October 19, 2024

Odia Express

Leading Odia News Portal of Odisha

ବଲିଉଡ୍ ଫିଲ୍ମକୁ ମନା କରିସାରିଛନ୍ତି ଏହି ୭ ଜଣ Television କଳାକାର,ଏମାନେ ରିଜେକ୍ଟ କରିଥିବା ଫିଲ୍ମ କୁ କରିଥିଲେ କରୀନା-ଦିପିକା

ଯେବେ ଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ହେଲା ତେବେ ଠାରୁ ଫିଲ୍ମ ଇଣ୍ତଷ୍ଟ୍ରିରେ ଯେମିତି ଭୁମିକମ୍ପ ଆସିଯାଇଛି, ଏଠାରେ ଆସିବା ଦିନରୁ ବହୁତ ଇନସାଇଡର୍ ଓ ଆଉଟ୍ ସାଇଡରଙ୍କ କଥା ହେଉଛି, ଇଣ୍ତଷ୍ଟ୍ରି ଦୁଇଟି ଭାଗରେ ବାଣ୍ଟି ହୋଇଯାଇଛି, ଯେଉଁଠି ଗୋଟେ ପଟେ କିଛି କଲାକାରଙ୍କ ମାନିବା କଥା କି ଇଣ୍ତଷ୍ଟ୍ରିରେ ନେପୋଟିଜିମ୍ ଅଛି ଓ ଏହାକୁ ନେଇ ବହୁତ ଥର ଦକ୍ଷତା ସଂପର୍ଣ୍ଣ ଲୋକଙ୍କୁ ମଉକା ମିଳିପାରେନାହିଁ, ସେମିତି କିଛି ଲୋକଙ୍କର କହିବା କଥା କି ନେପୋଟିଜିମ୍ ସବୁ ଫିଲଡ୍ ରେ ହୋଇଥାଏ, ବହୁତ ଷ୍ଟାର୍ କିଡସ୍ ଏମିତି ହୋଇଥାନ୍ତି ଯାହାଙ୍କୁ ଦର୍ଶକ ପସନ୍ଦ କରନ୍ତି ନାହିଁ, ଏମିତିରେ ଭାଇ ପୁତୁରା ବାଦ କଥା ବିଲକୁଲ୍ କିଛି ସଂମ୍ପର୍କ ନାହିଁ  । ଏମାନଙ୍କର ମାନିବା କଥା କି ଦର୍ଶକ କେବାଳ ତାହା ଦେଖିବେ ଯାହା ସେ ଦେଖାଇବାକୁ ଚାହୁଁଛନ୍ତି

ଆପଣ ତାଙ୍କୁ ଜବରଦସ୍ତି କେଉଁ ଫିଲ୍ମ ଦେଖିବାପାଇଁ ପ୍ରେସର କରିପାରିବେ ନାହିଁ, ଏବେ କରିନା କାପୁର ନେପୋଟିଜିମ୍ କୁ ନେଇକରି କହିଥିଲେ, ସେ କହିଲେ କି ଯଦି ଆମେ ଆପଣଙ୍କୁ ପସନ୍ଦ ଆସୁନାହୁଁ ତେବେ ଆମର ଫିଲ୍ମ ଦେଖନ୍ତୁ ନାହିଁ, ଆପଣ ମାନେ ଆମକୁ ଷ୍ଟାର୍ କରୁଛନ୍ତି ତାପରେ ଆମକୁ ହିଁ ଏହି ବିଷୟରେ ପ୍ରଶ୍ନ କରାଯାଉଛି । ଏହି କଥାରେ କୌଣସି ଅଲଗା ରାୟ ନାହିଁ କି ବଲିଉଡ୍ ରେ କାମ କରିବାକୁ ନେଇକରି ଲୋକଙ୍କ ଆକାଂକ୍ଷା ରହିଥାଏ, ଟୀଭି କଳାକାର ଫିଲ୍ମରେ କାମ କରିବାକୁ ଇଚ୍ଚା ରଖନ୍ତି, ବିଦ୍ୟାବାଳନ, ଶାହାରୁଖ ଖାନ୍, ଆୟୁସମାନ୍ ଖୁରାନା, ମୋନି ରୟ ଆଦି କିଛି ନାଁ ଅହ୍ଛି ଯିଏକି ଆରମ୍ଭ ଟିଭି ଶୋରୁ କରିଥିଲେ କିନ୍ତୁ ଆଜିର ସମୟରେ ସେ ବଲିଉଡ୍ ରେ ପାଦଥାପି ସାରିଛନ୍ତି ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଗୋଟେ ପଟେ ଟିଭି କଳାକାର ଫିଲ୍ମରେ କାମ ପାଇବାକୁ ଆଗ୍ରହୀ ଓ ଉତ୍ସାହୀ ରହିଥାନ୍ତି, ସେମିତି କିଛି ଏମିତି ଅଛନ୍ତି ଯିଏ ବଲିଉଡ୍ ଅଫରକୁ କାମ କରିବାକୁ ମନା କରିଦେଇଛନ୍ତି, ଏହି ଟିଭି କଲାକାରଙ୍କ ଫିଲ୍ମରେ କାମ କରିବାକୁ ଅଫର୍ ଆସିଲା କିନ୍ତୁ ଏହାକୁ ଛୋଟ ପର୍ଦାର ଆଗକୁ ବଡ ପର୍ଦାରେ କିଛି ଖାସ୍ ରହିଲା ନାହିଁ, ଏହି ପୋଷ୍ଟରେ ସେମିତି କିଛି କଳାକାରଙ୍କ ବିଷୟରେ କହିବୁ ।

