October 23, 2024

Odia Express

Leading Odia News Portal of Odisha

ବଲିଉଡ୍ ର ଲୋକପ୍ରିୟ କଳାକାର ପର୍ଦାରେ ଶାଳୀ, ଭାଉଜ, ବୋହୁଙ୍କ ସାଙ୍ଗରେ କରିସାରିଛନ୍ତି ରୋମାନ୍ସ, ଏହା ହେଲା ତାଙ୍କ ସଂମ୍ପର୍କର ସତ୍ୟତା

ବଲିଉଡ୍ ରେ ଏମିତି ବହୁତ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ କି ଭଲ କାମରେ ଦୁନିଆଁ ସାରା ନିଜର ଅଲଗା ପରିଚୟ ବନାଇଛନ୍ତି, ବହୁତଥର୍ ଦେଖାଯାଇଛି କି ଫିଲ୍ମରେ କାମ କରୁଥିବା ସମୟରେ ଏହି କଳାକାରଙ୍କ ମଧ୍ୟରେ ବହୁତ ଭଲ ବଣ୍ତିଙ୍ଗ୍ ହୋଇଯାଏ , ଏମିତି ବହୁତ ଯୋଡି ଅଛନ୍ତି ଯିଏକି ଅସଲ ଜୀବନରେ ଗଭୀର ସଂମ୍ପର୍କରେ ଜଡିତ, ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ଫିଲ୍ମରେ ଏକା ସାଙ୍ଗରେ କାମ କରିଛନ୍ତି, ଓ ପରେ ତାଙ୍କ ମଧ୍ୟରେ ସଂମ୍ପର୍କ ଗଭୀର ହୋଇଯାଇଥିଲା, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ବଲିଉଡ୍ ର ସେହି କଳାକାରଙ୍କ ବିଷୟରେ ସୁଚନା ଦେବୁ ଯିଏ କେବେ ଭାଉଜ ନହେଲେ ଶାଳୀ ହୋଇ ଫିଲ୍ମରେ ରୋମାନ୍ସ କରିଥିଲେ ।

୧) ରାଣୀ ମୁଖାର୍ଜୀ ଓ ଅଜୟ ଦେବଗନ- ହିନ୍ଦୀ ସିନେମାର ଦିଗଜ୍ କଳାକାରଙ୍କ ଲିଷ୍ଟରେ ରାଣୀ ମୁଖାର୍ଜୀ ଓ ଅଜୟ ଦେବଗନଙ୍କ ନାଁ ଆସିଥାଏ , ଆପଣଙ୍କୁ କହିଦେବୁ କି ଅଜୟ ଦେବଗନ ଓ ରାଣୀ ମୁଖାର୍ଜୀ ଏକା ସାଙ୍ଗାରେ ଚୋରି ଚୋରି ଓ ଏଲ୍ ଓସି ପରି ଫିଲ୍ମରେ କାମ କରିଥିଲେ, ଏହି ଫିଲ୍ମରେ ଦୁହେଁ ରୋମାନ୍ସ ବି କରିଥିଲେ, ସଂମ୍ପର୍କରେ ରାଣୀ ମୁଖାର୍ଜୀ ଅଜୟ ଦେବଗନଙ୍କ ଶାଳୀ ହିସାବରେ ହେବେ, ରାଣୀ ମୁଖାର୍ଜୀ ଅଭିନେତ୍ରୀ କାଜୋଲ୍ ଙ୍କ ଦାଦା ଝିଅ ଭଉଣୀ ଅଟନ୍ତି ।

୨) ରାଣୀ ମୁଖାର୍ଜୀ ଓ ଉଦୟ ଚୋପ୍ରା- ବଲିଉଡ୍ ଇଣ୍ତଷ୍ଟ୍ରିର ଅଭିନେତା ଉଦୟ ଚୋପ୍ରା ଓ ନିଜ ଭାଉଜ ରାଣୀ ରାଣୀ ମୁଖାର୍ଜୀଙ୍କ ସହ ଫିଲ୍ମ ମୁଝସେ ଦୋସ୍ତି କରୋଗେ, ରେ କାମ କରିଥିଲେ, ଏହି ଦୁହେଁଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା, ଏହି ଫିଲ୍ମରେ ଦୁହେଁଙ୍କ ରୋମାଣ୍ଟିକ୍ ସିନ୍ ଥିଲା ।

