October 25, 2024

Odia Express

Leading Odia News Portal of Odisha

Dinner ପୁର୍ବରୁ ରୁଟି ଖାଇବା ଦରକାର ନା ଭାତ ? ଜାଣନ୍ତୁ ଆପଣଙ୍କ ଶରୀର ପାଇଁ କେଉଁଟା ଅଟେ ସବୁଠାରୁ ଉତ୍ତମ

ଭାରତ ବିବିଧତା ଭରା ଦେଶ ଅଟେ, ଏଠାରେ ଆପଣଙ୍କୁ ବହୁତ ବର୍ଣ୍ଣ, ଜାତି ଓ ଧର୍ମର ଲୋକ ଦେଖିବାକୁ ମିଳିଯିବେ, ଏମିତିରେ ସବୁ ସ୍ଥାନରେ ଓ ସମାଜରେ ରହିବା ଚଳିବା ଓ ଖାଦ୍ୟ ପାନୀୟ ଟିକିଏ ଅନ୍ତର ଦେଖିବାକୁ ମିଳିଯାଇଥାଏ, ଭାରତରେ ଖାସକରି ଲୋକଙ୍କୁ ଖାଇବା ପିଇବାରେ ଟିକିଏ ଅଧିକା ସଉକ ରହିଥାଏ, ଏଠାରେ ଆପଣଙ୍କୁ ନାନାପ୍ରକାରର ବ୍ୟଞ୍ଜନ ଦେଖିବାକୁ ମିଳିଯାଏ । ରୁଟି ଓ ଭାତ ଦୁଇଟି ଏମିତି ଜିନିଷ ଅଟେ ଯାହା ପ୍ରାୟ ସବୁ ଶାକାହାରୀ ଥାଳୀରେ ଦେଖିବାକୁ ନିଶ୍ଚିତ ମିଳିଯାଏ , ଏମିତି କଣ ଆପଣ କେବେ ଭାବିଛନ୍ତି କି ଭୋଜନ ଆରମ୍ଭ କରିବା ସମୟରେ ରୁଟି ଖାଇବା ଦରକାର ନା ଭାତ ? ଯଦି ବି ନେବେ କେତେ ମାତ୍ରାରେ ନେବା ଉଚିତ୍ , ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ ।

ଉତ୍ତର ଭାରତର ଇଲାକାରେ ତରକାରି ସହ ପ୍ରଥମେ ରୁଟି ତାପରେ ଭାତ ଖାଇବାର ଚଳନ ଅଛି, ଯେବେ କି ଦକ୍ଷିଣ ଭାରତରେ କିଛି ଇଲାକାରେ ଲୋକେ ପ୍ରଥମେ ଭାତ ଓ ତାପରେ ରୁଟି ଖାଇବା ପସନ୍ଦ କରନ୍ତି, ସେମିତି ମହାରାଷ୍ଟ୍ରର ବ୍ରାହ୍ମଣ ସମୁଦାୟରେ ଏମିତି ପରମ୍ପରା ଥିଲା ଏବେ କିଛି ପରିମାଣରେ ଅଛି, ଯେଉଁଠି ଭାତ ଓ ସାଧା ଡାଲିରେ ଘିଅ ଦିଆଯାଉଥିଲା। ଯେବେ ଭାତ ଶେଷ ହୋଇଯାଉଥିଲା ତେବେ ରୁଟି କିମ୍ବା ପୁରି ଖୁଆଯାଉଥିଲା

