October 19, 2024

Odia Express

Leading Odia News Portal of Odisha

ସିରିଆଲ୍ ଇମିଲିର Malini ରିୟଲ୍ ଲାଇଫ୍ ରେ ଅଛନ୍ତି ବହୁତ ଶୋଚନୀୟ ଅବସ୍ଥାରେ, ଗତ ବର୍ଷରୁ ସ୍ୱାମୀ ଛାଡିକରି ଚାଲିଯାଇଛନ୍ତି ଦୁନିଆଁ

ଷ୍ଟାର୍ ପ୍ଲସରେ ଆସୁଥିବା ଇମିଲି ଏବେ ଲୋକପ୍ରିୟ ସିରିଆଲ୍ ଭାବେ ଏହି ଦିନରେ ସବୁଠାରୁ ଅଧିକା ଲୋକପ୍ରିୟତା ପାଇଛି, ଏହି ଶୋରେ ମାଲିନୀ ନିଜ ରଙ୍ଗ ବଦଳାଇଦେଇଛନ୍ତି, ଓ ଯେଊଁଠି କାଲି ମାଲିନୀ ଇମିଲି ଓ ଆଦିତ୍ୟକୁ ଏକାଠି କରିବାପାଇଁ ଚେଷ୍ଟା କରୁଥିଲା ଆଜି ସେ ମାଲିନୀ ନିଜେ ଏହି ଦୁହେଁଙ୍କ ସଂମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି, ଏବେ ସିରିଆଲ୍ ରେ ଆସିଥିବା ଧମାକାଦାର୍ ଟ୍ୱିଷ୍ଟ୍ ଦର୍ଶକଙ୍କୁ ଆହୁରି ମଜା ଦେଉଛି, ଆଜି ଆମେ ଆପଣଙ୍କୁ ସିରିଆଲ୍ ଇମିଲିର ମାଲିନୀ ଭୁମିକା ନିଭାଉଥିବା ଅଭିନେତ୍ରୀଙ୍କ ଅସଲ ଜୀବନର ବିଷୟରେ କିଛି ଖାସ୍ କଥା କହିବାକୁ ଯାଉଛୁ ।

ସିରିଆଲ୍ ଇମିଲି ଏମିତି ଏକ ସିରିଆଲ୍ ଅଟେ ଯାହାକି ବହୁତ କମ୍ ସମୟରେ ଅଧିକା ଲୋକପ୍ରିୟତା ପାଇସାରିଛି, ଏହି ସିରିଆଲ୍ ଏବେ ଟିଆର୍ ପି ଲିଷ୍ଟରେ ନିଜ ଜାଗା ବସାଇସାରିଛି, ସେମିତି ଇମିଲି ସିରିଆଲ୍ ରେ ମାଳିନୀର ଭୁମିକାକୁ ବହୁତ ପଜେଟିଭ୍ ଦେଖାଯାଉଛି, ସେମିତି ଏବେ ମାଳିନୀ ଏହି ସିରିଆଲ୍ ରେ ନେଗେଟିଭ୍ ଭୁମିକାରେ ନଜର ଆସୁଛନ୍ତି, ଓ ଏବେ ଆଦିତ୍ୟକୁ ଏକତରଫା ଭଲ ପାଉଛନ୍ତି, ଆଦିତ୍ୟକୁ ଆଉଥରେ ଫେରି ପାଇବାକୁ ସେ କିଛି ବି କରିବାକୁ ପ୍ରସ୍ତୁତ, ଓ ଏହି କାରଣରୁ ମାଳିନୀ ଏହି ଦିନ ଆଦିତ୍ୟ ଓ ଇମିଲି ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ।

ସିରିଆଲ୍ ଇମିଲିରେ ମାଲିନୀ ଭୁମିକା ନିଭାଉଛନ୍ତି ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ମୟୂରୀ ଦେଶମୁଖ ଓ କଥା ହେବା ମୟୁରୀ ଦେଶମୁଖଙ୍କ ଅସଲ ଜୀବନ ବିଷୟରେ ତେବେ ସେ ନିଜ ବ୍ୟକ୍ତିଗତ ଜୀବନରେ ବହୁତ ସାରା ଉତଥାନ୍ ପତନ ଦେଇ ଗତି କରିଛନ୍ତି, ଅସଲ ଜୀବନରେ ସେ ନିଜ ସ୍ୱାମୀଙ୍କୁ ହରାଇ ସାରିଛନ୍ତି ଓ ଏବେ ତାଙ୍କ ଦୂଃଖରେ ସେ ନିଜେ ଦୁଃଖୀ ରହୁଛନ୍ତି ।

