October 20, 2024

Odia Express

Leading Odia News Portal of Odisha

50 ବର୍ଷ ପାର୍ କରିବାପରେ ଏହି କଳାକାର ଭାଙ୍ଗିଛନ୍ତି ନିଜ ବୈବାହିକ ଜୀବନ, Divorce ପରେ କିଛି କଳାକାର କରିଥିଲେ ଦ୍ୱିତୀୟ ବିବାହ

ଆମର ହିନ୍ଦୁ ଧର୍ମରେ ବିବାହର ପବିତ୍ର ବନ୍ଧନକୁ ସାତ ଜନ୍ମର ବନ୍ଧନ ବୋଲି ଜଣାଯାଏ , କିନ୍ତୁ ସେମିତି ଆମ ଫିଲ୍ମ ଇଣ୍ତଷ୍ଟ୍ରିର କଳାକାର ବିବାହ ପବିତ୍ର ବନ୍ଧନ କୁ କିଛି ଖାସ୍ ମହତ୍ତ୍ୱ ଦିଅନ୍ତି ନାହିଁ, ଓ ବଲିଉଡ୍ ରେ ଏହି କଳାକାରଙ୍କ ପାଇଁ ବିବାହ ଓ ଛାଡପତ୍ର କେଉଁ ବଡ କଥା ହୋଇନଥାଏ , ଓ ଆମର ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ଏମିତି ଯୋଡି ଅଛନ୍ତି ଯେଉଁମାନେ ବିବାହର ୧୦-୧୫ ବର୍ଷ୍ ପର୍ ନିଜ ପାର୍ଟନରକୁ ଛାଡପତ୍ର ଦେଇଛନ୍ତି, ଓ ଅଲଗା ହୋଇଯାଇଛନ୍ତି, କିନ୍ତୁ ଆଜି ନିଜ ଏହି ଲେଖରେ ଆମେ ଆପଣଙ୍କୁ ବଲିଉଡ୍ ର କିଛି ଏମିତି କଲାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନ ସାଥୀଙ୍କୁ ଛାଡପତ୍ର ନେବାର ଫଇସଲା କରିଥିଲେ ଓ ଜଣେ ଅନ୍ୟଜଣଙ୍କୁ ଛାଡପତ୍ର ଦେଇକରି ଅଲଗା ହୋଇଯାଇଥିଲେ ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ କଳାକାରଙ୍କ ନାଁ ସାମିଲ୍ ଅଛି ।

୧) ଅମିର୍ ଖାନ୍- ଏହି ଲିଷ୍ଟରେ ବଲିଉଡ୍ ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମିର୍ ଖାନ୍ ଓ କିରନ୍ ରାଓ ଙ୍କ ନାଁ ସାମିଲ୍ ଅଛି  ଏହି ଦୁହେଁଙ୍କ ଯୋଡି ବଲିଉଡ୍ ର ସବୁଠାରୁ ପପୁଲାର୍ ଯୋଡିରୁ ଗୋଟେ ବୋଲି ଜଣାଯାଏ , ଅମିର୍ ଖାନ୍ ୨୦୦୫ ରେ କିରନ୍ ରାଓ ଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ , ଓ ବିବାହର ୧୫ ବର୍ଷ ପରେ ଏହି ବର୍ଷ ୨୦୨୧ ରେ ଦୁହେଁ ଛାଡପତ୍ର ନେବାର ଫଇସଲା ନେଇକରି ସମସ୍ତଙ୍କୁ ଚକିତ କରିଦେଇଥିଲା, ଓ ସେମିତି ଅମୀର୍ ଖାନ୍ ୫୬ ବର୍ଷ ବୟସରେ ଛାଡପତ୍ର ନେବାର କାରଣ ବହୁତ ଅଧିକା ଟ୍ରୋଲିଙ୍ଗ୍ ବି ଶିକାର ହୋଇଥିଲା, ଓ ତାଙ୍କର ଛାଡପତ୍ର ଅଧିକା ଚର୍ଚ୍ଚିତ ହେଉଛି ।

୨) କମଲ୍ ସଦାନା- ୯୦ ଦଶକର ଜଣାଶୁଣା ଅଭିନେତା କମଲ୍ ସଦାନା ନାଁ ଲିଷ୍ଟରେ ସାମିଲ୍ ଅଛି ଓ କମଲ୍ ସଦାନା ନିଜ ସ୍ତ୍ରୀ ଲିଜା ଜନ୍ ଙ୍କୁ ବିବାହର ୨୧ ବର୍ଷ ପରେ ଛାଡପତ୍ର ଦେଇଥିଲେ , ସେହି ସମୟରେ କମଲ ସଦାନାଙ୍କ ବୟସ ୫୦ ବର୍ଷ ଏହି ଦିନ କମଲ ସଦାନା ବଲିଉଡ୍ ରୁ ଦୁର ଗୁମନାମୀର ଜୀବନ ଚଳୁଛନ୍ତି ।

