October 19, 2024

Odia Express

Leading Odia News Portal of Odisha

ଦିଲ୍ଲୀରୁ ବିହାର ପାଇଁ ବାହାରିଥିଲା ଯୁବକ, ରାସ୍ତା ମଝିରେ ହେଲା Love ଆରମ୍ଭ ଓ ତାପରେ ରାସ୍ତାରେ ହେଇଗଲା Marriage

ଯେପରି ସମସ୍ତେ ଜାଣିଛନ୍ତି କି ଏହି ସମୟରେ ପୁରା ଦୁନିଆଁରେ କୋରନା ମହାମାରୀ କାରଣରୁ ଲକ୍ ଡାଉନ୍ ସବୁଆଡେ ହୋଇଛି, ଯାହାର କାରଣରୁ ଲୋକେ କାମ କାର୍ଯ୍ୟ ଛାଡିବାକୁ ବାଧ୍ୟ ହୋଇଛନ୍ତି, ଯାହାର କାରଣରୁ ପ୍ରବାସି ମୁଲିଆ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି, ସବୁଦିନ ଲୋକ ବହୁ କିଲୋମିଟର ପାଦରେ ଯାତ୍ରା କରି ଘରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ଲକ୍ ଡାଉନ୍ କାରଣରୁ ଲୋକଙ୍କର ଜୀବନଶୈଳୀ ଦିନକୁ ଦିନ ବିଗଡିବାରେ ଲାଗିଛି, ଏମିତି ବହୁତ ସାରା ମାମଲା ଦେଖିବାକୁ ମିଳୁଛି, ଯାହାକି ବହୁତ ଚିନ୍ତା ଜନକ ହୋଇପଡିଛି, କିନ୍ତୁ ଏହି ସମୟରେ ଲୋକଙ୍କର ସହ ଏମିତି କିଛି ଘଟଣା ହେଉଛି ଯାହା ଲୋକଙ୍କର ଜୀବନ ସାରା ମନେ ରହିବାର ଅଛି, ହ୍ଁ ଆଜ୍ଞା ଆମେ ଏଥିପାଇଁ ଏହା କହୁଛୁ କାରଣ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଏକ ଯୁବକ ଲକ୍ ଡାଉନ୍ କାରଣରୁ ପାଦରେ ଚାଲିଚାଲି ଦିଲ୍ଲୀରୁ ବିହାର ଯାଊଥିଲା, କିନ୍ତୁ ରାସ୍ତାରେ ତାହା ସହ ଏମିତି କିଛି ହେଲା ଯାହା ଯୁବକକୁ ଜିବନ ସାରା ମନେ ରହିବାର ଅଛି ।

ଆପଣ ଲୋକେ ମାନେ ଶୁଣିଥିବେ କି ଯୋଡି ଗୁଡିକ ଭଗବାନ ଉପରୁ ତିଆରି କରିପଠାନ୍ତି, କାହାକୁ ଜଲଦି ଜୀବନସାଥୀ ମିଳିଯାଏ ତ ଆଉ କାହାକୁ ବିଳମ୍ବରେ, କିନ୍ତୁ ଯେବେ ସମୟ ଆସେ ତେବେ ବ୍ୟକ୍ତି ନିଜ ଜୀବନସାଥି ମିଳିଯାଏ ,କିଛି ଏମିତି କାହାଣୀ ଲକ୍ ଡାଉନ୍ ସମୟରେ ସାମ୍ନାକୁ ଆସିଲା , ଏକ ମୁଲିଆ ଲକ୍ ଡାଉନ୍ କାରଣରୁ ପାଦରେ ଚାଲି ଚାଲି ନିଜ ଘରକୁ ଯାଉଥିଲା, ବିହାରର ସୀତାମଢୀରେ ରହୁଥିବା ଯୁବକ ସଲମାନ ଦିଲ୍ଲୀରୁ ବିହାର ନିଜ ପରିବାର ପାଖକୁ ଫେରିଯାଉଥିଲା ଯେବେ ସେ ହରିଆଣା ପହଞ୍ଚିଲା ତେବେ ସେ ପଲବଲ ପହଞ୍ଚିଲା ଓ ତାପରେ ଯାତ୍ରା କେଉଁ ଫିଲ୍ମ କାହାଣୀରୁ କମ୍ ନୁହେଁ

