October 17, 2024

Odia Express

Leading Odia News Portal of Odisha

ସୁନିଲ୍ ବଶିଷ୍ଟ ଡେଲିଭରି ବୟରୁ ହେଲେ ସଫଳ କୋଟିପତି ବିଜନେସ୍ ମ୍ୟାନ୍ , ଜାଣନ୍ତୁ ତାଙ୍କ ସଫଳତାର କାହାଣୀ..

ଆଜିକାଲିର ଯୁବା କେଉଁ ନା କେଉଁ କାରଣରୁ ଚାକିରି ଛାଡିଦେଲେ ନିଜ ସାହାସ ହରାଇବସୁଛନ୍ତି, କିନ୍ତୁ ସଫଳତାର ଷ୍ଟୋରୀ ଟିକିଏ ଅଲଗା ଅଛି, ଏହି ଷ୍ଟୋରୀ ସେହି ପିଜା ଡେଲିଭରି ପିଲାର ଅଟେ ଯିଏ ବୋରୋଜଗାର ହେଇଯିବାପରେ ନିଜ ମନର କଥା ଶୁଣିଲା, ଓ ନିଜ ଅନୁଭବ ଆଧାରରେ ଦିମାଗ୍  ଲଗାଇଲା, ଫଳାଫଳ ଏହା ହେଲା କି ଆଜି ସେ ଡେଲିଭରୀ ବୟରୁ ଏକ ସଫଳ ବିଜନେସ୍ ମ୍ୟାନ୍ ହୋଇଯାଇଛନ୍ତି । ସୁନିଲ୍ ବଶିଷ୍ଟଙ୍କ ଜନ୍ମ ଦିଲ୍ଲୀ ପରି ବଡ ସହରରେ ହୋଇଥିଲା । କିନ୍ତୁ ଏମିତିରେ ତାଙ୍କ ପରିବାର ବହୁତ ସାମାନ୍ୟ ଥିଲା, ସୁନିଲ୍ କହିଲେ କି ତାଙ୍କ ପରିବାରରେ ବହୁତ ଆର୍ଥିକ ଅନଟନରେ ଗତି କରୁଥିଲା, ଏହି କାରଣରୁ ତାଙ୍କ ମା ବାପା ତାଙ୍କୁ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଦଶମ ଯାଏଁ ପଢାଇଲେ, ଆଗକୁ ପଢିବାପାଈଁ ତାଙ୍କ ମା ବାପାଙ୍କ ପାଖରେ ପଇସା ନଥିଲା, ଏଥିପାଇଁ ସୁନିଲ୍ କହିଲେ କି ଏବେ ତୁମକୁ ଆଗକୁ ପଢାଇର ଖର୍ଚ୍ଚ ପାଇଁ ନିଜକୁ କିଛି କରିବାକୁ ହେବ

ତେବେ ସୁନିଲ୍ ବହୁତ ଛୋଟ୍ ବୟସରୁ ପାଠପଢା ସହ କାମ ଖୋଜିବା ଆରମ୍ଭ କରିଦେଲେ, ଓ ଘରେ ଘରେ ଯାଇକରି କୋରିୟର୍ ବାଣ୍ଟିବାକୁ ଲାଗିଲେ । ସୁନିଲ୍ ଛୋଟ ମୋଟ କାମ କରି ଦିନ ସାରା ୨୦୦-୩୦୦ ଟଙ୍କା ଆମଦାନୀ କରିଦେଉଥିଲେ, କିନ୍ତୁ ଏହି ପଇସାରେ ତାଙ୍କ ପାଠପଢା ଓ ଗୁଜୁରାଣ ମେଣ୍ଟିପାରୁନଥିଲା, ବହୁତ ଚେଷ୍ଟା ପରେ ସେ ୧୯୯୮ ରେ ଡୋମିନୋଜ୍ ପିଜା ସହ ଯୋଡି ହେଲେ, ସୁନିଲ୍ ଙ୍କୁ ଏଠାରେ ଅଧିକା ପରିଶ୍ରମ କରିବାକୁ ପଡୁଥିଲା, ତାସତ୍ତ୍ୱେ ବି ସେ ହାର୍ ମାନିନଥିଲେ ।

