December 21, 2024

Odia Express

Leading Odia News Portal of Odisha

କଦଳୀ ଖାଇବା ଦ୍ବାରା କଣ ହୋଇଥାଏ? କଦଳୀର ଫାଇଦା ଏତେ ଜାଣିଲେ ଆପଣ କହିବେ ଏ ଦୁନିଆ ର ସବୁଠୁ ଦାମୀ ଜିନିଷ ଅଟେ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି କଦଳୀ ବିଷୟରେ।ଏହାକୁ ସୁପର ଫୁଡ ମଧ୍ୟ କୁହାଯାଏ।ଏହା ସବୁ ଋତୁରେ ପ୍ରାୟ ସହଜରେ ମିଳିଯାଏ।ଏହା ବାକି ଫଳ ତୁଳନାରେ ବହୁତ ଶସ୍ତା ମଧ୍ୟ ହୋଇଥାଏ। କଦଳୀରେ ଭିଟାମିନ, ପ୍ରୋଟିନ, ପୋଟାସିୟମ ଫାଇବର, ଫଲିକ ଏସିଡ ଆଦି ପ୍ରଚୁର ମାତ୍ରାରେ ମିଳିଥାଏ।ସାଙ୍ଗମାନେ କଦଳୀ ଓଜନ ବଢ଼ାଇବା ଓ କମାଇବା ଦୁଇଟି ଯାକ ଜିନିଷରେ ବ୍ୟବହାର ହୋଇଥାଏ।ସାଙ୍ଗମାନେ ଯେଉଁ ବ୍ୟକ୍ତି ଜିମ କରିଥାଏ ତ ତାକୁ ଯେଉଁ ପୋଷଣର ଆବଶ୍ୟକତା ରହିଛି ତାହା କଦଳୀରେ ମିଳିଥାଏ।ଗୋଟିଏ ବ୍ୟକ୍ତିକୁ ଓଜନ ବଢ଼ାଇବା ପାଇଁ ୧୫୦୦ ମିଲିଗ୍ରାମ ପୋଟାସିୟମ,୧୫ ମିଲିଗ୍ରାମ ଫାଇବରର ଆବଶ୍ୟକତା ରହିଛି।

ସାଙ୍ଗମାନେ ଓଜନ ବଢ଼ାଇବାରେ କାର୍ବୋହାଇଡ୍ରେଟର ପ୍ରମୁଖ ଭୂମିକା ରହିଛି।ଆପଣ ଯଦି ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ନିଅନ୍ତି ତ ତାହା ଆପଣଙ୍କ ଶରୀରରେ ଯାଇ ଫ୍ୟାଟ ସୃଷ୍ଟି କରିଥାଏ ଓ ଆପଣଙ୍କ ଓଜନ ବଢ଼ିଥାଏ।ଯେଉଁ ଭାଇ ମାନଙ୍କର ଓଜନ ଅଧିକ ଅଛି ତ ସେମାନେ ଯଦି କମ କାର୍ବୋହାଇଡ୍ରେଟ ନେବେ ତ ଆମ ଶରୀର ଅନାବଶ୍ୟକ ଚର୍ବୀକୁ ଜଳାଇ କରିନଷ୍ଟ କରିଦେବ।ଏହାଦ୍ବାରା ଆମେ ପତଳା ହେବାକୁ ଲାଗେ ଓ ଆମ ଓଜନ କମିବାକୁ ଲାଗେ।ଏବେ ମୁଁ ଆପଣ ମାନଙ୍କୁ କହିବି ଯେ ଓଜନ ବଢେଇବା ଓ କମେଇବା ପାଇଁ କେତେବେଳେ ଓ କେତେ ପରିମାଣରେ କଦଳୀ ଖାଇବା ଆବଶ୍ୟକ।

ସାଙ୍ଗମାନେ ଏକ ବଡ଼ ସାଇଜ କଦଳିରେ ପୋଟାସିୟମ ୪୫୦ ମିଲିଗ୍ରାମ,କାର୍ବୋହାଇଡ୍ରେଟ ୩୫ ଗ୍ରାମ, ଫାଇବର ୩ ଗ୍ରାମ, ସୁଗାର ୧୪ ଗ୍ରାମ ମିଳିଥାଏ।ଯଦି ଆପଣଙ୍କୁ ଓଜନ ବଢେଇବାର ଅଛି ତ ଆପଣଙ୍କୁ ୨୫୦ ଗ୍ରାମ ରୁ ଅଧିକ କାର୍ବୋହାଇଡ୍ରେଟ ଆବଶ୍ୟକ।ଯଦି ଆପଣ ପ୍ରତିଦିନ ୪ ଟି କଦଳୀ ଖାଆନ୍ତି ତ ଆପଣଙ୍କୁ ମିଳିବ ପୋଟାସିୟମ ୧୮୦୦ ମିଲିଗ୍ରାମ,କାର୍ବୋହାଇଡ୍ରେଟ ୧୦୦ ଗ୍ରାମ ଫାଇବର ୧୨ ଗ୍ରାମ ଓ ସୁଗାର ୫୬ ଗ୍ରାମ।ଯଦି ଆପଣଙ୍କୁ ଓଜନ ବଢାଇବାର ଅଛି ତ ଆପଣଙ୍କୁ ଅତି କମରେ ୪ ଟି କଦଳୀ ଖାଇବା ପାଇଁ ପଡ଼ିବ।ଆପଣ ଦୁଇଟି ସକାଳେ ଓ ଦୁଇଟି ସନ୍ଧ୍ୟାରେ ଖାଇ ପାରିବେ।

ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ୫୦ ରୁ ୧୫୦ ଗ୍ରାମ କାର୍ବୋହାଇଡ୍ରେଟର ଆବଶ୍ୟକତା ରହିଛି।ସେଭଳି ଲୋକମାନେ ଖାଲି ପେଟରେ ମାତ୍ର ଦୁଇଟି କଦଳୀ ଖାଆନ୍ତୁ।ଏହାକୁ ଡ୍ରାଏ ଫ୍ରୁଟ ସହିତ ଖାଆନ୍ତୁ।ଆପଣ ଜିମ୍ ଯିବାର ଅଧା ଘଣ୍ଟା ବା ଏକ ଘଣ୍ଟା ପୂର୍ବରୁ ଖାଇଲେ ଆପଣଙ୍କୁ ଫାଇଦା ମିଳିବ।ଆପଣ କଦଳିକୁ କ୍ଷୀର ସହିତ ଖାଇପାରିବେ ନାହିଁ।ଯେଉଁମାନେ କଦଳୀର ସେକ କରି ପିଉଛନ୍ତି ସେମାନେ ଏହାକୁ ପିଅନ୍ତୁ ନାହିଁ କାରଣ ଏହାଦ୍ବାରା କଦଳୀର କ୍ଷମତା ମାତ୍ର ୬୦ ପ୍ରତିଶତ ହିଁ ରହିଥାଏ।

Leave a Reply

Your email address will not be published. Required fields are marked *