୩) କବିର୍ ବେଦୀ- ଏହି ଲିଷ୍ଟରେ ଆଗାମୀ ନାଁ ୭୫ ବର୍ଷ କବୀର ବେଲିଙ୍କ ସାମିଲ୍ ଅଛନ୍ତି । ଓ କବିର୍ ବେଦି ନିଜ ଲାଇଫ୍ ରେ ଏବେ ପର୍ଯ୍ୟନ୍ତ ୪ ଟି ବିବାହ କରିଛନ୍ତି, ତାଙ୍କ ଚତୁର୍ଥ ସ୍ତ୍ରୀ ପରବିନ୍ ଦୋସାଞ୍ଜ ତାଙ୍କ ଠାରୁ ୨୯ ବର୍ଷ ଛୋଟ ଅଟନ୍ତି, କହିଦେବୁ କି କବିର୍ ବେଦୀ ପ୍ରତିମା ବେଦୀ ଓ ସୁସାନ୍ ହମଫ୍ରେସ୍ ଙ୍କୁ ଛାଡପତ୍ର ନେବାପରେ ତୃତୀୟ ବିବାହ ନିକି ବେଦୀଙ୍କୁ କରିଥିଲେ, ପରସ୍ପର ମତଭେଦ କାରଣରୁ କବିର୍ ବେଦୀ ୫୦ ବର୍ଷ ବୟସରେ ନିକ୍କି ବେଦୀଙ୍କୁ ଛାଡପତ୍ର ଦେଇଥିଲେ, ଓ ୭୦ ବର୍ଷ ବୟସରେ କବିର୍ ବେଦୀ ପରବିନ୍ ଦୋସାଞ୍ଜଙ୍କୁ ବିବାହ କରି ଏବେ ସୁଖଦ ବୈବାହିକ ଜୀବନରେ ଖୁସିରେ ଅଛନ୍ତି  ।

୪) କମଲ୍ ହାସନ୍- ସାଉଥ୍ ସିନେମାର ଜଣାଶୁଣା ଅଭିନେତା କମଲ୍ ହାସନଙ୍କ ନାଁ ଏହି ଲିଷ୍ଟରେ ଲୋକପ୍ରିୟ ହୋଇଛି, କମଲ୍ ହାସନ ସାରିକାଙ୍କୁ ବିବାହ କରିଥିଲେ, କିନ୍ତୁ ବିବାହର ୧୮ ବର୍ଷ ପରେ ଏହି ଦୁହେଁ ଛାଡପତ୍ର ହୋଇଗଲା, ଓ ଛାଡପତ୍ର ନେବା ସମୟରେ କମଲ୍ ହାସନଙ୍କ ବୟସ ୫୦ ବର୍ଷ ଥିଲା, ସେମିତି ସାରିକାଙ୍କ ଠାରୁ ଅଲଗା ହେବାପରେ କମଲ୍ ହାସନ୍ ଅଭିନେତ୍ରୀ ଗୌତମୀଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ ରେ ରହିବାକୁ ଲାଗିଲେ, କିନ୍ତୁ ୧୩ ବର୍ଷ ପରେ ଏଇ ଦୁହେଁ ଅଲଗା ହୋଇଗଲେ ।

୫) ଅରବାଜ୍ ଖାନ୍- ବଲିଉଡ୍ ର ଦିଗଜ୍ ଅଭିନେତା ଓ ମଲାଇକା ଅରୋରାଙ୍କ ଯୋଡି ବଲିଉଡ୍ ର ସବୁଠାରୁ ପପୁଲାର୍ ଯୋଡିରୁ ଗୋଟେ ଥିଲା, କିନ୍ତୁ ୨୦୧୭ ରେ ଅରବାଜ୍ ଖାନ୍ ନିଜ ସ୍ତ୍ରୀ ମଲାଇକା ଅରୋରାଙ୍କୁ ଛାଡପତ୍ର ଦେଇଦେଲେ, ସେହି ସମୟରେ ଅରବାଜ୍ ଖାନ୍ ଙ୍କ ବୟସ ୫୦ ବର୍ଷ ଥିଲା, ଏହି ଦୁହେଁ ନିଜ ଲାଇଫ୍ ରେ ଆଗକୁ ବଢିସାରିଛନ୍ତି, ଯେଉଁଠି ମଲାଇକା ଅରୋରା ଏହି ଦିନରେ ଅର୍ଜୁନ୍ କାପୁର୍ ଙ୍କୁ ଡେଟ୍ କରୁଛନ୍ତି ତେବେ ସେମିତି ଅରବାଜ୍ ଖାନ୍ ଜର୍ଜିଆଙ୍କ ସହ ରିଲେସନସିପ୍ ରେ ଅଛନ୍ତି ।

୬) ରତି ଅଗ୍ନିହୋତ୍ରୀ- ଏହି ଲିଷ୍ଟରେ ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଙ୍କ ନାଁ ଅଛି, ରତି ବିଜନେସ୍ ମ୍ୟାନ୍ ଅନିଲ୍ ବିରମାନୀଙ୍କୁ ବିବାହ କରିଥିଲେ, ୨୦୧୫ ରେ ରତି ଓ ଅନିଲ୍ ଦୁହେଁ ଛାଡପତ୍ର ଦେଇ ଅଲଗା ହୋଇଗଲେ, ଓ ଛାଡପତ୍ର ସମୟରେ ରତି ଅଗ୍ନିହୋତ୍ରୀଙ୍କ ବୟସ ୫୫ ବର୍ଷର ଥିଲା ଓ ଆଜି ଦୁହେଁ ନିଜ ନିଜ ଲାଇଫ୍ ରେ ଆଗକୁ ବଢିସାରିଛନ୍ତି  ।

Leave a Reply

Your email address will not be published. Required fields are marked *