October 19, 2024

Odia Express

Leading Odia News Portal of Odisha

୧ ବର୍ଷରେ ହିଁ ଦୁଇଥର ମା ହେବାକୁ ଯାଉଛନ୍ତି Sapna Choudhary, ହରିଆଣାର ଡ୍ୟାନ୍ସର ନିଜେ କଲେ ଏହାର ଖୁଲାସା

ହରିଆଣାର ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀଙ୍କୁ ସେମିତି ବା କିଏ ନଚିହ୍ନେ, ସପନା ଚୌଧୁରୀ ଏକ ଏମିତି ଚର୍ଚ୍ଚିତ ଡ୍ୟାନ୍ସର ଅଟନ୍ତି । ଯିଏକି ପଞ୍ଜାବ, ହରିଆଣା, ରାଜସ୍ଥାନ, ଓ ଉତ୍ତର ପ୍ରଦେଶରେ ବହୁତ ଲୋକପ୍ରିୟ ହୋଇଛନ୍ତି, ସପନା ନିଜ କ୍ୟାରିୟରର ଆରମ୍ଭ ହରିଆଣାର ସ୍ଥାନୀୟ ଓକେଷ୍ଟ୍ରା ଟିମ୍ ସହ କରିଥିଲେ, ସେ ସଲୱାର, କମିଜ୍ ଓ ଦୁପଟ୍ଟା ସହ ଡ୍ୟାନ୍ସ କରୁଥିଲେ, କିନ୍ତୁ ତାଙ୍କୁ ବହୁତ କମ୍ ସମୟ ମଧ୍ୟରେ ବହୁତ ସାରା ଲୋକପ୍ରିୟତା ମିଳିଲା ।ହରିଆଣାର ଡ୍ୟାନ୍ସର ସପନା ଚୌଧୁରୀ ଆଜି କେଉଁ ପରିଚୟର ଆବଶ୍ୟକତା କରନ୍ତି ନାହିଁ

ସେ ବିଗ୍ ବସ୍ ୧୧ ରେ ପ୍ରତିଯୋଗି ଓ ତାପରେ ଫିଲ୍ମରେ ପାଦ ରଖିଥିବା ସପନା ବହୁତ ଜଲଦି ବଲିଉଡ୍ ଫିଲ୍ମ ଲଭ୍ ୟୁ ଲୋକତନ୍ତ୍ରରେ ନଜର ଆସିବାକୁ ଯାଉଛନ୍ତି, ଏହି ମଧ୍ୟରେ ସପନା ଚୌଧୁରୀ ନିଜ ଜୀବନକୁ ନେଇକରି ଆଉଥରେ ଚର୍ଚ୍ଚିତ ହୋଇଛନ୍ତି, ସପନା ଚୌଧୁରୀ ଙ୍କୁ ନେଇକରି ଏହି ଚର୍ଚ୍ଚା ହେଉଛି କି ସେ ଆଉଥରେ ପ୍ରେଗନେଣ୍ଟ୍ ହୋଇଛନ୍ତି,  କିନ୍ତୁ ଏହା ଉପରେ ସ୍ୱପନା ଚୌଧୁରୀ ନିଜେ ସତକଥା କହିଛନ୍ତି ।

ସପନା ଚୌଧୁରୀ ମିଡିଆ ସହ ଦେଇଥିବା ଏକ ଇଣ୍ଟରଭ୍ୟୁ ସମୟରେ ନିଜ ଦ୍ୱିତୀୟ ପ୍ରେଗନେନ୍ସିକୁ ନେଇ ନିଜ ପ୍ରତିକ୍ରିୟା ଦେଇଥିଲେ , ସପନା ଚୌଧୁରୀ କହିଥିଲେ କି ମୋର ପ୍ରେଗନେନ୍ସି ଖବର ଯାହା ସୋସିଆଲ୍ ମିଡିଆରେ ଆସୁଛି , ତାହା ସବୁ ମିଛ, ମୁଁ ପ୍ରେଗନେଣ୍ଟନାହୀଁ, ଏହି ଦିନରେ ନିଜ କାମରେ ଫୋକସ୍ କରୁଛି, ଓ ଏବେ ୫ ବର୍ଷର ପର୍ଯ୍ୟନ୍ତ ମୋର ଦ୍ୱିତୀୟ ଛୁଆକୁ ନେଇକରି କିଛି ବି ପ୍ଲାନିଙ୍ଗ୍ ନାହିଁ, ସପନା ଚୌଧୁରୀ କହିଲେ କି ଆଗକୁ ଯଦି ଛୁଆ ହେବାର ପ୍ଲାନ୍ କରିବି ତେବେ ନିଶ୍ଚିତ ମିଡିଆକୁ ଜଣାଇଦେବି, ଯାହାଦ୍ୱାରା କିଛି ଦ୍ୱନ୍ଧ ନହେବ, ଏହି ବିଷୟରେ ସିଙ୍ଗଲ୍ ନୁହେଁ ଜାଆଁଳା ଛୁଆଙ୍କ ପ୍ଲାନ୍ କରିବି ।