ଏହାପରେ ଟିକିଏ ଦହି ଭାତ ଦିଆଯାଉଥିଲା ଏମିତିରେ ପ୍ରଶ୍ନ ଏବେ ବି ଅଛି କି କେଉଁ ଇଲାକାରେ ଲୋକଙ୍କ ସଠିକ୍ ତରିକାରେ ଖାଆନ୍ତି । ପ୍ରଥମେ ରୁଟି କିମ୍ବା ଭାତ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଥମେ ଏହି ଦୁହେଁ ଖାଦ୍ୟ ପଦାର୍ଥ ପୋଷ୍ଟିକ ଗୁଣ ଉପରେ ନଜର ପକାଇବାକୁ ହେବ, ଯଦି ଆପଣ ୧/୩ କପ୍ ଭାତ ଖାଆନ୍ତି ତେବେ ସେଥିରେ ଆପଣଙ୍କୁ ୮୦ କ୍ୟାଲୋରି, ୧ ଗ୍ରାମ ପ୍ରୋଟିନ୍, ୦,୧ ଗ୍ରାମ ଫ୍ୟାଟ୍, ଓ ୧୮ ଗ୍ରାମ କାର୍ବୋହାଇଡ୍ରେଡ୍ ମିଳିଥାଏ, ସେମିତି ୬ ଇଞ୍ଚ ଆକାରର ରୁଟିରେ ଆପଣଙ୍କୁ ୭୧ ଗ୍ରାମ କ୍ୟାଲୋରି, ୩ ଗ୍ରାମ ପ୍ରୋଟିନ୍, ୦,୪ ଗ୍ରାମ ଫ୍ୟାଟ୍, ଓ ୧୫ ଗ୍ରାମ କାର୍ବୋହାଇଡ୍ରେଡ୍ ମିଳିଥାଏ

ଏହାର ଅତିରିକ୍ତ ରୁଟିରେ ଭିଟାମିନ୍ A,B1,B2,B3 କ୍ୟାଲସିୟମ୍, ଓ ଆଇରନ୍ ମହଜୁଦ୍ ରହିଥାଏ । ଏହାପରେ ଏହି କଥାର ଉତ୍ତର ଏହି କଥାରେ ବହୁ ପରିମାଣରେ ନିର୍ଭର କରେ କି ଆପଣ କେଉଁ ଇଲାକାରେ ରୁହନ୍ତି, ଓ କେଉଁ ପ୍ରକାରର୍ କାମ କରନ୍ତି, ଏହାର କାରଣରୁ ମଣିଷ ଶରୀରରେ ଦରକାରିତା ଏହି କଥାରେ ନିର୍ଭରକରେ , ତାହାର ଆଖପାଖ ବାତାବରଣ କିପରି ଅଛି, ଉତ୍ତରଭାରତରେ ମଇଦାନି ଇଲାକାରେ ଯେପରି ରାଜସ୍ଥାନ, ହରିଆଣା, ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ରେ ରହୁଥିବା ଲୋକଙ୍କୁ ପ୍ରଥମେ ରୁଟି ଖାଇବା ଉଚିତ୍ସେ

ମିତି ଦକ୍ଷିଣ ଭାରତରେ ରହୁଥିବା ଲୋକ ପ୍ରଥମେ ଭାତ ଖାଇପାରିବେ, ସେମିତି ପାହାଡି ଇଲାକାରେ କିଛି ବି ପ୍ରଥମେ ଖାଇପାରିବେ । ଏହି ସବୁ ସ୍ଥିତିରେ ଏହି କଥା ଅଧିକା ମାଇନା ରଖେ କି ଆପଣ ରୁଟି ଓ ଭାତ କେତେ ମାତ୍ରାରେ ଖାଆନ୍ତି, ଯଦି ଆପଣଙ୍କ ଶାରରୀକ ପରିଶ୍ରମ ଅଧିକା କରୁଛନ୍ତି, ତେବେ ଆପଣଙ୍କୁ ରୁଟି ଅଧିକା ମାତ୍ରା ଓ ଭାତ କମ୍ ଖାଇବା ଉଚିତ୍, ସେମିତି ଶାରରିକ ଶ୍ରମ ନ କରିବା ଯୋଗୁଁ ରୁଟି ଓ ଭାତ ଦୁହେଁ ବରାବର ମାତ୍ରାରେ ଖାଇପାରିବେ । ଆଉ ଏକ କଥା କହିଦେବୁ କି ଗୋଟେ ରୁଟିରେ ଗୋଟେ କପ୍ ରୁ ଅଧିକା ଫାଇବର୍ ହୋଇଥାଏ, ଏହି ଫାଇବର୍ ଆପଣଙ୍କ ପାଚନ ତନ୍ତ୍ରକୁ ମଜବୁତ୍ ବନାଇବାରେ ସାହାଯ୍ୟ କରେ ।ଏଥିପାଇଁ ରୁଟି ଓ ଭାତ ଖାଇବା ଭଲ ଅଭ୍ୟାସ ହୋଇଥାଏ ।

Leave a Reply

Your email address will not be published. Required fields are marked *