October 22, 2024

Odia Express

Leading Odia News Portal of Odisha

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ- କେଉଁ ଜାଗାରେ ପାରାକୁ ଦାନା ଖୁଆଇବା ଆଇନଗତ ଅପରାଧ ଅଟେ – ଉତ୍ତର ଜାଣିରଖନ୍ତୁ ଏବେ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ୧) କିଏ ଗୋରିଲା ଯୁଦ୍ଧର ତରିକା ଆରମ୍ଭ କରିଥିଲେ ? ଉତ୍ତର- ଶିବାଜୀ

୨) ଟ୍ୱିଟରରେ ଦେଖାଯାଉଥିବା ଚଢେଇର ନାଁ କଣ ଅଟେ? ଉତ୍ତର- ଲେରି

୩) ଏମିତି କେଉଁ ପକ୍ଷୀ ଅଛି ଯିଏ କେବେ ପୃଥିବୀରେ ପାଦ ଦେଇନାହିଁ ? ଉତ୍ତର- ଭାରତର ମହାରାଷ୍ଟ୍ରର ରାଜକୀୟ ପକ୍ଷୀ ଏମିତି ଏକ ପକ୍ଷୀ ଅଟେ ଯିଏ ନିଜ ପାଦ କେବେ ପୃଥିବୀରେ ରଖେନାହିଁ ।

୪) ଜାହାଙ୍ଗୀରଙ୍କ ସମୟରେ ପ୍ରଥମ ମୋଗଲ୍ ଦରବାରରେ ଆସୁଥିବା ଇଂରେଜ କିଏ ଥିଲେ ? ଉତ୍ତର- କ୍ୟାପଟେନ୍ ୱିଲିୟମ୍ ହକିଂସ୍ ପ୍ରଥମ ଇଂରେଜ୍ ଥିଲେ ।

୫) ତେନ୍ଦୁଲକର ସମିତିର ଗଠନ କାହାପାଇଁ କରାଯାଇଥିଲା କୁହନ୍ତୁ ? ଉତ୍ତର- କୃଷି ଉତ୍ପାଦନ ମାପିବା ପାଇଁ ।

୬) ସେ ଏମିତି କେଉଁ ଅକ୍ଷର୍ ଅଛି, ଯାହା ଆମେରିକାରେ କେଉଁ ରାଜ୍ୟର ନାଁରେ ଆସେ ନାହିଁ ? ଉତ୍ତର- କ୍ୟୁ

୭) ଏମିତି କେଉଁ ଜାଗା ଅଛି ଯାହା ମରୁଭୁମି ସମୁଦ୍ର ସହ ମିଶିଥାଏ? ଉତ୍ତର- ନାମିବିଆ ବେଷ୍ଟ କୋଷ୍ଟ, ଏହା ଦୁନିଆଁର ପୁରୁଣା ମରୁଭୁମି ଅଟେ, ଯାହାପ୍ରାୟ ସାଢେ ୫ କୋଟି ବର୍ଷରୁ ବି ପୁରୁଣା ଅଟେ, ଏଥିରେ ଖାସ୍ କଥା ଏହା କି ଏଠାରେ ଦେଖାଯାଊଥିବା ବାଲି ଟିଲା ବିଶ୍ୱର ସବୁଠାରୁ ବଡ ଅଟେ ।

୮) ସେ କେଉଁ ଗ୍ରହ ଅଟେ ଯାହାଦେଖିବାପାଇଁ ଆଳୁ ପରି ହୋଇଥାଏ ? ଉତ୍ତର- ହାଉମିଆ ଯାହା ଏକ ମାଇନର୍ ଗ୍ରହ ଅଟେ ।

୯) ଭାରତର ସବୁଠାରୁ ସଫା ନଦୀ କେଉଁଟା ? ଉତ୍ତର- ଭାରତର ମେଘାଳୟ ସ୍ଥିତ ଉମଗୋଟ୍ ନଦୀ ସବୁଠାରୁ ସଫା ନଦୀ ଅଟେ, ଏହି ନଦୀ ମାବଲ୍ୟାତ୍ରାଂଗ ଗାଁ ପାଖରେ ଅଛି, ତାହା ସହ ଏହା ଗାଁ ଏସିଆର ସବୁଠାରୁ ସଫା ଗାଁ ଅଟେ, ଏହି ଗାଁରେ ପ୍ରାୟ ୩୦୦ ଘର ଅଛି, ସବୁ ଲୋକଙ୍କୁ ମିଶାଇ ଏହି ନଦୀକୁ ସଫା କରନ୍ତି, ଏହି ନଦୀରେ ମଇଳା ହେଲେ ୫ ହଜାର ଟଙ୍କା ଜୋରିମାନା ଲାଗେ ।

୧୦) କେଉଁ ଜାଗାରେ ପାରାଙ୍କୁ ଦାନା ଖୁଆଇବା ଆଇନଗତ ଅପରାଧ ଅଟେ ? ଉତ୍ତର- ସେନ୍ ଫ୍ରାନ୍ସିକୋ

Leave a Reply

Your email address will not be published. Required fields are marked *