October 19, 2024

Odia Express

Leading Odia News Portal of Odisha

କେବେ ଫିସ୍ ଭରିବା ପାଇଁ ନଥିଲା ପଇସା, କରିଲେ Pumpcher ଦୋକାନରେ କାମ, କଡା ପରିଶ୍ରମ ବଳରେ Barun ବରଣବାଳ ହେଲେ ଆଇଏଏସ୍

ଏମିତି କୁହାଯାଏ କି ଯଦି ମଣିଷର ଇଚ୍ଛାଶକ୍ତି ମଜବୁତ୍ ହୋଇଥିବ ତେବେ ସଫଲତା ଦିନେ ନା ଦିନେ ନିଶ୍ଚିତ ତାର ପାଦ ଚୁମେ, ଏହି ଦୁନିଆଁରେ ସବୁ ଲୋକ ସଫଲତା ପାଇବାକୁ ଇଚ୍ଛା କରନ୍ତି କିନ୍ତୁ ଭାବିବା ଦ୍ୱାରା ସଫଳତା ମିଳିପାରିନଥାଏ, ଏହାପାଇଁ ଜୀବନରେ କଡା ପରିଶ୍ରମ କରିବାକୁ ପଡିଥାଏ, ଜୀବନର ସବୁ କଠିନତାକୁ ପାର୍ କରିବାକୁ ହୋଇଥାଏ ତେବେ ଯାଇ ବ୍ୟକ୍ତି ସଫଳ ବ୍ୟକ୍ତି ହୋଇପାରେ, ବହୁତ ସାରା ଲୋକ ଏମିତି ଅଛନ୍ତି ଯିଏକି କଡା ପରିଶ୍ରମ ବି କରନ୍ତି କିନ୍ତୁ ସଫଳତାର ମାର୍ଗରେ ଆସୁଥିବା କଠିନତା ଆଗରେ ଅଧିକାଂଶ ଲୋକ ହାର୍ ମାନିଯାଆନ୍ତି

ସେମିତି କିଛି ଲୋକ ହୋଇଥାନ୍ତି,ଯିଏକି ସବୁ କଠିନତାକୁ ପାର୍ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଯାଇଥାନ୍ତି । ଆଜି ଆମେ ଏହି ଲେଖ ମାଧ୍ୟମରେ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ୍ କାହାଣୀ କିଛି ପୁରୁଣା ହୋଇପାରେ କିନ୍ତୁ ଆଜି ସେ ଯେଉଁ ଶିଖରରେ ଅଛନ୍ତି ତାଙ୍କ ପଛରେ କରାଯାଇଥିବା ସଂଘର୍ଷ ସବୁ ଯୁବପିଢିଙ୍କୁ ଜୋସ୍ ଦେବାରେ ସାହାଯ୍ୟ କରିବ, ଆମେ ଆପଣଙ୍କୁ ଆଇଏଏସ ଅଫିସର୍ ବରୁଣ ବରଣବାଲଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ୨୦୧୩ ରେ ହୋଇଥିବା ୟୁପିଏସସି ପରିକ୍ଷାରେ ୩୨ ତମ ସ୍ଥାନ ହାସିଲ୍ କରିଥିଲେ

ତାଙ୍କ ଜୀବନରେ ସବୁଠାରୁ ବଡ ଅସୁବିଧା ପଇସାର୍ ଅଭାବ ଥିଲା, ବିନା କେଉଁ ସୁବିଧାରୁ ସେ ପରିଶ୍ରମ ଓ ଲଗନ ଦ୍ୱାରା ପରିଶେଷରେ ନିଜ ପରିବାରର ନାଁ ଉଜ୍ଜଳ କରିଦେଲେ । ଆପଣଙ୍କୁ କହିଦେବୁ କି ବରୁଣ ବରଣବାଲ୍ ମହାରାଷ୍ଟ୍ରର ଏକ ଛୋଟ୍ ସହର ବୋଇସାରର ବାସିନ୍ଦା ଅଟନ୍ତି , ତାଙ୍କ ଜନ୍ମ ବହୁତ ହିଁ ଗରିବ ପରିବାରରେ ହୋଇଥିଲା, ଛୁଆବେଳରୁ ବରୁଣ ପାଠପଢାରେ ଜ୍ଞାନୀ ଥିଲେ, ଓ ବହୁତ ପଢିବାକୁ ଚାହୁଁଥିଲେ କିନ୍ତୁ ଦାରିଦ୍ରତାର କଷାଘାତ କାରଣରୁ ସେ ପାଠପଢିବାପାଇଁ ଏତେ ସୁବିଧା ମିଳିପାରୁନଥିଲା