ଆପଣଙ୍କୁ କହିଦେବୁ କି ସପନା ଚୌଧୁରୀ ବହୁତ ଜଲଦି ଲଭ୍ ୟୁ ଲୋକତନ୍ତ୍ରରେ ନଜର ଆସିବାକୁ ଯାଊଛନ୍ତି ।  ଯାହାର ସୁଟିଙ୍ଗ୍ ମୁମ୍ବାଇରେ ଜାରି ଅଛି, ତାଙ୍କ ସହ ରବି କିଶାନ୍, ସ୍ନେହା ଉଲ୍ଲାହ, ଇଶା କୋପିକର୍, ଓ ଅଲ୍ଲୀ ଅସଗର ନଜର ଆସିବେ, ସପନା ଚୌଧୁରୀ ନିଜ ଏହି ଫିଲ୍ମ ବିଷୟରେ ଏହା କହିଲେ କି ଲଭ୍ ୟୁ ଲୋକତନ୍ତ୍ର ଏକ ରାଜନୈତିକ ଡ୍ରାମା ଫିଲ୍ମ ଅଟେ, ଯେଉଁଥିରେ ଦେଖାଯାଇଛି କି କିପରି ନେତା ନିରିହ ଜନତାକୁ ଧୋକା ଦେଇକରି ଭ୍ରଷ୍ଟାଚାର କରୁଛନ୍ତି, ସେମିତି ଏହି ଫିଲ୍ମରେ ଏକ ଆଇଟମ୍ ନମ୍ବର କରୁଛନ୍ତି

ତାହା ସହ୍ ଆଶା କରାଯାଉଛି କି ପୁରୁଣା ଗୀତ ପରି ତାଙ୍କ ଏହି ଆଇଟମ୍ ନମ୍ବର ଲୋକଙ୍କର ଭଲ ପାଇବା ମିଳିବ । ସେମିତି ଦେଖିବାକୁ ଗଲେ ତ ସପନା ଚୌଧୁରୀ ନିଜ ଜୀବନ ସହ ଯୋଡି ହୋଇଥିବା କଥାକୁ ସିକ୍ରେଟ୍ ରଖନ୍ତି, ସପନା ଚୌଧୁରୀ ହରିଆଣବି ସିଙ୍ଗର୍ ବିର୍ ସାହୁ ଙ୍କୁ ବିବାହ କରିଥିଲେ, ଓ ଏହା କାହାକୁ ବି ଜଣାପଡିନଥିଲା, ଗତ ଅକ୍ଟୋବରରେ ଏହି କଥା ଲିକ୍ ହୋଇଥିଲା ତାପରେ ଏହି ଦୁହେଁ ଏହି ବିବାହକୁ ସ୍ୱିକାର୍ କରିଥିଲେ, ସପନା ଚୌଧୁରୀଙ୍କ ଅନୁସାରେତାଙ୍କ ପରିବାରର କେଉଁ ବି ସଦସ୍ୟ ଙ୍କ ନିଧନ ହୋଇଗଲା ଯାହାର କାରଣରୁ ତାଙ୍କ ବିବାହ ଧୁମଧାମରେ ହୋଇପାରିଲା ନାହିଁ ।

ଏହା ଛଡା ବିବାହ ପୁର୍ବରୁ ତାଙ୍କ ପ୍ରେଗନେଣ୍ଟ ହେବା ଖବର ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଥିଲା, କହିଦେବୁ କି ସପନା ଚୌଧୁରୀ ଗତ ବର୍ଷ ୪ ଅକ୍ଟୋବରକୁ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ, କିନ୍ତୁ ଏବେ ତାଙ୍କ ଫ୍ୟାନ୍ସଙ୍କୁ ନିଜ ପୁଅର ନାଁ କହିନାହନ୍ତି, ସେମିତି ସପନା ଚୌଧୁରୀ ଙ୍କ ସ୍ୱାମୀ ବିର୍ ନିଜେ କହିଲେ କି ସେ ଏକ ପୁଅ ଜନ୍ମ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *