ମହିଳା IPS ଙ୍କୁ ସାଧାରଣ ପୁଅ ସହ ଫେସବୁକ୍ ରେ ହେଲା ପ୍ରେମ, ତାପରେ ଦୁହେଁ କରିଦେଲେ ବିବାହ, ଆଶ୍ଚର୍ଯ୍ୟ କରିଦେବ ଏହି ପ୍ରେମ କାହାଣୀ
ଏକ ଲୋକକଥା ଆପଣ ନିଶ୍ଚିତ ଶୁଣିଥିବେ କି ପ୍ରେମରେ ଜାତି, ଧର୍ମ, ଓ ଧନୀ ଗରିବ ଦେଖାଯାଏ ନାହିଁ କେବେ କାହାକୁ କାହା ସହ ପ୍ରେମ ହୋଇଯାଏ ଏହା କୁହାଯାଇପାରିବ ନାହିଁ , ଠିକ୍ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଏକ ଆଇପିଏସ୍ ଝିଅର ଏକ ସାଧାରଣ ପୁଅ ସହ ପ୍ରେମ ହୋଇଗଲା, ଏତିକି ନୁହେଁ ବରଂ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ପ୍ରେମ ବିବାହ କରିନେଲେ । ଗୁଜୁରାଟର ଏକ ସୁନ୍ଦର ଆଇପିଏସ୍ ମହିଳା ଅଫିସର୍ ଏହି ଦିନରେ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି, ଏହି ମହିଳା ଆଇପିଏସ୍ ଅଫିସରଙ୍କୁ ନିଜ ଫେସବୁକ୍ ଫ୍ରେଣ୍ତ ସହ ପ୍ରେମ ହୋଇଗଲା, ସୋସିଆଲ୍ ମିଡିଆ ମାଧ୍ୟମରେ ଏମାନଙ୍କ ବନ୍ଧୁତା ଧୀରେ ଧୀରେ ଗଭୀର ହୋଇଯାଇଥିଲା ।
ତାପରେ ପ୍ରେମକୁ ବିବାହରେ ପରିଣତ କରିବାପାଇଁ ଦୁହେଁ ଜନ୍ମ ଜନ୍ମର ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ, ଏମାନେ ସୋମବାରକୁ ବିବାହକରିନେଲେ । ଏହି ମହିଳା ଆଇପିଏସ୍ ଅଫିସର୍ ଅହମଦାବାଦ୍ ର ଡିସିପି ଉଷା ରାଡା ଅଟନ୍ତି, ଉଷା ରାଡା ନିଜ ଫେସବୁକ୍ ଫ୍ରେଣ୍ତ ନରେଶ୍ ଦେଶାଇଙ୍କ ସହ ବିବାହ କରିନେଲେ , ଆଶ୍ଚର୍ଯ୍ୟକର କଥା କି ଉଷା ରାଡା ଓ ନରେଶ ପୁର୍ବରୁ ଜଣେ କେବେ କାହାକୁ ଦେଖାକରିନଥିଲେ, ଉଷା ନରେଶଙ୍କ ସହ କେବଳ ଫେସବୁକ୍ ରେ ହିଁ ଚ୍ୟାଟ୍ କରିଥିଲେ । କଥାବାର୍ତ୍ତାରେ ଦୁହେଁଙ୍କ ବନ୍ଧୁତା ହୋଇଗଲା, ଓ ଧିରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା
ଯାହାପରେ ଦୁହେଁ ବିବାହ କରିବାର ଫଇସଲା କରିନେଲେ, କହିଦେବୁ କି ନରେଶ ଦେଶାଇ ଲଣ୍ତନରେ ହିଥ୍ରୋ ଏୟାରପୋର୍ଟରେ ସର୍ଭିସ୍ କରୁଛନ୍ତି, ୧୭ ମେ କୁ ଦୁହେଁ ପ୍ରଥମଥର ଜଣେ ଅନ୍ୟଙ୍କୁ ଦେଖାକରିଥିଲେ, ଯେବେ ନରେଶ ବିବାହପାଇଁ ଅହମଦାବାଦ୍ ପହଞ୍ଚିଥିଲେ । ଆପଣଙ୍କୁ ସୁଚନାପାଈଁ କହିଦେବୁ କି ଆମେ ଏଠାରେ ଆପଣଙ୍କୁ କହିବାକୁ ଚାହିଁଉ ଉଷା ରାଡା ବହୁତବର୍ଷ ପୁର୍ବରୁ ବିବାହ କରିସାରିଥିଲେ, କିନ୍ତୁ କିଛି ପାରିବାରିକ ଗଣ୍ତଗୋଳ ଯୋଗୁଁ ତାଙ୍କୁ ତାଙ୍କ ସ୍ୱାମୀଙ୍କ ସହ୍ ରହିବା ମୁସକିଲ୍ ହୋଇଗଲା, ତାପରେ ସେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଦେଲେ, ଉଷାଙ୍କ ଝିଅ ଯିଏକି ଆମେରିକାରେ ରହୁଛି, ସେ ବି ବିବାହରେ ସାମିଲ୍ ହେବାପାଇଂ ଅହମଦାବାଦ୍ ପହଞ୍ଚିଲେ, ଉଷା ରାଡା ଓ ନରେଶ ଦେଶାଇ କୋର୍ଟ୍ ମ୍ୟାରେଜ୍ କରିଥିଲେ, ଓ ତାପରେ ପରିଚିତ ଲୋକଙ୍କ ପାଇଁ ଏକ ରିସେସ୍ପନ୍ ଫଙ୍କସନ୍ ଆୟୋଜିତ କରିଥିଲେ ।