୧) ଶାହିର୍ ଶେଖ୍- ଶାହିର୍ ଶେଖ୍ ଟିଭି ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତା ଅଟନ୍ତି , ସେ ମହାଭାରତ, ଝାନସି କି ରାଣୀ, କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ବି, ପରି ଟିଭି ସିରିଆଲ୍ ରେ କାମ କରିସାରିଛନ୍ତି, ଯେବେ ଶାହିର୍ ଦାସ୍ତାନ୍-ଏ ମୋହବତ୍ ସଲିମ୍ ଅନାରକଲି ଟିଭି ଶୋର ସୁଟିଙ୍ଗ୍ କରୁଥିଲେ , ତେବେ ତାଙ୍କୁ ବଲିଉଡ୍ ଫିଲ୍ମର ଅଫର୍ ମିଳିଲା, ଶାହିର୍ ଏହି କାମ କରିବାକୁ ମନା କରିଦେଲେ । ଏକ ଇଣ୍ଟରଭ୍ୟୁରେ ସାହିର୍ କହିଥିଲେ କି ବହୁତ ବଡ ଡାଇରେକ୍ଟର୍ସ ଓ ପ୍ରଡ୍ୟୁସରସ୍ ଗୋଟେ ଟିଭି ଅଭିନେତାକୁ ମେନ୍ ହିରୋ ରୋଲ୍ ରେ ଦେଖନ୍ତି ନାହିଁ, ଏମିତିରେ ସେ ଛୋଟ ପର୍ଦାରେ ଖୁସିରେ ଅଛନ୍ତି, ଯେବେ ପର୍ଯ୍ୟନ୍ତ୍ ଦମଦାର୍ ରୋଲ୍ ମିଳିନଯାଏ , ତେବେ ପର୍ଯ୍ୟନ୍ତ ସେ ଏହି କାମ କରିବାକୁ ପସନ୍ଦ କରିବେ ।

୨) ଦିପିକା କାକଡ୍- ଦିପିକା କାକଡ୍ ଟିଭି ଇଣ୍ତଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଦିପିକା କାକର୍ ଶଶୁରାଲ୍ ସିମର୍ କା ରେ ସିମର୍ ରୋଲ୍ ନିଭାଇକରି ଘରେ ଘରେ ଲୋକପ୍ରିୟତା ପାଇଥିଲେ, ଏହାପରେ ସେ କାହାଁ ହମ୍ କାହାଁ ତୁମ୍ ସିରିଆଲ୍ ରେ ନଜର ଆସିଥିଲେ, ଦିପିକା ବିଗ୍ ବସ୍ ବିଜେତା ରହିସାରିଛନ୍ତି, ବିଗ ବସ୍ ୧୨ ର ସମୟରେ ଦିପିକା ଏହି କଥାର ଖୁଲାସା କରିଥିଲେ କି ସେ ଫିଲ୍ମରୁ ଅଫର୍ ପାଇଥିଲେ କିନ୍ତୁ ଇଣ୍ଟିମେଟ୍ ସିନ୍ ହେବା କାରଣରୁ ସେ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ , ଦିପିକା ଙ୍କ କଥା ଦେଖିଲେ ଏହି ପରି ସିନ୍ସ ସେ ନିଜକୁ ଅସହଜ ଅନୁଭବ କରନ୍ତି, ୨୦୧୮ ରେ ଜେପି ଦତ୍ତାଙ୍କ ଫିଲ୍ମ ପଲଟନରେ ସେ ନଜର ଆସିଥିଲେ, କଥା ହେବା ପର୍ସନାଲ୍ ଲାଇଫ୍ ର ତ ଅଭିନେତ୍ରୀ ସୋଏବ୍ ଇବ୍ରାହିମ୍ ଙ୍କୁ ବିବାହ କରିଛନ୍ତି, ସୋଏବ୍ ଜଣେ ଟିଭି ଅଭିନେତା ଅଟନ୍ତି ।