ଏହି ମୋଡରେ ଯଦି ସୁନିଲ୍ ଚାହିଁଥାନ୍ତେ ତେବେ ଆଉ ଏକ ଜବ୍ ଖୋଜିପାରିଥାନ୍ତେ କିନ୍ତୁ ତାଙ୍କ ଦିମାଗରେ ନିଜକୁ ବ୍ୟବସାୟ କରିବାର ବିଚାର ଆସିଲା, ପରିଶେଷରେ ସେ ଫଇସଲା କଲେ କି ଏବେ ଯାହା ବି ହେଉ ସେ ଆଉ କେଉଁଠି ଚାକିରି କରିବେ ନାହିଁ, ତାପରେ ସେ ନିଜ ସଞ୍ଚିତ ପଇସାରେ ରାସ୍ତା କଡରେ ଜଳଖିଆ ଷ୍ଟଲ୍ ଖୋଲିଲେ, ଏହାପାଈଁ ସୁନିଲ୍ ବହୁତ ପରିଶ୍ରମ ବି କଲେ କିନ୍ତୁ ଦୂର୍ଭାଗ୍ୟବଶତଃ ତାଙ୍କ ବେପାର ଭଲ ହୋଇପାରିଲା ନାହିଁ ।

ସୁନିଲ୍ ଡୋମିନୋଜ୍ ପିଜା ସହ ଯୋଡିହେବାପରେ ଭଲ ଆମଦାନୀ କରିଦେଉଥିଲେ, ସବୁ କିଛି ଭଲ ଚାଲୁଥିଲା, କିନ୍ତୁ ଏମିତି ଥରେ ସ୍ଥିତି ଆସିଲା ଯେବେ ସୁନିଲ୍ ଙ୍କୁ ନିଜ ଚାକିରି ଛାଡିବାକୁ ପଡିଲା, ସୁନିଲ୍ ଙ୍କ ଜୀବନରେଏମିତି ଏକ ମୋଡ୍ ଆସିଲା ସେ କିଛି ବୁଝିପାରୁନଥିଲି କି କଣ କରିବା ଉଚିତ୍ ହେବ, ନିଜ ଏହି ବିଜନେସ୍ ପାଇଁ ଏକ ବଡ ବିଫଳତା ପରେ ସୁନିଲ୍ ଏକ କେକ୍ ଦୋକାନ ଖୋଲିବାର ନିଷ୍ପତ୍ତି ନେଲେ, କିନ୍ତୁ ଏହାପାଇଁ ବିଲକୁଲ୍ ପଇସା ନଥିଲା, ତେବେ ସେ ନିଜ କିଛି ସାଙ୍ଗଙ୍କ ସହ ମିଶିକରି କିଛି ପଇସା ଉଧାର ନେଲେ ଯାହାକି ପ୍ରାୟ ୬୦ ହଜାର ଟଙ୍କା ଓ ୨୦୦୭ ରେ ନୋଏଡାରେ ଫ୍ଲାଇଙ୍ଗ୍ କେକ୍ ନାମରେ ଏକ ବେକେରି ଖୋଲିଲେ, ତାଙ୍କ ତିଅରି ଫ୍ରେସ୍ ଓ ଭଲ ସ୍ୱାଦ ବାଲା କେକ୍ ଲୋକଙ୍କୁ ବହୁତ ପସନ୍ଦ ଲଗିଲା, ବହୁତ ଜଲଦି ତାଙ୍କ ବନାଇଥିବା କେକ୍ ର ଚାହିଦା ବଢିବାରେ ଲାଗିଲା, ତାହାପରେ ସେ ଛୋଟ ମୋଟ ନିଜ କମ୍ପାନୀରୁ ସୁନିଲ୍ କେକ୍ ଅର୍ଡର ଆସିବାକୁ ଲାଗିଲା ।

