October 30, 2024

Odia Express

Leading Odia News Portal of Odisha

କିଏ ଦୁର୍ଘଟଣାର ଶିକାର ନ ହୁଅନ୍ତୁ ଏଥିପାଇଁ ୧୧ ବର୍ଷରୁ ପେନସନ୍ ର ପଇସାରେ ରାସ୍ତାର ଗାତକୁ ଭରୁଛନ୍ତି ବୟସ୍କ ଦମ୍ପତି

ସରକାର ମାଟି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବାପାଇଁ ବହୁତ ଘୋଷଣା କରୁଛନ୍ତି, ରାସ୍ତାର ମରାମତି ପାଇଁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବଜେଟ୍ ବିଭାଗରୁ ଆସିଥାଏ । କିନ୍ତୁ ରାସ୍ତାର ହାଲତ ଦେଖିକରି ଏହାର ବିକାଶକୁ ସହଜରେ ଅନ୍ଦାଜା ଲଗାଯାଇପାରିବ, ସାଧାରଣତଃ ଲୋକେ ଏହି ଚିନ୍ତାରେ ପ୍ରଶ୍ନ କରନ୍ତି କିନ୍ତୁ ସମାଧାନର ହାତ ବଢାଇପାରନ୍ତି ନାହିଁ। ଉଦାହରଣ ପାଇଁ ରାସ୍ତାରେ ଗାତକୁ ନେଇଯାଆନ୍ତୁ, ତାଙ୍କୁ ଦେଖିକରି ବହୁତ ଲୋକ ନିଜ କ୍ରୋଧ ଜାହିର୍ କରିଦିଅନ୍ତି, କିନ୍ତୁ ସେଗୁଡିକ ଭରିବା ପାଇଁ କେହି ଆସନ୍ତି ନାହିଁ ।

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଗତ ୧୧ ବର୍ଷରୁ ବୟସ୍କ ଦମ୍ପତିଙ୍କ ଦ୍ୱାରା ଗାତ ଭରିବା ମାମଲା ସାମ୍ନାକୁ ଆସିଛି, ନ୍ୟୁଜ୍ ଏଜେନ୍ସି ଏନ୍ ଏନ୍ ଆଇ ସହ କଥାବାର୍ତ୍ତାରେ ଗଙ୍ଗାଧର ତିଲକ କଟନମ୍ କହନ୍ତି କି ମୁଁ ଭାରତୀୟ ରେଲୱେରୁ ରିଟାୟର୍ଡ ହେବାପରେ ଏଠାକୁ ଟ୍ରାନ୍ସଫର୍ ହୋଇଛି, ରାସ୍ତାରେ ଖାଲ ହେବା ଯୋଗୁଁ ପ୍ରତିଦିନ ବହୁତ ଦୁର୍ଘଟଣା ହୋଇଥାଏ , କିନ୍ତୁ ସମାଧାନ ବି ହୋଇପାରେ ନାହିଁ, ଏମିତିରେ ମୁଁ ନିଜେ ଏହାକୁ ଠିକ୍ କରିବାର ଫଇସଲା ନେଇଛି, ମୁଁ ଏହି କାମ ପାଇଁ ନିଜ ପେନସନ୍ ପଇସାରୁ ଏହି ସବୁ କାମ କରୁଛି ।

ତେଲଙ୍ଗାନାରେ ଏକ ବୟସ୍କ ଦମ୍ପତି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ରାସ୍ତାକୁ ସହଜ କରୁଛି, ଯେଉଁ କାମ ସରକାର ଓ ପ୍ରଶାସନ କରିବା ଉଚିତ୍, ସେ ନିଜେ ଗଙ୍ଗାଧର ତିଲକ କଟନମ୍ ଓ ତାଙ୍କ ସ୍ତ୍ରୀ ଭେଙ୍କଟେଶ୍ୱରୀ କଟନମ୍ କରୁଛନ୍ତି, ଏହି ବୟସ୍କ ଯୋଡା ଗତ ୧୧ ବର୍ଷରୁ ହାଇଦ୍ରାବାଦର ରାସ୍ତାରେ ଗାତ ଭରୁଛନ୍ତି ।