୩) ଦୃଷ୍ଟି ଧାମି- ମଧୁବାଳା ସିରିଆଲ୍ ରୁ ନିଜର ପରିଚୟ ବନାଇଥିବା ଦୃଷ୍ଟିଧାମି ଆଜି ଘରେ ଘରେ ପରିଚିତ, ଦୃଷ୍ଟି ଆଜି ଟିଭି ଜଗତରେ ପ୍ରସିଦ୍ଧ ଓ ହାଇଏଷ୍ଟ ପେଡ୍ ଅଭିନେତ୍ରୀରୁ ଜଣେ ଅଟନ୍ତି, ଏହି ଦିନରେ ସେ ଟିଭି ସିରିଆଲ୍ ରୁ ଦୁରେଇଯାଇଛନ୍ତି କିନ୍ତୁ ସୋସିଆଲ୍ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି, ଆସିବା ଦିନରୁ ସେ ନିଜ ଫ୍ୟାନ୍ସଙ୍କ ପାଇଁ କିଛି ନୁଆ ନୁଆ ଫଟୋଗୁଡିକ ଓ ଭିଡିଓଜ୍ ଗୁଡିକ ଅପଲୋଡ୍ କରନ୍ତି । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦୃଷ୍ଟି ଅଜୟ ଦେବଗନଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି, ଯେବେ ଦୃଷ୍ଟି ମଧୁବାଳା ସିରିଆଲ୍ ରେ କାମ କରୁଥିଲେ ତେବେ ସିଘଂମ୍ ରିଟର୍ଣ୍ଣ ଅଫର୍ ମିଳିଥିଲା, ସେହି ଦିନରେ ଦୃଷ୍ଟିଙ୍କ ସିରିଆଲ୍ ବହୁତ୍ ହିଟ୍ ହୋଇଥିଲା, ଓ ଲୋକେ ଟିଭିରୁ ଦେଖି ତାଙ୍କୁ ରିୟଲ୍ ଲାଇଫ୍ ରେ ମଧୁବାଳା କହି ଡାକୁଥିଲେ, ଏମିତିରେ ଦୃଷ୍ଟି ଫିଲ୍ମରେ କାମ କରିବାକୁ ମନା କରିଦେଲେ, ଓ ପରେ ତାଙ୍କ ଜାଗାରେ କରିନା କପୁର୍ ଖାନ୍ ଙ୍କୁ ସାଇନ୍ କରାଗଲା ।

