁ ଥଣ୍ତା ଛାଇ ମିଳେ, ମୁଁ ଏହି ଗଛ ତଳେ ତିନି ଦିନ ହେବ ବସିଛି, କିନ୍ତୁ ଗୋଟେ ବି ଶୀତଳ ଆସିଲା ନାହିଁ କି ଛାୟା ଆସିଲା ।

୧୦) ଗାଁରେ ମେଳା ଲାଗିଥିଲା, ଏକ ବେଙ୍ଗକୁ ଆଉ ଅପେକ୍ଷା କରିହେଲା ନାହିଁ, ବେଙ୍ଗ- ଏକ ଜ୍ୟୋତିଷ୍ୟ ପାଖକୁ ଗଲା ଓ ପଚାରିଲା ମୋର ଭବିଷ୍ୟତ କଣ ? ଜ୍ୟୋତିଷ୍ୟ – ଏକ ସୁନ୍ଦର ଯୁବତୀ ତୁମର ଅଙ୍ଗ ଅଙ୍ଗକୁ ଭଲରେ ଦେଖିକି ସବୁ ଜାଗାକୁ ଛୁଇଁବ, ବେଙ୍ଗ- ଆରେ ବାଃ, କେବେ ଓ କେଉଁଠି ? ଜ୍ୟୋତିଷ୍ୟ- ଆଗାମୀ ସପ୍ତାହରେ କଲେଜର ବାୟୋଲୋଜିର ଲ୍ୟାବ୍ ରେ ।

Leave a Reply

Your email address will not be published. Required fields are marked *