ସେହି ସମୟରେ ନୋଏଡାରେ କଲ୍ ସେଣ୍ଟର୍ କମ୍ପାନୀଗୁଡିକ ଆସିଯାଇଥିଲା, ଯିଏ ପିଜା, କେକ୍ ଆଦି ଅର୍ଡର କରୁଥିଲେ, ଖାସ୍ କରି ନିଜ କର୍ମଚାରୀଙ୍କ ବାର୍ଥ ଡେ ପାର୍ଟି ପାଇଁ, ଏହାକୁ ଦେଖିକରି ସେ ନୋଏଡାରେ ଏକ ମଲ୍ ରେ ଦୋକାନ ଖୋଲିଲେ, ଯାହାକୁ ସେ ଫ୍ଲାଇଙ୍ଗ୍ କେକ୍ ନାଁ ଦେଲେ, ଦୋକାନ ଚାଲିଲା ନାହିଁ, କିନ୍ତୁ ସୁନିଲ୍ ହାର୍ ମାନିଲେ ନାହିଁ ସେ ରାତିରେ କଲ୍ ସେଣ୍ଟର୍ ବାହାରେ ଦେଖାହେଉଥିବା ଲୋକଙ୍କୁ କେକ୍ ଅର୍ଡର୍ କରିବାପାଇଁ କହୁଥିଲେ, ଦିନେ ଏକ ବଡ ଆଇଟି କମ୍ପାନୀରୁ ଡକରା ଆସିଲା, ଯାହାପାଇଁ ନୋଏଡାରେ ୫ ସେଣ୍ଟର୍ ଥିଲା

ସବୁ ସେଣ୍ଟରରେ ହଜାର କର୍ମଚାରୀ, ମାନେ ସବୁଦିନ କାହାର ନା କାହାର୍ ବାର୍ଥ ଡେ, ଖାଲି ଏହି ଅର୍ଡର୍ ସୁନିଲ୍ ପାଇଁ ଜୀବନ ପରିବର୍ତ୍ତନର ଏକ ସୁତ୍ରଧାର ଥିଲା, ତାଙ୍କ କାରୋବାରର ଚେନ୍ ଆଗକୁ ବଢିବାରେ ଲାଗିଲା, ଏହାର ଏକ କାରଣ ଥିଲା, କମ୍ପାନୀର୍ ଯେଉଁ କର୍ମଚାରୀ ଯିଏ ଅନ୍ୟ କମ୍ପାନୀକୁ ଚାଲିଯାଉଥିଲେ ସେ ସୁନିଲ୍ ଙ୍କ କେକ୍ କୁ ଭୁଲିପାରିନଥିଲେ, ନୋଏଡାରେ ସଫଳତା ପାଇବାପରେ ସୁନିଲ୍ ଦିଲ୍ଲୀର ଗୁଡଗାଁଓରେ ନିଜ ଆଉଟ୍ ଲେଟ୍ ଖୋଲିଲେ, ତାପରେ ସେ ପିଜା, ବର୍ଗର୍ ଆଦି ବି ସପ୍ଲାଇ ଆରମ୍ଭ କରିଦେଲେ, ୨୦୧୭-୧୮ ପର୍ଯ୍ୟନ୍ତ ଆସୁ ଆସୁ ତାଙ୍କ କାରୋବାରର ଟର୍ଣ୍ଣ ଓଭର୍ ୮ କୋଟି ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ତାପରେ ଆସୁଥିବା ୨ ବର୍ଷ ଭାରିପଡୀଲା, ଯେବେ କି ଏହି ବର୍ଷ କୋରନାରେ ତାଙ୍କ କାରୋବାର ପ୍ରଭାବିତ ହୋଇଥିଲା ।

Leave a Reply

Your email address will not be published. Required fields are marked *