October 19, 2024

Odia Express

Leading Odia News Portal of Odisha

Bharti ସିଂ କଲେ ଗଜବ ଧରଣର ଟ୍ରାନ୍ସଫରମେସନ୍, କମାଇଦେଲେ ୧୫ କିଲୋ ଓଜନ,ହେଇଗଲେ Fit

କମେଡିଆନ୍ ଭାରତୀ ସିଂ ନିଜ ଓଜନ ବହୁତ କମାଇନେଇଛନ୍ତି, ଓ ଏବେ କେବଳ ୭୬ କିଲୋ ରହିଯାଇଛନ୍ତି । ଭାରତୀ ସିଂଙ୍କ ନୁଆ ଅବତାର ଲୋକଙ୍କୁ ବହୁତ ପସନ୍ଦ ଆସୁଛି, ଓ ଯେଉଁ ଭଳି ଓଜନ କମ୍ କରିଛନ୍ତି, ତାହାର୍ ପ୍ରଶଂସା ସମସ୍ତେ କରୁଛନ୍ତି, ଟିଭିର ପପୁଲାର୍ କମେଡି ଶୋ ଦି କପିଲ୍ ଶର୍ମା ଶୋରେ ଆସିଥିବା ନିତୁ କାପୁର ଭାରତୀ ସିଂଙ୍କୁ ଯେବେ ଦେଖିଲେ ତେବେ ସେ ଆଶ୍ଚର୍ଯ୍ୟ ହୋଇଗଲେ, ନୀତୁ କପୁର ବିଶ୍ୱାସ ହେଲା ନାହିଁ ଭାରତୀ ସିଂ ଏତେ ପତଳା ହୋଇଯାଇଛନ୍ତି, ନୀତୁ କପୁର ଭାରତୀ ସିଂଙ୍କୁ ବହୁତ ପ୍ରଶଂସା କରିଥିଲେ । ଭାରତୀ ସିଂ ଅନୁସାରେ ସେ ନିଜ ଓଜନ ୧୫ କିଲୋ କମ୍ କରିଦେଇଛନ୍ତି

ପୁର୍ବରୁ ଭାରତୀଙ୍କ ଓଜନ ୯୧ କିଲୋ ହେଉଥିଲା, ଯାହାକି ଏବେ ୭୬ କିଲୋ ହୋଈଯାଈଛି, ନିଜ ଓଜନ ଉପରେ କଥା କରିବା ସମୟରେ ଭାରତୀ କହିଲେ କି ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି କି ମୁଁ ନିଜ ଓଜନ କମ୍ କରିଦେଇଛି, ଯଦି ତୁମେ ନିଜକୁ ପ୍ରେମ କରିବ ନାହିଁ ତେବେ ଆପଣଙ୍କୁ କିଏ ବି ଭଲ ପାଇବ ନାହିଁ, ଏହା ସହ ସେ କହିଲେ କି ଏବେ ନିଶ୍ୱାସ ନେବାରେ କିଛି ଅସୁବିଧା ହେଉନି, ହାଲକା ଫିଲ୍ ହେଉଛି, ମୋର ଡାଇବେଟିଜ୍ ଓ ଆସ୍ତମା ବି କଣ୍ଟ୍ରୋଲ୍ ହୋଇଯାଇଛି ।

ଭାରତୀ ସିଂ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର୍ କରିଥିଲେ, ଯେଉଁଥିରେ ସେ ଓଜନ୍ କମ୍ ହେବାର ଦେଖାଯାଇପାରିବ , ଭାରତୀ ସିଂ ଅନୁସାରେ ଏହି କାୟାକଳ୍ପ ପଛରେ ବହୁତ ମଜାଦାର୍ ଫାଷ୍ଟିଙ୍ଗ୍ ଅଛି, ସେ ସଂନ୍ଧ୍ୟାରୁ ୭ ଟାରୁ ନେଇକରି ଆଗାମୀ ଦିନ ଦ୍ୱିପହର ୧୨ ଟା ପର୍ଯ୍ୟନ୍ତ କିଛି ଖାଉନଥିଲେ, ଭାରତୀ କହିଲେ କି ୧୨ ଟା ପରେ ଖାଇବାରେ ଆଟାକ୍ ଅନୁଭବ କରେ, ମୋର ଶରୀର ଏବେ ସଂନ୍ଧ୍ୟା ୭ ଟା ପରେ ଖାଇବା ଗ୍ରହଣ କରିପାରିବ ନାହିଁ, ମୁଁ ୩୦-୩୨ ବର୍ଷରେ ବହୁତ ଖାଇଛି,  ଓ ତାହାପରେ ଗୋଟେ ବର୍ଷ ବଡିକୁ ଟାଇମ୍ ଦେଇଛି, ତେବେ ବଡି ଏହା ସବୁ ସହିଛି, ଲକ୍ ଡାଉନ୍  ଆମ ସମସ୍ତଙ୍କୁ ବହୁତ ଜିନିଷ ମହତ୍ତ୍ୱ ଦେଇଛି, ଯେପରି ପରିବାରରେ ନିଜକୁ ପ୍ରେମ କରିବା ।

