October 19, 2024

Odia Express

Leading Odia News Portal of Odisha

ଅଲରାଉଣ୍ତର Ravindra Jadeja ଙ୍କ ସଂମ୍ପତ୍ତି ବିଷୟରେ ଜାଣିଲେ ଆପଣ ହୋଇଯିବେ ଚକିତ, ଏହି ଜରିଆରେ କମାଇଥାନ୍ତି କୋଟିଏ ଟଙ୍କା

ରବିନ୍ଦ୍ର ଜାଡେଜା ଭାରତୀୟ ଟିମ୍ ରେ ଷ୍ଟାର୍ ଖେଳାଳୀ ଅଟନ୍ତି , ତାଙ୍କର ଗଣନା ଦୁନିଆଁର ସବୁଠାରୁ ଭଲ ଅଲରାଉଣ୍ତରଙ୍କ ଲିଷ୍ଟରେ ହୋଇଥାଏ । କ୍ରିକେଟ୍ ଇତିହାସରେ ଏମିତି ବହୁତ ଖେଳାଳୀ ଅଛନ୍ତି ଯିଏ ନିଜ ବ୍ୟାଟ୍ କିମ୍ବା ବଲ୍ ରୁ ପୁରା ମ୍ୟାଚ୍ କୁ ବଦଳାଇଦିଅନ୍ତି, ରବିନ୍ଦ୍ର ଜାଡେଜା ଏପରି ଖେଳାଳୀ ଅଟନ୍ତି, ତାଙ୍କ ଫିଲଡିଙ୍ଗ୍ ଦୁନିଆଁର ସବୁଠାରୁ ଉନ୍ନତ ଫିଲଡୀଙ୍ଗ୍ ରୁ ଜଣାଯାଏ , ରବିନ୍ଦ୍ର ଜାଡେଜା ବହୁତଥର ଟିମ୍ ଇଣ୍ତିଆର ପାଇଁ ମହତ୍ତ୍ୱପୁର୍ଣ୍ନ ପାରି ଖେଳିଛନ୍ତି, ସେ ଟିମ୍ କୁ ଜିତାଇବାପାଇଁ ବ୍ୟାଟିଙ୍ଗ୍ ,ବୋଲିଙ୍ଗ୍ ଓ ଫିଲଡିଙ୍ଗ୍ ରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଇଛନ୍ତି, ୨୦୧୯ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଖେଳାଯାଇଥିବା ସେମି ଫାଇନାଲ୍ ମ୍ୟାଚରେ ସମସ୍ତଙ୍କୁ ମନେ ଥିବ ।

ଏହି ମ୍ୟାଚକୁ ଜିତିବାପାଇଁ ଜାଡେଜା ନିଜ ପୁରା ତାକତ୍ ଲଗାଇଦେଇଥିଲେ, ପରିଶେଷରେ ଭାରତ ଏହି ମ୍ୟାଚ୍ ଜିତିପାରିନଥିଲା, କହିଦେବୁ କି ଜାଡେଜା ୨୦୦୯ ରେ ଶ୍ରୀଲଙ୍କାର ବିପକ୍ଷରେ ୱାନ୍ ଡେ ଓ ଟି ୨୦ ରେ ଡେବ୍ୟୁ କରିଥିଲେ, କିନ୍ତୁ ଟେଷ୍ଟରେ ଡେବ୍ୟୁ କରିବାପରେ ସେ ବହୁତ ଲମ୍ବା ସମୟ ଅପେକ୍ଷା କରିଥିଲେ , ଟେଷ୍ଟରେ ତାଙ୍କ ଡେବ୍ୟୁ ୨୦୧୨ ରେ ହୋଇଥିଲା, ରବିନ୍ଦ୍ର ଜାଡେଜା ଭାରତ ପାଇଁ ଏବେ ପର୍ଯ୍ୟନ୍ତ ୨୭୦ ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ଖେଳିସାରିଛନ୍ତି, ଏତିକି ମ୍ୟାଚରେ ସେ ୪୬୧୩ ରନ୍ ବନାଇଛନ୍ତି । ଏତେ ମ୍ୟାଚରୁ ସେ ନିଜ ନାଁରେ ୪୪୮ ୱିକେଟ୍ ବି ନେଇଛନ୍ତି ।

