October 19, 2024

Odia Express

Leading Odia News Portal of Odisha

Sonu Sood ଙ୍କ ସୁନ୍ଦର୍ ସ୍ତ୍ରୀ ସୋନାଲି ରହନ୍ତି ଲାଇମ୍ ଲାଇଟ୍ ରୁ ଦୁରରେ, ଏମିତି ବଞ୍ଚନ୍ତି ଅଭିନେତାଙ୍କ ପରିବାର

ସୋନୁ ସୁଦ୍ ଏମିତି ଏକ ଅଭିନେତା ଅଟନ୍ତି ଯିଏ ଫିଲ୍ମରେ ଭିଲେନ୍ ରୋଲ୍ ନିଭାଇଥାନ୍ତି କିନ୍ତୁ ଅସଲ ଜୀବନରେ ଲୋକଙ୍କ ମଧ୍ୟରେ ରିୟଲ୍ ହିରୋ ହୋଇସାରିଛନ୍ତି , କୋରନା ଭାଇରସ୍ ମଧ୍ୟରେ ସୋନୁ ସୁଦ୍ ଦୁଃଖୀ ଓ ଅସହାୟ ଲୋକଙ୍କୁ ଯଥା ସଂମ୍ଭବ ସାହାଯ୍ୟ କରିଥିଲେ, ଓ ଲଗାତାର ଏହି ସିଲସିଲା ଜାରି ବି ଅଛି, କେଉଁ ଅସହାୟ ଲୋକଙ୍କୁ ଅଭିନେତାଙ୍କ ପାଖରେ ଗୁହାରୀ କରେ ତେବେ ସେ ଯଥାଶିଘ୍ର ସେହି ବ୍ୟକ୍ତିକୁ ସାହାଯ୍ୟ କରିବାପାଈଁ ଆଗେଇ ଆସନ୍ତି, ସୋନୁ ସୁଦ୍ ନିଜ ଫିଲ୍ମର ସହ ଅନେକ ପୁଣ୍ୟ କାମ କାରଣରୁ ଦେଶରେ ନୁହେଁ ବିଦେଶରେ ବି ଲୋକପ୍ରିୟ ହୋଇସାରିଛନ୍ତି ।

ସୋନୁ ସୁଦ୍ ନିଜ ଦରିଆଦିଲି ଓ ପୁଣ୍ୟକାମ ପାଇଁ ଗରିବ ଲୋକଙ୍କର ମସିହା ହୋଇଯାଇଛନ୍ତି, ଆପଣଙ୍କୁ କହିଦେବୁ କି ସୋନୁ ସୁଦ୍ ଫିଲ୍ମରୁ ଅଧିକା ପୁଣ୍ୟ କାମ ପାଇଁ ଲୋକପ୍ରିୟତା ହାସିଲ୍ କରିଛନ୍ତି, ସୋନୁ ସୁଦ୍ ଙ୍କୁ ଲୋକେ ଭଗବାନ ମାନୁଛନ୍ତି, ଏମିତିରେ ଫ୍ୟାନ୍ସ ସୋନୁ ସୁଦ୍ ଙ୍କ ଜୀବନ ସହ ଯୋଡି ହୋଇଥିବା ସବୁ କଥା ଜାଣିବାକୁ ଇଚ୍ଛୁକ ରୁହନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ସୋନୁ ସୁଦଙ୍କ ପରିବାର ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ ସୁଚନା ଦେବାକୁ ଯାଊଛୁ ।

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ସୋନୁ ସୁଦ୍ କେବେ ନିଜ ଫିଲ୍ମକୁ ନେଇକଇର୍ ଚର୍ଚ୍ଚାରେ ରୁହନ୍ତି ତ କେବେ ନିଜ ପୁଣ୍ୟ କାମ କାରଣରୁ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ ଅଭିନେତାଙ୍କ ଫ୍ୟାମିଲି ଲାଇମ୍ ଲାଇଟ୍ ରୁ ଦୁରେଇ ରହେ, ସୋନୁ ସୁଦ୍ ଙ୍କ ଜନ୍ମଦିନ ୩୦ ଜୁଲାଇକୁ ହୋଇଥାଏ, ଓ ତାଙ୍କର ଜନ୍ମ ପଞ୍ଜାବର ମୋଗାରେ ହୋଇଥିଲା, ସୋନୁ ସୁଦ୍ ନା କେବଳ ହିନ୍ଦୀ ଫିଲ୍ମରେ କାମ କରିଥିଲେ ବରଂ ତେଲେଗୁ,କନ୍ନଡ, ତାମିଲ୍ ଫିଲ୍ମରେ ବି କାମ କରିଛନ୍ତି, ସୋନୁ ସୁଦ୍ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରୁ ନେଇକରି ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରି ପର୍ଯ୍ୟନ୍ତ ଲୋକପ୍ରିୟ ହୋଇଛନ୍ତି ।