ଭାରତୀ ସିଂ କୋଟିଏ ଟଙ୍କାର ମାଲିକାଣୀ ଅଟନ୍ତି, ସେ ଦି କପିଲ୍ ଶର୍ମା ଶୋ ଏକ ଏପିସୋଡ୍ ପାଇଁ ୩ ଲକ୍ଷରୁ ଅଧିକା ଚାର୍ଜ କରନ୍ତି, ଆଜି ଯେଉଁ ସଫଳତାରେ ଭାରତୀ ସିଂ ପହଞ୍ଚିଛନ୍ତି, ତେବେ ତାଙ୍କ ପଛରେ କଡାପରିଶ୍ରମ ଅଛି, ଭାରତୀ ଅନୁସାରେ ଯେବେ ସେ ୨ ବର୍ଷର ଥିଲେ, ତେବେ ତାଙ୍କ ବାପା ଚାଳିଗଲେ, ଏହାପରେ ପୁରା ପରିବାରର ଦାୟିତ୍ୱ ତାଙ୍କ ମା ଉପରେ ଆସିଗଲା, ମା ଫ୍ୟାକ୍ଟ୍ରିରେ କାମ କରି ଛୁଆଙ୍କୁ ପାଳିଲେ, ତାଙ୍କ ମା ଫ୍ୟାକ୍ଟ୍ରିରେ କମ୍ବଳ ସିଲାଇ କରୁଥିଲେ, ଓ ଘରେ ଦୁର୍ଗା ମା ଡିଜାଇନ୍ ବାଲା ଚୁନି ବି ସିଲେଇ କରୁଥିଲେ

ଏହି କାରଣରୁ ଘରେ ସବୁବେଳେ ମେସିନ୍ ଚଲାଇବା ଆବାଜ୍ ଆସୁଥିଲା, ଗୋଟେ ସମୟ ଥିଲା ଯେବେ ତାଙ୍କୁ ରୁଟିର ସହ ଲୁଣ ଖାଇକରି କଟାଇବାକୁ ପଡିଥିଲା । ଭାରତୀ ସିଂ କହିଲେ କି ସେ ରାଇଫଲ୍ ସୁଟର୍ ରହିସାରିଛନ୍ତି, ୧୨ ବର୍ଷ ପୁର୍ବରୁ ସେ ନ୍ୟାଶାନାଲ୍ ଲେବୁଲ୍ ରୁ ପଞ୍ଜାବ ଟିମ୍ ଓ ଖେଳରେ ଭାଗ ନେଇଥିଲେ, ଖେଳର ସମୟରେ ତାଙ୍କୁ ସରକାର୍ ତରଫରୁ ମାଗଣା ଖାଇବା ମିଳୁଥିଲା, ସେହି ସମୟରେ ଭାରତୀ ସବୁ ଦିନ ୧୫ ଟଙ୍କା ମିଳୁଥିଲା, ୫ ଟଙ୍କିଆ କୁପନ୍ ମିଳୁଥିଲା, ଯେଉଁଥିରେ ସେ ଜୁସ୍ ପିଉଥିଲେ, ଯାହାଦ୍ୱାରା ତାଙ୍କୁ ସୁଟିଙ୍ଗ୍ ସମୟରେ ଶକ୍ତି ମିଳିପାରିବ, ସେମିତି ବାକି କୁପନ୍ ବଞ୍ଚାଇକରି ମାସରେ ଶେଷରେ ସେହି ଫଳ ଓ ପରିବା କିଣୁଥିଲେ ।

Leave a Reply

Your email address will not be published. Required fields are marked *