October 22, 2024

Odia Express

Leading Odia News Portal of Odisha

ଗୋଟେ ଦିନରେ ମଇଁଷି ଚରାଳି ହୋଇଗଲା କୋଟିପତି – ମିଳିଲା ଏତେ କିଲୋର ଦୁର୍ଲଭ ପଥର

କୁହନ୍ତି କି କେଉଁ ଗରିବକୁ ମଜାକ୍ ଉଡାଇବା ଉଚିତ୍ ନୁହେଁ । ସମୟ ନିଜ ମୁଠାରେ କଣ ରଖିଛି ତାହା କେହି ଆଗୁଆ କହିପାରିବେ ନାହିଁ । କିଏ ଜାଣିଛି କେଉଁ ମୁହୁର୍ତ୍ତରେ ଭାଗ୍ୟ ବଦଳିଯିବ ଓ ପଇସା ପଇସା ବୋଲି ଖୋଜୁ ବୁଲୁଥିବା ଗରିବ ବି କୋଟିପତି ହୋଇଯାଏ, ଯେପରି ଏକ ମଇଁଷି ଚରାଉଥିବା ଲୋକ ରାତାରାତି କୋଟିପତି ହୋଇଗଲା, ହଁ ଆଜ୍ଞା ଭାଗ୍ୟର ସାଥ୍ ଯୋଗୁଁ ୟୁକେ ର ଏକ ମଇଁଷି ରାତାରାତି କୋଟିପତି ହୋଇଗଲା, ତାଙ୍କ ଦରିୟାଦିଲି ପାଇଁ ତାଙ୍କ ହାତ ପୁର୍ବ ପରି ଖାଲି ରହିଗଲା, ତେବେ ଆସନ୍ତୁ ଜାଣିବା ପରିଶେଷରେ ଏହା କଣ ମାମଲା ।

ଆପଣଙ୍କୁ ଜଣେଇଦେବୁ କି ଏହି ବର୍ଷ ଫେବୃୟାରୀ ମାସରେ ୟୁକେର କଟ୍ସବୋଲ୍ଡ ଗ୍ରାମୀଣ ଇଲାକାରେ ଏକ ମଇଁଷି ଚରାଳିର ଭାଗ୍ୟ ଅଚାନକ ବଦଳିଗଲା, ମଇଁଷି ଚରାଉଥିବା ଏହି ବ୍ୟକ୍ତି ଦିନେ ଉଲକାପିଣ୍ତର ଦୁଇ ଖଣ୍ତ ପାଇଲା, ଯାହାର ଦାମ୍ କୋଟିଏ ଟଙ୍କା ଅଟେ, କିନ୍ତୁ ଏହି ବ୍ୟକ୍ତି ନିଜ ଦରିଆଦିଲି ଦେଖାଇବାରୁ ତା ହାତରେ କୋଟିଏ ଟଙ୍କା ବି ଲାଗିଲା ନାହିଁ , ସେ ଏଇ ଦାମିକା ଉଲକାପିଣ୍ତକୁ ମ୍ୟୁଜିୟମରେ ଦାନ ରୁପରେ ଦେଇଦେଲା, ବିବିସି ରିପୋର୍ଟ ଅନୁସାରେ ଏହି ଖଣ୍ତ ୪ ବିଲିୟନ୍ ବର୍ଷ ପୁରୁଣା ଅଟେ

ପଥରର ଏହି ଖଣ୍ତକୁ ଦେଖିକରି ଏମିତି ଲାଗେ କି ଏହା କେଉଁ ସାଧାରଣ ପଥର ଥିଲା, କିନ୍ତୁ ଅସଲରେ ଏହା ବହୁତ ଦାମିକା ପଥର ଥିଲା, ପଥରର ଏହି ଖଣ୍ତ ଗତ ୪ ବିଲିୟନ୍ ବର୍ଷରୁ ସ୍ପେସ୍ ରେ ଭାସୁଥିଲା, କିନ୍ତୁ ଏଇ ବର୍ଷ ଫେବୃୟାରୀରେ ଏହା ପୃଥିବୀରେ ଆସି ପଡିଥିଲା, ଏହାକୁ ଏକ ମଇଁଷି ଚରାଳି ହିଁ ଏକ ପଡିଆରୁ ପାଇଲା, ଏହାର ଦାମ୍ ଏକ କୋଟି ଟଙ୍କା କୁହାଯାଇଛି, କିନ୍ତୁ ମଇଁଷି ଚରାଳି ଏହାକୁ ଦାନ କରିଦେଲେ । ଏହି ସ୍ପେସ୍ ପଥରର ନାଁ Winchcombe meteorite ରଖାଯାଇଛି ଏହାବହୁତ ଦୁର୍ଲଭ ଉଲକାପିଣ୍ତ ଅଟେ, ଏଥିରେ କାର୍ବନେଶିୟସ୍ କୋଡ୍ରାଇଟ୍ ର ଏକ ପ୍ରକାର କୁହାଯାଉଛି, କୁହାଯାଉଛି କି ଗତ ୩୦ ବର୍ଷରେ ୟୁକେରେ ଏହା ପ୍ରଥମ ପଥର ଅଟେ

ଆକାଶରୁ ନାରଙ୍ଗୀ ଓ ସବୁଜ ରଙ୍ଗ ନିଆଁର ଗୋଳା ପରି ପଡିଥାଏ ଏହି ଉଲକାପିଣ୍ତ ସିକ୍ୟୁରିଟି କ୍ୟାମେରାରେ କଏଦ୍ ହୋଇଥିଲା, ଏହା ପୁର୍ବରୁ ଏହି ପଥର କେବେ ତଳେ ପଡିଥିବାର ଦେଖାଯାଇନଥିଲା । କୁହାଯାଉଛି କି ଏହି ପଥର ଏହି ବର୍ଷ ଫେବୃୟାରୀରେ ୟୁକେର ଏହି ଗାଁରେ ପଡିଥିଲା, ମଇଁଷି ଚରାଳି ଏହାର ପଡିବାର ଆବାଜ୍ ଶୁଣିଥିଲେ, ଯେବେ ସେ ପଡିଆ ମଧ୍ୟକୁ ପହଞ୍ଚିଲା ତେବେ ୧୦୩ କେଜିର ପଥର ପାଇଲା, ଯାହା ମଇଁଷି ଚରାଳିର ପଡିଆରେ ପଡୀଥିବାର ଦେଖିବାକୁ ପାଇଲା, ତାହାର ପରିଚୟ ୫୭ ବର୍ଷୀୟ ଭିକ୍ଟୋରିଆ ବଣ୍ତ ରୁପରେ ହେଲା, ସେ କହିଲେ କି ପଥର ପଡିବାପରେ ପ୍ରାୟ ପାଞ୍ଚରୁ ସାତ ଜଣ ବୈଜ୍ଞାନିକ ତାଙ୍କ ଘରକୁ ଯାଇଥିଲେ, ସେ ସେହି ମଇଁଷି ଚରାଳିକୁ ପଥର ବଦଳରେ ଏକ କୋଟି ଟଙ୍କା ଦେବାପାଇଁ କହିଥିଲେ, କିନ୍ତୁ ଯେବେ ମଇଁଷି ଚରାଳିକୁ ଜଣା ଗଲା କି ଏହା ଉଲକାପିଣ୍ତ ସ୍ପେସ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଇପାରିବ , ତେବେ ସେ ଏହାକୁ ଡୋନେଟ୍ କରିବାକୁ ଠିକ୍ ଭାବିଲା ।

Leave a Reply

Your email address will not be published. Required fields are marked *