ବୋଧେ ଆପଣ ଲୋକମାନେ ବହୁତ କମ୍ ଜାଣିଥିବେ କି ସୋନୁ ସୁଦ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଙ୍ଗ୍ କରିଛନ୍ତି, ସୋନୁ ସୁଦ୍ ଙ୍କ ସ୍ତ୍ରୀଙ୍କ ନାଁ ସୋନାଲୀ ଅଟେ, ୧୯୯୬ରେ ସୋନୁ ସୁଦୋ ସୋନାଲି ବାହାହୋଇଯାଇଥିଲେ, ଓ ତାଙ୍କର ଦୁଇଟି ପୁଅ ଅଛନ୍ତି, ବହୁତ ଜଲଦି ସୋନୁ ସୁଦ୍ ଓ ସୋନାଲିଙ୍କ ୨୫ ବର୍ଷ ପୁରା ହେବାକୁ ଯାଉଛି, ସୋନାଲି ବଲିଉଡ୍ ରୁ ଦୁର ଦୁର ଯାଏଁ କୌଣସି ସଂମ୍ପର୍କ ନାହିଁ, ବୋଧେ ଏହି କାରଣରୁ ସେ ଲାଇମ୍ ଲାଇଟ୍ ରୁ ଦୁରରେ ରହିବାକୁ ପସନ୍ଦ କରନ୍ତି ।

ଆପଣଙ୍କୁ କହିଦେବୁ କି ସୋନୁ ସୁଦ୍ ଫ୍ୟାମିଲି ମ୍ୟାନ୍ ଅଟନ୍ତି, ଓ ସେ ବହୁତଥର୍ ନିଜ ଛୁଆଙ୍କ ସହ ସମୟ ଅତିବାହିତ କରନ୍ତି, ଯଦି ଆମେ ସୋନୁ ସୁଦ୍ ଓ ସୋନାଲିଙ୍କ ସାକ୍ଷାତ ବିଷୟରେକହିବା ତେବେ ଦୁହେଁ ସେହି ସମୟରେ ସାକ୍ଷାତ୍ କରିଥିଲେ ଯେବେ ସେ ଇଞ୍ଜିନିୟରିଙ୍ଗ୍ ପଢୁଥିଲେ, କହିଦେବୁ କି ସୋନୁ ସୁଦ୍ ପଞ୍ଜାବୀ ଅଟନ୍ତି, ଓ ତାଙ୍କ ସ୍ତ୍ରୀ ସୋନାଲି ସାଉଥ୍ ଇଣ୍ତିଆନ୍ ଅଟନ୍ତି, ସୋନୁ ସୁଦ୍ ସୋନାଲିଙ୍କ ବିଷୟରେ କହିଥିଲେ କି ତାଙ୍କ ଜୀବନରେ ଆସିଥିବା ପ୍ରଥମ ଝିଅ ସେ ହିଁ ଅଟନ୍ତି ।

ସୋନୁ ସୁଦ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟର୍ ବନାଇବାପାଇଁ ବହୁତ୍ ଅଧିକା ସଂଘର୍ଷ କରିଥିଲେ, ସେମିତି ମୁସକିଲ୍ ପରିସ୍ଥିତିରେ ସୋନାଲି ବି ସୋନୁ ସୁଦ୍ ଙ୍କୁ ସବୁ ମୁହୁର୍ତ୍ତରେ ସାଥ୍ ଦେଇଥିଲେ, ଯେବେ ସୋନୁ ସୁଦ୍ ଓ ସୋନାଲିଙ୍କ ବିବାହ ହୋଇଯାଇଥିଲା, ତେବେ ସେ ଦୁହେଁ ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ, ସୋନୁ ସୁଦ୍ ଏକ ଇଣ୍ଟରଭ୍ୟୁରେ ନିଜ ସ୍ତ୍ରୀଙ୍କ ବହୁତ ପ୍ରଶଂସା କରିଥିଲେ, ସେ କହିଲେ କି ସୋନାଲି ବହୁତ ସପୋର୍ଟିଭ୍ ଅଟନ୍ତି, ପୁର୍ବରୁ ସେ ଚାହୁଁନଥିଲେ କି ମୁଁ ଏକ ଅଭିନେତା ହୁଏ କିନ୍ତୁ ଏବେ ମୋ ଉପରେ ସେ ଗର୍ବ କରୁଛନ୍ତି ।

ଜଣାଇଦେବୁ କି ୧୯୯୯ ରେ ତାମିଲ୍ ଫିଲ୍ମ କଲ୍ଲା ଜହଗର୍ ରେ ସୋନୁ ସୁଦ୍ ନିଜଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କୁ ଅସଲ ପରିଚୟ ଯୁବାରୁ ମିଳିଥିଲା, ଏହାପରେ ସୋନୁ ସୁଦ୍ ଏକ୍ ବିବାହ୍ ଐସା ଭି, ଯୋଦ୍ଧା ଆକବର୍, ଶୁଟ୍ ଆଉଟ୍ ଆଟ୍ ୱାଡାଲା, ଦବଙ୍ଗ, ସିମ୍ବା, ରେ କାମକରିଥିଲେ, ଓ ଏହି ଫିଲ୍ମରୁ ସେ ଭଲ ପରିଚୟ ବନାଇଦେଇଥିଲେ, ଏବେ ସୋନୁ ସୁଦ୍ କୋରନା କାଳରେ ନିଜ ଭଲ କର୍ମ ପାଇଁ ଚର୍ଚ୍ଚିତ ହୋଇଛନ୍ତି, ଓ ଏବେ ଦୀନ ଦୁଃଖି ଓ ଅସହାୟ ଲୋକଙ୍କ ପାଈଁ ସେ ମସିହା ଭାବେ ଜଣାଯାଆନ୍ତି ।

Leave a Reply

Your email address will not be published. Required fields are marked *