୪) ମୋହିତ୍ ରୈନା- ଦେବୋଁ କା ଦେବ ମହାଦେବ, ଛୋଟ ପର୍ଦାରେ ବଡ ଲୋକପ୍ରିୟ ସିରିଆଲ୍ ରହିଥିଲା, ଏଥିରେ ବାବା ଭୋଲାନାଥ ମାନେ ଭଗବାନ ଶିବଙ୍କ ଭୁମିକା ମୋହିତ୍ ରୈନା କରିଥିଲେ, ମୋହିତ୍ ରୈନା ଏହି ଭୁମିକା ପାଇଁ ବିଶେଷ ରୁପରେ ଜଣାଯାଆନ୍ତି, ଏବେ ମୋହିତ୍ ନିଜ ୩୮ ତମ ଜନ୍ମଦିନ ପାଳିଥିଲେ, କହିଦେବୁ କି ମୋହିତ୍ ରୈନାଙ୍କୁ ବହୁତ ବଲିଉଡ୍ ଫିଲ୍ମରେ କାମ କରିବାକୁ ଅଫର୍ ମିଳିସାରିଛି, ଯାହାକୁ ସେ ମନା କରିଦେଇଛନ୍ତି, ରିପୋର୍ଟର ମୁତାବିକ ବଲିଉଡ୍ ଫିଲ୍ମ କ୍ରିଏଚର୍ ୩ ଡି କୁ ମୋହିତ୍ ମନା କରିଦେଇଥିଲେ । ପରେ ଫିଲ୍ମ ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍ ରେ ବିକି କୌଶଲ୍ ଙ୍କ ବଡ ଭାଇ ରୋଲ୍ ରେ ଦେଖାଯାଇଥିଲେ, ମୋହିତ୍ ବହୁତ ଟିଭିର ୱେବସିରିଜ୍ ରେ ନଜର ଆସିଛନ୍ତି, ଦିୟା ମିର୍ଜାଙ୍କ ସହ ସେ ୱେବ ସିରିଜ୍ କାଫିର୍ ଲୋକଙ୍କୁ ବହୁତ ପସନ୍ଦ କରାଯାଇଥିଲା, ଏବେ ଜ୍ୟାକଲିନ୍ ଫର୍ଣ୍ଣାଡିସ୍ ଙ୍କ ସହ ମିସେଜ୍ ସିରିଆଲ୍ କିଲର୍ ରେ ମୋହିତ୍ ନଜର ଆସିଛନ୍ତି ।

୫) ଅଦା ଖାନ୍- ଟିଭି ସିରିଆଲ୍ ରେ ବେହେନୈ ରେ ଆକାଶୀ ନାଁରେ ତ ଅଦା ଖାନ୍ ଙ୍କୁ ଜାଣିଥିବେ, ତାହା ସହ ନାଗିନ୍ ହିସାବରେ ସେ ଲୋକପ୍ରିୟ ହୋଇଇଛନ୍ତି, ଟିଭି ସିରିଆଲ୍ ଅମୃତ ମନ୍ଥନ ଓ ପରଦେଶ ମୈ ହୈ ମେରା ଦିଲ୍ ରେ ବି ସେ ବଢିଆ ଅଭିନୟ କରିଥିଲେ, ଅଦାଙ୍କ ଗଣନା ଟିଭିର ସବୁଠାରୁସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ହୋଇଥାଏ, ଆପଣଙ୍କୁ କହିଦେବୁ କି ଅଦା ଖାନ୍ ବଲିଉଡ୍ ଫିଲ୍ମରେ କାମ କରିବାକୁ ଅଫର୍ ପାଇଥିଲେ କିନ୍ତୁ ସେ ପ୍ରସ୍ତୁତି ନ ହୋଇଥିବା କଥା କହିକରି ମନା କରିଦେଇଥିଲେ । ଅଦା ବିଶ୍ କିମ୍ବା ଅମୃତ ସିତାରା, ପିୟା ବସନ୍ତି ରେ, ଓ କମେଡି ନାଇଟସ୍ ବଚାଓ ରେ ନିଜ ଅଭିନୟ ଦେଖାଇସାରିଛନ୍ତି, ଗୋଟେ ସମୟରେ ଅଦା ଖାନ୍ ଟିଭି ଅଭିନେତା ଅଙ୍କିତ୍ ଗେରାଙ୍କ ଗାର୍ଲଫ୍ରେଣ୍ତ ଥିଲେ , ପରେ ତାଙ୍କର ବ୍ରେକ୍ ଅଫ୍ ହୋଇଗଲା ।