ଏହି ରାସ୍ତାରେ ସଲମାନକୁ ନିଜ ଜୀବନସାଥି ମିଳିଯାଇଥିଲା, ଓ ଏହି ଯାତ୍ରାରେ ସେ ନିଜ ପ୍ରେମକୁ ପାଇଥିଲା । ଆପଣଙ୍କୁ କହିଦେବୁ କି ସଲମାନ ଏକ ଦୋକାନରେ ଉର୍ଦ୍ଧୁ ଟାଇପିଙ୍ଗ୍ କାମ କରୁଥିଲା ଓ ଏହା ଦିଲ୍ଲୀର ଅଖୋଲାରେ ନିଜ ବାପା ମା ଓ ଦୁଇ ଭାଇ ଭଉଣୀ ସହ ରହୁଥିଲା, ସଲମାନ୍ ଯେତେ ଟାଇପିଙ୍ଗ୍ କରୁଥିଲା ସେତେ ତାକୁ ପଇସା ମିଳୁଥିଲା, ସଲମାନ୍ ବାପା ଅଖୋଲାରେ ଚାହା ଦୋକାନ ଦେଇଥିଲେ, କିନ୍ତୁ ଯେପରି କୋରନା ଭାଇରସ୍ କାରଣରୁ ଲକ୍ ଡାଉନ୍ ଘୋଷଣା ହେଲା ତେବେ ତାଙ୍କର ଯେତେ ବି ସଞ୍ଚିତ ଆୟ ସବୁ ୨୦ ଦିନରେ ଶେଷ ହୋଇଗଲା, ତାପରେ ସଲମାନଙ୍କ ବାପା ଏକ ଲଙ୍ଗର ରିକ୍ସା ଚଲାଇବାକୁ ଲାଗିଲେ ଓ ଲଙ୍ଗରରେ ଖାଇବା ନେଇକରି ନିଜ ପେଟ ଭରୁଥିଲେ, କିନ୍ତୁ ଲଙ୍ଗର ବି ଏତେ ସମୟ ଯାଏଁ ଚାଲିପାରିଲା ନାହିଁ, ଓ ଏହା ବନ୍ଦ ହୋଇଗଲା ତେବେ ସେ ବାଧ୍ୟ ହୋଇ ଏହା ଫଇସଲା ନେଲେ କି ପାଦରେ ହିଁ ନିଜ ଘର ସୀତାମଢୀ ଯିବେ ।

ସଲମାନ୍ ନିଜ ପରିବାର ସହ ୧୮ ମଇ ୨୦୨୦ କୁ ଦିଲ୍ଲୀରୁ ବିହାର ଅଭିମୁଖେ ବାହାରିଥିଲା, ଯେବେ ସେ ହରିଆଣାର ପଲବଲ ଓ ବଲ୍ଲଭଗଢ ମଧ୍ୟରେ ପହଞ୍ଚିଲେ ତେଏବ୍ ଯାତ୍ରାରେ ଥକା ହେବା କାରାଣରୁ ତାଙ୍କର ପରିବାର ସେହି ସ୍ଥାନରେ ଅଟକିଗଲା ଓ ଆରାମ କରିଲେ, ସେହି ସମୟରେ ସଲମାନଙ୍କ ବାପା ଏକ ବନ୍ଧୁଙ୍କ ସହ ସାକ୍ଷାତହେଲା, ସେ ବିହାର ଯାଉଥିଲେ ଯେଉଁଥିରେ ଶହନାଜ୍ ଥିଲେ, ଦୁହେଁ ପରିବାର ମିଶିକରି ବିହାର ଯିବାପାଇଁ ବାହାରିଲେ, ଏହି ସମୟରେ ଦୁହେଁ ପରିବାର ମିଶିକରି ଖାଉଥିଲେ, ଓ ଯେଉଁଠି ଆରାମ କରିବାର ଥିଲା ଦୁହେଁ ପରିବାର ଅଟକିଯାଉଥିଲେ । ସଲମାନ୍ ଓ ଶେହନାଜ୍ ଙ୍କ ଅଭ୍ୟାସ ଦୁହେଁ ପରସ୍ପର ମିଶୁଥିଲା, ତାଙ୍କ ଖାଇବାର ଅନ୍ଦାଜ ପ୍ରାୟ ଏକାପରି ଥିଲା ,