ସେ ନିଜ ସାହାସ ହରାଇନଥିଲେ ଓ ପାଠପଢା ଜାରି ରଖିବାପାଇଁ ସେ ସାଇକେଲ୍ ପଙ୍କଚ ଦୋକାନରେ କାମ କଲେ । ଯେବେ ବରୁଣ ବରଣବାଳ ନିଜ ଜୀବନରେ ଆଗକୁ ଆଗକୁ ବଢୁଥିଲେ ତେବେ ସେହି ସମୟରେ ତାଙ୍କ ଜୀବନର ଦୁଃଖର ସମୟ ଆସିଲା, ତାଙ୍କ ବାପାଙ୍କ ନିଧନ ହୋଇଗଲା, ବାପାଙ୍କ ଚାଲିଯିବାପରେ ସେ ପୁରା ଭାଙ୍ଗିପଡିଲେ, ଏହି ସମୟ ତାଙ୍କ ପାଇଁ କଠିନ ରହିଥିଲା, ଏକ ଏମିତି ସମୟ ଆସିଲା ଯେବେ ବରୁଣ ଏହା ତୟ କରିନେଲେ କି ସେ ନିଜ ପାଠପଢା ଛାଡିଦେବେ, କିନ୍ତୁ ତେବେ ତାଙ୍କର ଦଶମ ଶ୍ରେଣୀ ପରିକ୍ଷା ଫଳ ଆସିଲା ଓ ସେ ସ୍କୁଲରେ ଟପ୍ କଲେ । ମିଡିଆ ରିପୋର୍ଟ୍ସ ଅନୁସାରେ ଯେବେ ଦଶମ ଶ୍ରେଣୀର ରେଜଲ୍ଟ ଆସିଲା ତେବେ ବରୁଣ ଟପ୍ ହୋଇଥିବାର୍ ପ୍ରତିଭା ଦେଖିକରି ସବୁ ଲୋକେ ବହୁତ ପ୍ରଶଂସା କଲେ

ସେମିତି ତାଙ୍କ ଘର ଲୋକ ବି ଏହା ନିର୍ଣ୍ଣୟ ନେଇଗଲେ କି ସେ କିଛି ବି କରିବେ, କିନ୍ତୁ ବରୁଣଙ୍କ ପାଠପଢା ବନ୍ଦ ହେବନାହିଁ, ଏହା ଛଡା ଯେବେ ବରୁଣ ଙ୍କ ବାପାଙ୍କ ଚିକିତ୍ସା କରୁଥିଲେ ତେବେ ଡାକ୍ତରଙ୍କ ପାଖରେ ଖବର ପହଞ୍ଚିଲା କି ତାଙ୍କ ପୁଅ ବରୁଣ ୧୦ମରେ ଟପ୍ କରିଛି, ସେମିତି ତାର ସହାୟତା ପାଇଁ ସାମ୍ନାକୁ ଆସିଲେ ଓ ବରୁଣଙ୍କ ପାଠପଢା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା କରିଥିଲେ, ଏହି ପ୍ରକାର କିଛି ନା କିଛି ବରୁଣଙ୍କ ସହାୟତା ପାଇଁ ସାମ୍ନାକୁ ଆସିଲା । ମିଡିଆକୁ ଦେଇଥିବା ଇଣ୍ଟରଭ୍ୟୁ ସମୟରେ ବରୁଣ ବରଣବାଳ କହିଲେ କି ସେ ଭାଗ୍ୟବାନ ଅଟନ୍ତି

ସେ କହିଲେ କି ସେ କେବେ ଇ ଏକଟଙ୍କା ଖର୍ଚ୍ଚ ନିଜ ପାଠପଢା ପାଇଁ କରିନାହାନ୍ତି, କିଏ ନା କିଏ ତାଙ୍କୁ ବହି କିଣିକରି ଦେଇଛନ୍ତି, ତେବେ କିଏ ସ୍କୁଲର ପିସ୍ ଭରିଦେଇଥିଲେ, ତେବେ କିଏ ଫର୍ମ ଭରିବାକୁ ପଇସା ଦେଇଥିଲେ । ଯେବେ ବରୁଣ ଇଞ୍ଜିନିୟରିଙ୍ଗ୍ ପାଠପଢାପୁରାକଲେ ତେବେ ତାହାପରେ ଜବ୍ କରିବାର ଭଲ ଅବସର ମିଳିଥିଲା କିନ୍ତୁ ସେ ନିଜକୁ ସିଭିଲ୍ ସର୍ଭିସ୍ ରେ ପ୍ରସ୍ତୁତି କରିବାକୁ ଚାହୁଁଥିଲେ ଇଞ୍ଜିନିୟରିଙ୍ଗ୍ ପାସ୍ କରିବାପରେ ସେ ୟୁପିଏସସି ପରିକ୍ଷା ଦେବାପାଇଁ ବାହାରି ଆସିଲେ ।

ବରୁଣ ବରଣବାଳ ଏମିତି କହନ୍ତି କି ଯେବେ ୟୁପିଏସସିର ପ୍ରିଲିମ୍ସର ଫଳାଫଳ ଆସିଲା ତେବେ ସେ ନିଜ ଭାଇଙ୍କୁ ପଚାରିଲେ କି ମୋର ରାଙ୍କ୍ କେତେ ଆସିଛି, ଯାହାପରେ ସେ କହିଲେ କି ୩୨ ତମ ରାଙ୍କ୍, ଏହା ଶୁଣିକରି ବରୁଣଙ୍କ ଆଖିରୁ ଲୁହ ଚାଲି ଆସିଲା, ପରିଶେଷରେ ବରୁଣ ନିଜ ପରିଶ୍ରମ ଓ ଲଗନ ବଳରେ ସେହି ସ୍ଥାନରେ ପହଞ୍ଚିପାରିଲେ, ବରୁଣ ବରଣବାଳ ଏହା ପ୍ରମାଣିତ କରିଦେଲେ କି ପଇସା ବିନା ଦୁନିଆଁରେ ସବୁ ସଫଲତା ହାସିଲ୍ କରିହେବ, ୨୦୧୩ ରେ ହୋଇଥିବା ୟୁପିଏସସି ପରୀକ୍ଷାରେ ବରୁଣ ୩୨ ତମ ରାଙ୍କ୍ ହାସିଲ୍ କରି ଆଇଏଏସ ଅଫିସର୍ ହୋଇଗଲେ ।

Leave a Reply

Your email address will not be published. Required fields are marked *