୬) ମୃଣାଳ ଠାକୁର- ସିରିଆଲ୍ କୁମ୍ କୁମ୍ ଭାଗ୍ୟ ଜରିଆରେ ଟିଭି ଇଣ୍ତଷ୍ଟ୍ରିରେ ମୃଣାଳ ଠାକୁର୍ ବଡ ଲୋକପ୍ରିୟତା ହାସିଲ୍ କରିଥିଲେ, ମୃଣାଳ ନିଜ ଦମଦାର୍ ଭୁମିକାକୁ ଦେଖିକରି ଅମିର୍ ଖାନ୍ ଓ ଆଦିତ୍ୟ ଚୋପ୍ରା ଏତେ ପ୍ରଭାବିତ ହୋଇଥିଲେ କି ଫିଲ୍ମ ଠଗସ୍ ଅଫ୍ ହିନ୍ଦୁସ୍ଥାନରେ ତାଙ୍କୁ ଗୋଟେ ରୋଲ୍ ଅଫର୍ କରିଥିଲେ, ସେମିତି ମୃଣାଳ ଠାକୁର୍ ଏହାକୁ କରିବାକୁ ମନା କରିଦେଲେ, ଯାହାପରେ ଫାତିମା ସନା ଶେଖ୍ ରୋଲ୍ ପ୍ଲେ କରିଥିଲେ । ପରେ ମୃଣାଳ ଠାକୁର୍ ହ୍ରିତିକ୍ ରୋଶନ୍ ଙ୍କ ସହ ଫିଲ୍ମ ସୁପର୍ ୩୦ ରେ ଦେଖାଦେଇଥିଲେ, ଏହି ଫିଲ୍ମରେ ନିଜର ଜବରଦସ୍ତ ଭୁମିକା ଦେଖାଇକରି ପ୍ରଶଂସା ପାଇଥିଲେ, କୁହାଯାଏ କି ଠଗସ୍ ଅଫ୍ ହିନ୍ଦୁସ୍ଥାନ ମୃଣାଳ ଏଥିପାଇଁ ମନାକରିଥିଲେ କାରଣ ତାଙ୍କ ନିଜ ଭୁମିକା ଅଧିକା ପ୍ରଭାବଶାଳୀ ଲାଗିନଥିଲା, ଏହି ଫିଲ୍ମ ବକ୍ସ ଅଫିସ୍ ରେ ବହୁତ ବଡ ଫ୍ଲପ୍ ଫିଲ୍ମ ଭାବେ ପରେ ଜଣାଗଲା ।

୭) ଅଙ୍କିତା ଲୋଖଣ୍ତେ- ଜି ଟିଭି ଶୋ ପବିତ୍ର ରିସ୍ତାରେ ନିଜ ବିଶେଷ ପରିଚୟ ବନାଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ପୁର୍ବ ଗାର୍ଲଫ୍ରେଣ୍ତ ଅଙ୍କିତା ଲୋଖଣ୍ତେ ଝଲକ ଦିଖ୍ ଲା ଜା ରେ ନିଜ ଜଲୱା ଦେଖାଇଛନ୍ତି, ଅଙ୍କିତା ଲୋଖଣ୍ତେ ଫରାହ୍ ଖାନ୍ ଙ୍କ ଫିଲ୍ମ ହ୍ୟାପି ନ୍ୟୁ ଇୟର୍ ରେ କାମ କରିବାକୁ ମନା କରିଦେଲେ, କିନ୍ତୁ ଯାହାପରେ ଫିଲ୍ମରେ ଦିପିକା ପାଦୁକୋଣଙ୍କୁ ହିରୋଇନ୍ ଭାବେ ନିଆଗଲା । ଅଙ୍କିତ୍ ଲୋଖଣ୍ତେ ୨୦୧୯ ରେ କଙ୍ଗନା ରାଣାୱତ ଫିଲ୍ମ ମଣିକର୍ଣ୍ଣିକାରେ ବଲିଉଡ୍ ରେ ପାଦ ଦେଇଥିଲେ, ଯେଉଁଥିରେ ସେ ରାଣୀ ଲକ୍ଷ୍ମୀ ବାଇ ସହଯୋଗୀ ଝଲକରି ବାଇ ଭୁମିକା ନିଭାଇଥିଲେ, ସୁଶାନ୍ତ୍ ସିଂ ରାଜପୁତଙ୍କ ନିଧନ ପରେ ଅଙ୍କିତା ଲୋଖଣ୍ତେ ଏବେ ଲଗାତାର ଚର୍ଚ୍ଚାରେ ରହୁଛନ୍ତି, ସେ ଆସିବାଦିନରୁ ସୁଶାନ୍ତ ସିଂଙ୍କ ପାଇଁ ଚାଲୁଥିବା ନ୍ୟାୟର ମୁହିମ୍ ରେ ଭାଗ ନେଉଥିବାର ଦେଖାଯାଇଛନ୍ତି ।

Leave a Reply

Your email address will not be published. Required fields are marked *