୩)  ଅନିଲ୍ କାପୁର୍ ଓ ଶ୍ରୀଦେବୀ- ବଲିଉଡ୍ ସିନେମାର ପ୍ରସିଦ୍ଧ ଅଭିନେତା ଅନିଲ୍ କାପୁର୍ ଓ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଯୋଡି ହିନ୍ଦୀ ସିନେମା ଜଗତରେ ସବୁଠାରୁ ଲୋକପ୍ରିୟ ଯୋଡି ଗୋଟେ ଅଟେ, ଏମାନେ ଦୁହେଁ ବହୁତ୍ ଫିଲ୍ମରେ କାମ କରିଥିଲେ ଓ ପ୍ରାୟ ୧୪ ଟି ଫିଲ୍ମରେ ଏମାନେ ରୋମାନ୍ସ କରିଥିଲେ, ଦର୍ଶକ ଏହି ଦୁହେଁଙ୍କ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ,  ଆପଣଙ୍କୁ କହିଦେବୁ କି ଅଭିନେତ୍ରୀ ଶ୍ରୀଦେବୀ ଅନିଲ କାପୁରଙ୍କ ବଡ ଭାଇ ବୋନୀ କାପୁରଙ୍କ ସ୍ତ୍ରୀ ଅଟନ୍ତି, ଏମିତି ସ୍ଥିତିରେ ଦେଖିବାକୁ ଗଲେ ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ଦିଅର-ଭାଉଜର ସଂମ୍ପର୍କ ଅଟେ ।

୪) କରିସ୍ମା କାପୁର୍ ଓ ସୈଫ୍ ଅଲ୍ଲୀ ଖାନ୍-  ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କାପୁର୍ ନିଜ ଭିଣେଇ ସୈଫ୍ ଅଲ୍ଲୀ ଖାନ୍ ଙ୍କ ସହ ଫିଲ୍ମରେ ରୋମାନ୍ସ କରିଛନ୍ତି, ଫିଲ୍ମ ହମ୍ ସାଥ୍ ସାଥ୍ ହେଁ ରେ ଏହି ଦୁହେଁଙ୍କର ରୋମାନ୍ସ କରୁଥିବାର ନଜର ଆସିଛି, ସୈଫ୍ ଅଲ୍ଲୀ ଖାନ୍ କରିସ୍ମା କାପୁରଙ୍କ ଛୋଟ ଭଉଣୀ କରିନା କାପୁରଙ୍କ ସ୍ୱାମୀ ଅଟନ୍ତି ।

୫) ମଲାଇକା ଅରୋରା ଓ ସଲମାନ୍ ଖାଁ- ବଲିଉଡ୍ ଦବଙ୍ଗ୍ ଖାନ୍ ଅଭିନେତା ସଲମାନ ଖାଁ ଫିଲ୍ମ ଇଣ୍ତଷ୍ଟ୍ରିର ଦିଗଜ୍ କଳାକାରଙ୍କ ଲିଷ୍ଟରେ ଆସନ୍ତି ,ସେ ସବୁଠାରୁ ଦାମୀ ଅଭିନେତା ଅଟନ୍ତି, ସେମିତି ମଲାଇକା ଅରୋରା ବଲିଉଡ୍ ଇଣ୍ତଷ୍ଟ୍ରିରେ ସୁନ୍ଦର ଅଭିନେତ୍ରୀ ହିସାବରେ ଜଣାଯାଆନ୍ତି, ଆପଣଙ୍କୁ କହିଦେବୁ କି ୧୯୯୮ ରେ ଅଭିନେତା ସଲମାନ ଖାନ୍ ଙ୍କ ଛୋଟ ଭାଇ ଅରବାଜ୍ ଖାନ୍ ମଲାଇକା ଅରୋରାଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୧୭ ରେ ଏହି ଦୁହେଁ ଛାଡପତ୍ର ଦେଇଥିଲେ ଫିଲ୍ମ ଦବଙ୍ଗ୍ ଓ ଦବଙ୍ଗ୍ ୨ ରେ ମଲାଇକା ଅରୋରା ନିଜ ଦେଢଶୁର ସଲମାନଙ୍କ ସହ କାମ କରିଥିଲେ ।

୬) ରଣଧୀର୍ କାପୁର୍ ଓ ନୀତୁ କାପୁର୍- ଆପଣଙ୍କୁ କହିଦେବୁ କି ଅଭିନେତା ରଣଧୀର କାପୁର୍ ଓ ନୀତୁ କାପୁର୍ ପ୍ରାୟ ୫ ଟି ଫିଲ୍ମରେ ଏକାସାଙ୍ଗରେ କାମ କରିଥିଲେ, କିନ୍ତୁ କେବେ ଭାବିନଥିଲେ କି କେବେ ଦୁହେଁଙ୍କ ଏମିତି ସଂମ୍ପର୍କ ହୋଇଯିବ, ନୀତୁ କାପୁର୍ ଅଭିନେତା ଋଷି କାପୁରଙ୍କୁ ବିବାହ କରିଥିଲେ, ଯଦି ସଂମ୍ପର୍କରେ ଦେଖିବା ତେବେ ରଣଧୀର କାପୁର୍ ନୀତୁ କାପୁରଙ୍କ ଦେଢଶୁର ହେଲେ । ଫିଲ୍ମ ହିରାଲାଲ୍, ପନ୍ନାଲାଲ୍, କସମେ ବାଦେ, ଭଲା ମାନୁଷ୍, ଓ ଢୋଙ୍ଗୀରେ ରଣଧୀର କାପୁର୍ ଓ ନିତୁ କାପୁର୍ ଏକା ସାଙ୍ଗରେ କାମ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *