October 19, 2024

Odia Express

Leading Odia News Portal of Odisha

ସବୁଠାରୁ ଅଧିକା ଧନୀ ଅଟନ୍ତି ଭାରତର ଏହି ୫ ଜଣ ଲୋକପ୍ରିୟ କମେଡିଆନ୍, Brahmanandam ସମ୍ପତି ଜାଣିଲେ ଚମକି ପଡିବେ

 ଯେପରି ଆମେ ସମସ୍ତେ ଜାଣିଛେ କି ଫିଲ୍ମର ଭିତରେ କେଉଁ ନା କେଉଁ କମେଡିଆନ୍ ଅଭିନେତା ନିଶ୍ଚିତଥାନ୍ତି, ଯେଉଁ ପ୍ରକାର ଗୋଟେ ଫିଲ୍ମ ପାଇଁ ହିରୋ, ହିରୋଇନ୍, ଓ ଭିଲେନ୍ ଆବଶ୍ୟକତା ହୋଇଥାଏ, ଠିକ୍ ସେହିପ୍ରକାରର ଫିଲ୍ମକୁ ଆହୁରି ଏଣ୍ଟରଟେନମେଣ୍ଟ ବନାଇବାପାଇଁ ଏକ କମେଡିଆନ୍ ହେବା ବହୁତ ଜରୁରୀ ହୋଇଥାଏ, ଯଦି ଫିଲ୍ମରେ ଭଲ କମେଡିସିନ୍ ଥିବ ତେବେ ଲୋକେ ତାହାକୁ ଦେଖିବାକୁ ବେଶୀ ପସନ୍ଦ କରନ୍ତି, ସେମିତି ଦେଖିବାକୁ ଗଲେ ଭାରତରେ ଏମିତି କମେଡିଆନ୍ ବହୁତ ଅଛନ୍ତି ଆପଣଙ୍କୁ କହିଦେବୁ କି ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ ଅଭିନେତା ଅଛନ୍ତି ଯିଏକି ନିଜ ବଢିଆ କମେଡି ବଳାରେ ଲୋକଙ୍କର ହୃଦୟରେ ରାଜ୍ କରିଛନ୍ତି, ଲୋକେ ତାଙ୍କ କମେଡିକୁ ଅଧିକା ପସନ୍ଦ କରନ୍ତି, କମେଡି କରି ଏହି ଅଭିନେତା ମାନେ କୋଟିଏ ଟଙ୍କା ଆୟ କରନ୍ତି, ଓ ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏମିତି ହାସ୍ୟ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କୋଟିପତି ଅଟନ୍ତି ଓ ନିଜ ରୋୟାଲ୍ ଲାଇଫ୍ ରେ ଚଳନ୍ତି ।

୧) ଜନି ଲିଭର୍- ବଲିଉଡ୍ ର ଲୋକପ୍ରିୟ କମେଡିଆନ୍ ଜନି ଲିଭରଙ୍କୁ କିଏ ବା ନଜାଣେ, ସେ ହିନ୍ଦୀ ସିନେମାରେ ନିଜ କମିକ୍ ଟାଇମିଙ୍ଗ୍ ପାଇଁ ଲୋକପ୍ରିୟଅଛନ୍ତି, ଜନି ଲିଭର୍ ନିଜ ଫିଲ୍ମ କ୍ୟାରିୟର୍ ରେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି, ଓ ସେ ବଲିଉଡ୍ ର ପ୍ରାୟ ସବୁ ବଡ ଷ୍ଟାରଙ୍କ ସହ କାମ କରିସାରିଛନ୍ତି, ଜନି ଲିଭର୍ ଷ୍ଟାଣ୍ତଅଫ୍ କମେଡିଆନ୍ ବାଦଶାହ୍ କୁହାଯାଏ, ଜନି ଲିଭର୍ ଏମିତି ଏକ କଳାକାର ଅଟନ୍ତି ଯିଏକି ଏବେ ପର୍ଯନ୍ତ ୩୦୦ ରୁ ଅଧିକା ଫିଲ୍ମରେ କାମ କରିସାରିଛନ୍ତି, ତାଙ୍କ କମେଡି ଅନ୍ଦାଜ ବହୁତ ଲୋକଙ୍କୁ ପସନ୍ଦ ଲାଗେ, ଯଦି ଆମେ ଜନି ଲିଭରଙ୍କ ସଂମ୍ପତ୍ତି ବିଷୟରେ କହିବା ତେବେ କୁହାଯାଏ କି ତାଙ୍କ ପାଖରେ ୭୦-୮୦ କୋଟି ଟଙ୍କା ସଂମ୍ପତ୍ତିର ମାଲିକ ଅଟନ୍ତି ।