କଟନମ୍ କହନ୍ତି କି ସେ ରେଲୱେ ରେ ଚାକିରିରୁ ରିଟାୟର୍ଡ ହେବାପରେ ସେ ହାଇଦ୍ରାବାଦ୍ କୁ ସିଫ୍ଟ ହୋଇଯାଇଥିଲେ, ସେ ରାସ୍ତାରେ ଗାତକୁ ନେଇ ଆକ୍ସିଡେଣ୍ଟ ହେବାର ଦେଖିଥିଲେ, ସେ ଏହି ସଂବନ୍ଧିତ ପ୍ରାଧିକରଣ ରୁ ଏହି କଥାର ଅଭିଯୋଗ କରିଥିଲେ କିନ୍ତୁ ଯେବେ ସମସ୍ୟାର ନିବାରଣ ହେଲା ନାହିଁ କିନ୍ତୁ ଯେବେ ସମସ୍ୟାର ନିବାରଣ ହେଲା ନାହିଁ, ତେବେ ସେ ନିଜକୁ ଏହି ଗାତକୁ ଭରିବାକୁ ଫଇସଲା କରିଲେ

ସେ କହିଲେ କି ମୁଁ ଏବେ ଏହି ଗାତଗୁଡିକ ଭରୁଛି, ଓ ନିଜ ପେନସନ୍ ପଇସାରୁ ହିଁ କରୁଛି, ଏବେ ପର୍ଯ୍ୟନ୍ତ ୨ ହଜାରରୁ ଅଧିକା ଗାତକୁ ଭରି ସାରିଛି। ସୋସିଆଲ୍ ମିଡିଆରେ କଟନମ୍ ଓ ତାଙ୍କ ସ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି, ବହୁତ ଲୋକଙ୍କର ଏହା କହିବା କଥା କି ସମାଜରେ ଏମିତି ଲୋକଙ୍କ ଯୋଗୁଁ ସମାଜ ସଠିକ୍ ଦିଗରେ ଯାଉଛି, କଟନମ୍ ଏହି ମୋହିମ୍ କୁ କେତେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ଓ ଦୁର୍ଘଟଣାର ହାର କମାଇଛନ୍ତି, ଲୋକେ ତାଙ୍କୁ ସୋସିଆଲ୍ ମିଡିଆରେ ଧନ୍ୟବାଦ ଜ୍ଞାପନ କରୁଛନ୍ତି ।

କଟନମ୍ ଙ୍କ ପରୋପକାର ଭାବନା ଲୋକଙ୍କ ପାଇଁ ମିଶାଲ୍ ହୋଇଛି, ନ୍ୟୁଜ୍ ଏଜେନ୍ସି ଏନ୍ ଏନ୍ ଆଇ ଙ୍କ ମୁତାବିକ ସେ ଏବେ ପର୍ଯ୍ୟନ୍ତ ୨ ହଜାରରୁ ଅଧିକା ଗାତକୁ ଭରିବାରେ ସଫଳ ହୋଇଛନ୍ତି, ଏହି କାମ ପାଇଁ ତାଙ୍କୁ କିଛି ପଇସା ମିଳେ ନାହିଁ, ବରଂ ସେ ନିଜ ପକେଟରୁ ଏହି ପଇସା ଲଗାଇଥାନ୍ତି, ସେ ଇଣ୍ତିଆନ୍ ରେଲୱେରେ ରିଟାୟର୍ଡ ହୋଇଛନ୍ତି, ଓ ନିଜ ପେନସନ୍ ପଇସାରୁ ହାଇଦ୍ରାବାଦର ସବୁ ରାସ୍ତାର୍ ଗାତକୁ ଭରୁଛନ୍ତି ।

Leave a Reply

Your email address will not be published. Required fields are marked *