ସଲମାନ୍ ଓ ଶେହନାଜ୍ ପରିବାର ଯେପରି ଆଗ୍ରା ପହଞ୍ଚିଲେ ଏହି ଦୁହେଁ କଥାବାର୍ତ୍ତା କରିବାର ସିଲସିଲା ଆରମ୍ଭ ହେଲା, ସଲମାନ୍ କୁ ଶେହନାଜ୍ ଙ୍କୁ ପଚାରିଲେ ଏହା କେଉଁ ସହର, ତେବେ ସଲମାନ୍ କହିଲେ କି ଏହା ତାଜମହଲ ସହର ଅଟେ, ତେବେ ଶେହନାଜ୍ ସଲମାନ୍ ଙ୍କୁ କହିଲେ କି ସେ ତାଜମହଲ ଦେଖିପାରିବେ , ତେବେ ସଲମାନ୍ ଙ୍କୁ ଏମିତି ଲାଗିଲା କି ଆମେ ଦୁହେଁ ମଧ୍ୟରେ ଭାବନା କେତେ ମିଶୁଛି । ଯେବେ ରାସ୍ତାରେ ଯାଉଥିଲେ ତେବେ କାନପୁର୍ ଦୁହେଁ ପରିବାର ପହଞ୍ଚିଗଲେ, ଓତେବେ ଦୁହେଁ ପରିବାରକୁ କିଛି ଆଭାଷ ହେବାକୁ ଲାଗିଲା

ତେବେ ଦୁହେଁ ପରିବାର ମଧ୍ୟରେ କିଛି ଯୁକ୍ତି ତର୍କ ହେଲା, କାନପୁର୍ ପରେ ଏହିଦୁହେଁ ପରିବାର ମଧ୍ୟରେ କଥାକଟାକଟି ବଢିଗଲା, ଯେବେ ଏହି ଦୁହେଁ ପରିବାର ଗୋରଖପୁର୍ ପହଞ୍ଚିଥିଲେ ସଲମାନ ଓ ଶେହନାଜ୍ ମଧ୍ୟରେ ଟିକିଏ କଥାବାର୍ତ୍ତା ହେବାକୁ ଲାଗିଥିଲା, କିନ୍ତୁ ଏହି ଦୁହେଂମ୍ ପରିବାରଙ୍କୁ ଆଉଥରେ ସନ୍ଦେହ ହେଲା ଓ ସେମାନେ ତୟ କଲେ କି ଅଲଗା ଅଲଗା ଟାଇମ୍ ରେ ନିଜ ନିଜ ଘରକୁ ଫେରିବେ, କିନ୍ତୁ ସଲମାନଙ୍କୁ ଏହି କଥା ମାନିବାକୁ ରାଜି ହେଲେ ନାହିଁ, ସେ କହିଲେ କି ସାଥିରେଯିବାରେ କଣ ଅସୁବିଧା ?

ଯେବେ ଦୁହେଁ ପରିବାର ଏହି ଫଇସଲା ନେଲେ କି ସେ ଅଲଗା ଅଲଗା ଟାଇମ୍ ରେ ଘରକୁ ଯିବେ ତେବେ ସଲମାନ୍ ଏହି କଥାକୁ ମନା କରିଦେଲେ ତାଙ୍କର ବାପା ତାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ସେ ମାନିଲେ ନାହିଁ, ଓ ସେ କହିଲେ କି ମୁଁ ଶେହନାଜ୍ କୁ ନେଇକରି ଯିବି, ଦୁହେଁ ପରିବାର ମଧ୍ୟରେ ଲମ୍ବା କଥାବାର୍ତ୍ତା ହେଲା, କିନ୍ତୁ ସଲମାନ୍ ଓ ଶେହନାଜ୍ ଜିଦ୍ ଆଗରେ ଏହି ଦୁହେଁ ପରିବାରକୁ ନଇଁବାକୁ ପଡିଲା, ଓ ପରିଶେଷରେ ଏମାନଙ୍କ ବାହାଘର ପାଇଁ ରାଜି ହୋଇଗଲେ, ଓ ସଂନ୍ଧ୍ୟାରେ ଏମାନଙ୍କ ନିକାହ୍ ହୋଇଗଲା ।

Leave a Reply

Your email address will not be published. Required fields are marked *