ଏହି ଭାରତୀୟ ଅଲରାଉଣ୍ତର ନିଜ କଡା ପରିଶ୍ରମ ବଳରେ ଏପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି, ୧୭ ବର୍ଷ ବୟସରେ ମା ଚାଲିଯିବାପରେ ରବିନ୍ଦ୍ର ଜାଡେଜା କ୍ରିକେଟ୍ ଛାଡିବାକୁ ଯାଊଥିଲେ, କିନ୍ତୁ ଆଜି ଜାଡେଜା ସବୁ ଭାରତୀୟଙ୍କ ପସନ୍ଦିଦା ଖେଳାଳୀ ହୋଇଛନ୍ତି, ସେ ସବୁ ଫର୍ମାଟରେ ଭାରତ ପାଇଁ ମହତ୍ତ୍ୱପୁର୍ଣ୍ଣ ଖେଳାଳୀ ରହିଛନ୍ତି, ନିଜେ କଡା ପରିଶ୍ରମ କରି ଓ ଭଉଣୀର ସହଯୋଗରେ ଆଜି ସେ ଯେଉଁ ସଫଳତା ପାଇଛନ୍ତି, ତାହା ଜାଣିବାକୁ ସମସ୍ତେ ଚାହଁନ୍ତି । ଆଜି ଜାଡେଜା ସବୁ ଜିନିଷର ମାଲିକ ହୋଇଛନ୍ତି ଯାହା କେବେ ସେ ସ୍ୱପ୍ନ ଦେଖିଥିଲେ, କ୍ରିକେଟ୍ ରୁ ସେ ନାଁ ପଇସା ଦୁହେଁ କମାଇଛନ୍ତି

ରବିନ୍ଦ୍ର ଜାଡେଜାଙ୍କ ପାଖରେ ପ୍ରାୟ ୬୦ କୋଟି ଟଙ୍କା ମାନେ ୮ ମିଲିୟନ୍ ଡଲାରର ସଂମ୍ପତ୍ତି ଅଛି, କିଛି ରିପୋର୍ଟରୁ ଜଣାଯାଏ କି ଗତ କିଛି ବର୍ଷରୁ ଜାଡେଜାଙ୍କ ସମୁଦାୟ ସଂମ୍ପତ୍ତି ୪୦ ପ୍ରତିଶତ ବୃଦ୍ଧି ହୋଇଥିଲା, ବିସିସିଆଇ ତାଙ୍କୁ ଗ୍ରେଡ୍ ଏ ଖେଳାଳିଙ୍କ ସୁଚିରେ ରଖିଥିଲେ । ଏହି ଲିଷ୍ଟ୍ ମୁତାବିକ ଜାଡେଜାଙ୍କ ବାର୍ଷିକ ଆୟ ୫ କୋଟି ଟଙ୍କା ଦିଆଯାଏ , ଏହି ଫିସ୍ ଛଡା ବିସିସିଆଇ ନିଜ ଖେଳାଳୀଙ୍କ ଫିସ୍ ହିସାବରେ ପ୍ରତି ଟେଷ୍ଟ ମ୍ୟାଚ୍ ପାଇଁ ୧୫ ଲକ୍ଷ ଟଙ୍କା ଓ ୱନ୍ ଡେ ମ୍ୟାଚ୍ ପାଇଁ ୬ ଲକ୍ଷ ଟଙ୍କା ଓ ପ୍ରତି ଟିଟ୍ୱେଣ୍ଟି ମ୍ୟାଚ୍ ପାଇଁ ୩ ଲକ୍ଷ୍ ଟଙ୍କା ଦେଇଥାଏ । ଆଇପିଏଲ୍ ଆରମ୍ଭ ହେବାପରେ ରବିନ୍ଦ୍ର ଜାଡେଜା ଏବେ ପର୍ଯ୍ୟନ୍ତ ଚାରୋଟି ଆଇପିଏଲ୍ ଟିମ୍ ପାଇଁ ଖେଳିସାରିଛନ୍ତି, ପ୍ରଥମ ସିଜିନ୍ ରେ ସେ ରାଜସ୍ଥାନ ରୋୟାଲ୍ ପାଇଁ ଖେଲୀଥିଲେ, ତାହାପରେ ୨୦୧୧ ରେ ସିଏସ୍ କେ ସହ ଯୋଡିହେଲେ, ଏବେ ସେ ଏହି ଟିମ୍ ସହ ଅଛନ୍ତି ।

ମଝିରେ ଦୁଇ ବର୍ଷର ବ୍ୟାନ୍ ଲାଗିବାପରେ ଗୁଜୁରାଟ ଟିମ୍ ତରଫରୁ ସେ ଖେଳିଥିଲେ, ଏବେ ସେ ଆଇପିଏଲ୍ ରେ ୬୮ କୋଟି କମାଇସାରିଛନ୍ତି, ରବିନ୍ଦ୍ର ଜାଡେଜା ନିଜ ପରିବାର ସହ ଗୁଜୁରାଟର ଜାମନଗରରେ ଏକ ବଢିଆ ବଙ୍ଗଳାରେ ରହୁଛନ୍ତି, ଜାଡେଜାଙ୍କ ପାଖରେ କଳା ରଙ୍ଗର ହୁଣ୍ତାଇ ଆକ୍ସେଣ୍ଟ୍, ଅଡି କ୍ୟୁ ସେଭେନ୍, ବିଏମ୍ ଡବଲୁ ଏକ୍ସ ୧ ଓ ଜାଗୁଆର୍ ପରି ଶାନଦାର୍ ଗାଡିର କଲେକ୍ସନ୍ ଅଛି ।

Leave a Reply

Your email address will not be published. Required fields are marked *