October 22, 2024

Odia Express

Leading Odia News Portal of Odisha

ଡାକ୍ତରୀ ପାଠପଢା ଛାଡିକରି ଆରମ୍ଭ କଲେ ଚାଷ କାମ, ସବୁ ମାସରେ କମାଉଛନ୍ତି ଲକ୍ଷାଧିକ ଟଙ୍କା…

୨୭ ବର୍ଷୀୟ ସନ୍ଦେଶ ପାଟିଲ୍ କେବଳ ଥଣ୍ତା ମୌସୁମରେ ଫଳୁଥିବା କେଶରର ଫସଲକୁ ମହାରାଷ୍ଟ୍ରର ଜଳଗାଓଁ ପରି ଗରମ ଇଲାକାରେ ଫସଲ କରି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ୍ କରିଦେଇଛନ୍ତି, ସେ ମେଡିକାଲ୍ ପାଠପଢା ଛାଡିକରି ଜିଦ୍ ବଳରେ ନିଜ ଖେତରେ କେଶର ଉତ୍ପାଦନ୍ କରିବାର ନିଷ୍ପତ୍ତି ନେଇଥିଲେ । ଏବେ ସେ ସବୁ ମାସରେ ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି, ଏହାପାଇଁ ସେ ଲୋକଲ୍ ଓ ଟ୍ରାଡିସନାଲ୍ ଫସଲର ପ୍ୟାଟର୍ଣ୍ଣରେ ପରିବର୍ତ୍ତନ କରିଥିଲେ, ଇଣ୍ଟରନେଟ୍ ମାଧ୍ୟମରୁ ନେଲେ ଚାଷ କରିବାର ସୁଚନା । ଜଲଗାଓଁ ଜିଲ୍ଲାର ମୋରଗାଁର ଖୁର୍ଦରେ ରହୁଥିବା ୨୭ ବର୍ଷୀୟ ସନ୍ଦେଶ ପାଟିଲ୍ ମେଡିକାଲ୍ ବ୍ରାଞ୍ଚରୁ ବିଏଏମ୍ ଏସ୍ ରେ ଆଡମିଶନ୍ ନେଇଥିଲେ, କିନ୍ତୁ ତାଙ୍କର ଏଥିରେ ମନ ଲାଗିଲା ନାହିଁ

ତାଙ୍କ ଇଲାକାରେ କଦଳି ଓ କପାସ ଯେପରି ଲୋକଲ୍ ଓ ପାରମ୍ପାରିକ ଫସଲରୁ ଚାଷୀ କିଛି ମୁନାଫା କମାଇଥିଲେ, ଏହି କଥାର ସନ୍ଦେଶଙ୍କୁ ଫସଲରେ ଏକ୍ସପେରିମେଣ୍ଟ କରିବାରେ ଚ୍ୟାଲେଞ୍ଜିଙ୍ଗ୍ କାମକୁ ଆଗ୍ରହ କରାଇଲା, ଏହାପରେ ସେ ସୋଇଲ୍ ଫର୍ଟିଲିଟି ଷ୍ଟଡି କଲେ, ସେ ମାଟିର ଉର୍ବରକ ଶକ୍ତି ଫର୍ଟିଲିଟି ପାୱାରକୁ ବଢାଇକରି ଖେତି କରିବାରେ ଏକ୍ସପେରିମେଣ୍ଟ କରିବାର ଭାବିଲେ, ଏହାପାଇଁ ସେ ରାଜସ୍ଥାନରେ ଯାଉଥିବା କେଶର କ୍ଷେତୀ ବିଷୟରେ ଇଣ୍ଟରନେଟ୍ ରୁ ମାଲୁମ୍ କଲେ ,

ସବୁ ସୁଚନା ଏକାଠିକରି ସନ୍ଦେଶ ଏହି ବିଷୟରେ ନିଜ ପରିବାର ସହ କଥା ହୋଇଥିଲେ ଆରମ୍ଭରୁ, ତାଙ୍କ ପରିବାରରେ ତାଙ୍କ ବାପା ଓ ଦାଦା ତାଙ୍କ ବିପକ୍ଷରେ ଥିଲେ, କିନ୍ତୁ ସନ୍ଦେଶ ନିଜ ଫଇସଲାରେ ରହିଲେ ସେ ଜିଦ୍ ଓ ଲଗନ ବଳରେ ଘର ଲୋକଙ୍କୁ ତାଙ୍କ କଥାରେ ରାଜି କରାଇଦେଲେ, ସେ ରାଜସ୍ଥାନର ପାଲି ସହରରେ ୪୦ ଟଙ୍କା ହିସାବରେ ୧,୪୦ ଲକ୍ଷ ଟଙ୍କାର ୩ ହଜାର ଗଛ କିଣିଲେ, ଓ ଏହି ଗଛକୁ ସେ ଅଧା ଏକର ଜମିରେ ଲଗାଇଲେ, ସନ୍ଦେଶ ଆମେରିକାର କିଛି ଖାସ୍ ଇଲାକାରେ ଓ ଇଣ୍ତିଆର କାଶ୍ମୀରର ଘାଟିରେ ଯାଉଥିବା କେଶରର କ୍ଷେତିକୁ ଜଳଗାଓଁ ଇଲାକାରେ କରିବାର କାରାନାମା କରିଦେଖାଇଥିଲେ ।

ସନ୍ଦେଶ ପାଟିଲ୍ ନିଜ କ୍ଷେତରେ ଜୈବିକ ସାର ବ୍ୟବହାର୍ କରିଥିଲେ, ମଇ ୨୦୧୬ ରେ ସନ୍ଦେଶ ୧୫,୫ କିଲୋ କେଶର ପ୍ରଡକ୍ସନ୍ କଲେ, ଏହି ଫସଲରେ ୪୦ ହଜାର କିଲୋ ହିସାବରେ ଦାମ୍ ମିଳିଲା, ଏହି ପରି ସମୁଦାୟ ୬,୨୦ ଲକ୍ଷ ଟଙ୍କାର ଲାଭ ହେଲା, ଗଛ, ସାର, ଜୋତାଇ, ବୁଣିବା ଆଦି ପ୍ରାୟ ୧,୬୦ ଲକ୍ଷ ଟଙ୍କା ଲାଗତକୁ କମାଇ ସେ ସାଢେ ପାଞ୍ଚ ମାସରେ ୫,୪୦ ଲକ୍ଷ ଟଙ୍କା ଲାଭ କଲେ, ମୁସକିଲ୍ ହାଲତ୍ ରେ ସନ୍ଦେଶ ଏହି ଅସଂମ୍ଭବ କାମକୁ କରିଦେଖାଇଲେ, ଜିଲ୍ଲାର କୈହ୍ନୟା, ରାବେର, ନିଭୋରା, ଅମଲନେର୍, ଅତୁର୍କୀ, ଏମ୍ ପି ପଲାସୁର୍ ଗାଁର ୧୦ ଚାଷୀ ସନ୍ଦେଶ ପାଟିଲ୍ ଙ୍କ କାମରେ ଆଗ୍ରହ ହୋଇ କେଶର କ୍ଷେତି କରିବାର ଫଇସଲା କରିଛନ୍ତି

Leave a Reply

Your email address will not be published. Required fields are marked *