୨) ରାଜପାଳ ଯାଦବ- ଭାରତ ର ଲୋକପ୍ରିୟ ଅଭିନେତା ଓ କମେଡିଆନ୍ ରାଜପାଳ ଯାଦବଙ୍କ ନାଁ ଆସେ, ଯିଏ ନିଜ ହାଇଟ୍ ର ମଜାକ୍ ହୋଇ ଦର୍ଶକଙ୍କୁ ବହୁତ ହସାଇଲେ ସେ ନିଜ ଭଲ କମେଡି ଦ୍ୱାରା ଲୋକଙ୍କର ହୃଦୟ ଜିତିଲେ,  ରାଜପାଳ ଯାଦବ ଦେ ଦନା ଦନ୍, ମୁଝସେ ଶାଦି କରୋଗି, ପାର୍ଟନର୍ ପରି ସୁପରହିଟ୍ ଫିଲ୍ମରେ ଶାନଦାର୍ କମେଡୀରୁ ଲୋକଙ୍କର ହୃଦୟରେ ଜାଗା ବନାଇଥିଲେ, ଏହା ଛଡା ରାଜପାଳ ଯାଦବ୍ ବହୁତ ସିରିୟସ୍ ଭୁମିକାରେ ନଜର ଆସିଛନ୍ତି, ଏମିତି କୁହାଯାଏ କି ରାଜପାଳ ଯାଦବ ସବୁ ମାସରେ ୩୦ ଲକ୍ଷରୁ ଅଧିକା ଟଙ୍କା କମାଇଦିଅନ୍ତି, ଓ ବର୍ଷ ସାରା ତାଙ୍କର ଆମଦାନୀ ୪ କୋଟି ପାଖାପାଖି କୁହାଯାଏ, ଗୋଟେ ରିପୋର୍ଟର୍ ମୁତାବିକ ରାଜପାଳ ଯାଦବଙ୍କ ସମୁଦାୟ ସଂମ୍ପତ୍ତି ୫୦କୋଟି ବୋଲି କୁହାଯାଉଛି, ୨୦୨୧ ରେ ତାଙ୍କର ନେଟ୍ ୱର୍ଥ ୭ ମିଲିୟନ୍ ଡଲାର୍ ଥିଲା ।

୩) ପରେଶ ରାୱଲ- ପରେଶ ରାୱଲ୍ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏମିତି ଏକ ଅଭିନେତା ଅଟନ୍ତି ଯିଏ କେବଳ ଭିଲେନ୍ ହୋଇକରି କେବେ କମେଡିଆନ୍ ହୋଇକରି ଲୋକଙ୍କର୍ ମନୋରଞ୍ଜନ କରାଇଛନ୍ତି, ପରେଶ ରାୱଲ୍ ହେରାଫେରି ଓ ହଙ୍ଗାମା ପରି ଫିଲ୍ମରେ ଦମଦାର୍ କମେଡି କରିଥିଲେ, ଏବେ ପରେଶ ରାୱଲ୍ ଫିଲ୍ମ ସଞ୍ଜୁରେ ସୁନିଲ୍ ଦତ୍ତଙ୍କ ରୋଲ୍ କରିଥିଲେ, ଏହି ରୋଲ୍ ରେ ଦର୍ଶକଙ୍କ ଦ୍ୱାରା ତାଙ୍କୁ ବହୁତ ପସନ୍ଦ କରାଗଲା, ବହୁତ ଲମ୍ବା ସମୟରୁ ପରେଶ ରାୱଲ୍ ବଲିଉଡ୍ ରେ ସକ୍ରିୟ ଅଛନ୍ତି, ଖବର ଅନୁସାରେ ପରେଶ ରାୱଲଙ୍କ ସମୁଦାୟ ସଂମ୍ପତ୍ତି ୧୦୦ କୋଟି ବୋଲି କୁହାଯାଏ ।

୪) ରାଜୁ ଶ୍ରୀବାସ୍ତବ- ରାଜୁ ଶ୍ରୀବାସ୍ତବ ଫିଲ୍ମ ଛଡା ରିୟାଲିଟି ଶୋରେ ଷ୍ଟାଣ୍ତଅଫ୍ କମେଡିଆନ୍ ଭାବେ କମେଡି କରୁଥିବାର ନଜର ଆସନ୍ତି, ସେ ନିଜ ଦମଦାର୍ କମେଡି ଦ୍ୱାରା ବହୁତ୍ ଆୱାର୍ଡସ୍ ନିଜ ନାଁରେ କରିସାରିଚନ୍ତି ,  ରାଜୁ ଶ୍ରୀବାସ୍ତବ ବାଜିଗର୍ , ମୈ ପ୍ରେମ୍ କି ଦିୱାନୀ ହୁଁ, ବମ୍ବେ ଟୁ ଗୋଆ ପରି ଫିଲ୍ମରେ କାମ କରିଛ୍ନନ୍ତି, ଖବର୍ ଅନୁସାରେ ରାଜୁ ଶ୍ରୀବାସ୍ତବ ୧୫ ରୁ ୨୦ କୋଟି ଟଙ୍କା ସଂମ୍ପତ୍ତିର ମାଲିକ ଅଟନ୍ତି ।

୫) ବ୍ରହ୍ମାନନ୍ଦମ- ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ଲୋକପ୍ରିୟ କମେଡିଆନ୍ ବ୍ରହ୍ମାନନ୍ଦମ ନିଜ କ୍ୟାରିୟରର୍ ଆରମ୍ଭ ଛୋଟ ରୋଲ୍ ରୁ କରିଥିଲେ, ସେ ଆଜି ଲୋକପ୍ରିୟ କମେଡିଆନ୍ ରୁପରେ ଦୁନିଆଁ ସାରା ଲୋକପ୍ରିୟ ହୋଇଛନ୍ତ୍, ବ୍ରହ୍ମାନନ୍ଦମ ତେଲୁଗୁ ଫିଲ୍ମ୍ ସହିତ୍ ଅନ୍ୟ ବହୁତ ଫିଲ୍ମରେ କାମ କରିଛନ୍ତି, ଓ ତାଙ୍କ ସଂମ୍ପତ୍ତି ମାମଲାରେ ସେ ପଛରେ ନାହାନ୍ତି, ଖବର ଅନୁସାରେ କୁହାଯାଏ କି ବ୍ରହ୍ମାନନ୍ଦମଙ୍କ ସଂମ୍ପତ୍ତି ୩୨୦ କୋଟୀ ଟଙ୍କା ମାଲିକ ଅଟନ୍ତି । ଏହା ଭାରତ ସବୁଠାରୁ ଧନୀ କମେଡିଆନ୍ ଭାବେ ଜଣାଯାଆନ୍ତି ।

Leave a Reply

Your email address will not be published. Required fields are marked *