ମୟୁରୀ ଦେଶମୁଖ ଗତ ୩ ବର୍ଷରେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି ଓ ଏବେ ତାଙ୍କ ସ୍ୱାମୀ ଦୁନିଆଁରେ ନାହାନ୍ତି , ସ୍ୱାମୀ ଚାଲିଗଲା ପରେ ମୟୂରୀ ତାଙ୍କ କଥା ମନେ ପକେଇ ଦୁଃଖରେ ରହୁଛନ୍ତି, ଏବେ ମୟୁରୀ ଦେଶମୁଖ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଏକାଉଣ୍ଟରେ ନିଜ ସ୍ୱାମୀଙ୍କ ସ୍ମୃତିରେ ଏକ କବିତା ଲେଖିଥିଲେ, ଓ ଏହି କବିତାରେ ମୟୁରୀ ନିଜ ଦୁଃଖ ପ୍ରକାଶ କରିଥିଲେ, ଯାହାକି ଏହି କବିତା ପଢିଲେ ଆପଣ ନିଜେ ଜାଣିପାରିବେ, ସେମିତି ସୋସିଆଲ୍ ମିଡିଆରେ ମୟୁରୀ ଦେଶମୁଖଙ୍କ ଦ୍ୱାରା ସେୟାର୍ କରାଯାଇଥିବା କବିତାକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି, ଓ ଏହା ଉପରେ ନିଜ ନିଜ ପ୍ରତିକ୍ରିୟା ମାନ ଦେଉଛନ୍ତି ।

କହିଦେବୁ କି ମୟୂରୀ ଦେଶମୁଖଙ୍କ ସ୍ୱାମୀଙ୍କ ନାଁ ଆଶୁତୋଷ ଭାକରେ ଅଟେ ଯିଏକି ଏହି ଦୁନିଆଁରେ ନାହାନ୍ତି, ଓ ମୟୁରୀ ଦେଶମୁଖଙ୍କ ସ୍ୱାମୀ ଆଶୁତୋଷ ଗତ ବର୍ଷ ଜୁଲାଇ ୨୦୨୦ ରେ ଆତ୍ମହତ୍ୟା କରିଦେଇଥିଲେ, ମିଡୀଆ ରିପୋର୍ଟରୁ ଜଣାଯାଏ କି ମୟୁରୀ ଦେଶମୁଖଙ୍କ ସ୍ୱାମୀ ବହୁତ ଦିନରୁ ଡିପ୍ରେସନରେ ଥିଲେ, ଯାହାର କାରଣରୁ ସେ ବଞ୍ଚିବାର ଆଶା ହରାଇ ବସିଥିଲେ, ଓ ସ୍ୱାମୀ ଏମିତି ଅଚାନକ ଚାଲିଯିବାପରେ ମୟୁରି ପୁରା ଭାଙ୍ଗିପଡିଛନ୍ତି, ଏବେ ପର୍ଯ୍ୟନ୍ତ ମୟୁରୀ ନିଜ ସ୍ୱାମୀଙ୍କ ନିଧନ ହେବା ଖବରକୁ ଭୁଲିପାରୁନାହାନ୍ତି ।

କହିଦେବୁ କି ମୟୁରୀ ଦେଶମୁଖଙ୍କ ସ୍ୱାମୀ ଆଶୁତୋଷ ଭାକରେ ଏକ ଅଭିନେତା ଥିଲେ । ସ୍ୱାମୀ ଚାଲିଯିବାପରେ ମୟୁରୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ଆଯି ସେ ମୋର ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ଅଟନ୍ତି, ମୁଁ ତାଙ୍କୁ ଆଜି ବି ସେତିକି ପ୍ରେମ କରେ ଓ ଲୋକଙ୍କୁ କାହିଁକି ଲାଗୁଛି କି ମୁଁ ମୋର ଜୀବନ ଏକେଲା କଟାଇପାରିବି ନାହିଁ, ଓ ସେ କହିଲେ କି ଏକେଲା ରହିବା ପାଇଁ ମୋର ପାଖରେ ଆଶୁତୋଷଙ୍କ ଭଲ ପାଇବା ବହୁତ କିଛି ।

ସେମିତି ସ୍ୱାମୀଙ୍କ ଚାଲିଯିବାପରେ ମୟୁରୀ ଦେଶମୁଖ ନିଜକୁ ବହୁତ ଅସୁବିଧାରେ ସଂମ୍ଭାଳିଛନ୍ତି, ଓ ସେ ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟିତ ଅଛନ୍ତି, ଏହି ଦିନରେ ମୟୁରୀ ଦେଶମୁଖ ଟିଭି ସିରିଆଲ୍ ଇମିଲିରେ ମାଳିନୀର ଭୁମିକା ନିଭାଉଛନ୍ତି, ଓ ସିରିଆଲ୍ ରେ ମାଳିନୀର ଅଭିନୟ ବହୁତ ଦର୍ଶକଙ୍କୁ ପସନ୍ଦ୍ ଆସୁଛି, ଓ ମୟୁରୀ ଦେଶମୁଖ ନିଜ ମାଳିନୀ ଭୁମିକାର କାରଣରୁ ସବୁ ଘରେ ଲୋକପ୍ରିୟତା ପାଇଛନ୍ତି ।

Leave a Reply

Your email address will not be published. Required fields are marked *