October 22, 2024

Odia Express

Leading Odia News Portal of Odisha

ତୁଳସୀ ପତ୍ର ଖାଇବାର ସଠିକ ଉପାୟ କଣ?ଏହି ଉପାୟରେ ତୁଳସୀ ପତ୍ର ଖାଇଲେ ଜୀବନରେ ରୋଗ ବ୍ୟାଧି ଆପଣଙ୍କ ପାଖ ମାଡ଼ିବ ନାହିଁ..

ତୁଳସୀ ଗଛ ବହୁତ ଔଷଧୀୟ ଓ ପବିତ୍ର ଗଛ ଅଟେ।ତୁଳସୀ ଗଛ ଘରେ ଲାଗିବା ଦ୍ଵାରା ଘରୁ ସମସ୍ତ ନକରାତ୍ମକ ଶକ୍ତି ଦୂରେଇ ଯାଇଥାଏ।ଏହାକୁ ଲଗେଇବା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ।ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ରହିଥାଏ।ତୁଳସୀର ବହୁତ ଔଷଧୀୟ ଗୁଣ ରହିଛି।ବହୁତ ଆୟର୍ବେଦିକ ଔଷଧରେ ଏହାର ବ୍ୟବହାର କରାଯାଇଥାଏ।ଏହା ଆମକୁ ସର୍ଦ୍ଦି,ଖାସ,ଥଣ୍ଡା ଆଦି ବେମାରୀରୁ ରକ୍ଷା କରିଥାଏ।

ଆପଣ ତୁଳସୀକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରିପାରିବେ।ଏହାର ସବୁଠୁ ବଡ ଗୁଣ ହେଉଛି ଏହା ଯେକୌଣସି ଜ୍ୱର,ସର୍ଦ୍ଦିକୁ ଭଲ କରିଦିଏ। ବ୍ୟାକ୍ଟେରିଆଲ ଜ୍ଵର ହେଉକି ଭାଇରାଲ ଜ୍ଵର,ଟାଇଫଏଡ,ଥଣ୍ଡା ଜ୍ବର ଏହା ସବୁ ପ୍ରକାର ଜ୍ଵରକୁ ସମାପ୍ତ କରିଦିଏ।ବେଳେବେଳେ ଏପରି ହୁଏ କି ଯଦି ଆପଣ ଅଧିକ ପରିଶ୍ରମ କରିଦିଅନ୍ତି ତ ଆପଣଙ୍କ ଦେହ ଖରାପ ହୋଇଥାଏ।କୌଣସି ପ୍ରକାର ଜ୍ବର,ଥଣ୍ଡା,କାଶ,ସର୍ଦ୍ଦି ରୋକିବାରେ ତୁଳସୀର ବହୁତ ବଡ଼ ଅବଦାନ ରହିଥାଏ।

ସାଙ୍ଗମାନେ ଆପଣ ମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନାହିଁ ଯେ ତୁଳସୀ କିପରି ଖାଆନ୍ତି।ଆପଣ ସମସ୍ତଙ୍କ ଘରେ ତୁଳସୀ କୁଣ୍ଡରେ ଛାତରେ ବା ବଗିଚାରେ ଲାଗିଥିବ।ଆପଣ ମାନେ ଏହାର ପୂଜା ମଧ୍ୟ କରୁଥିବେ ଓ ଏହାର କାଢା ମଧ୍ୟ ତିଆରି କରୁଥିବେ।କିନ୍ତୁ ବହୁତ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ ତୁଳସୀର ଠିକ ଭାବେ ଖାଇବା ଜଣା ନାହିଁ।ଏହି କାରଣରୁ ସେମାନଙ୍କୁ ସମସ୍ୟା ମଧ୍ୟ ଦେଖା ଦେଇଥାଏ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ତୁଳସୀର ସେବନ କିପରି କରିବା ଦରକାର।ଏହା ଆପଣଙ୍କ ପାଇଁ ଫାଇଦାମନ୍ଦ ହେବ ଅନ୍ୟଥା ଏହା ଆପଣଙ୍କ ପାଇଁ ବିଷ ମଧ୍ୟ ସାବ୍ୟସ୍ତ ହୋଇପାରେ।

ଆପଣ ମାନେ ଯେତେବେଳେ ତୁଳସୀ ପତ୍ରକୁ ଛିଡେଇବେ ତ ତାକୁ ଆଣି ପାଣିରେ ସିଝାଇ ଉଷୁମ କରିବେ ଓ ଏହାର ପାଣିକୁ ପିଅନ୍ତୁ।ଏହାପରେ ଯଦି ଆପଣ ତୁଳସୀ ପତ୍ର ଖାଉଛନ୍ତି ତ ଏହାକୁ ଗିଳି ଦିଅନ୍ତୁ।ଏହାକୁ କେବେ ବି ଚୋବାନ୍ତୁ ନାହିଁ।ଯଦି ଆପଣ ଏହାକୁ ଚୋବାଇବେ ତ ଏଥିରେ ରହିଥିବା ଏକ ସବୁଜ ତରଳ ପଦାର୍ଥ ଆପଣଙ୍କ ଦାନ୍ତକୁ ହାନି ପହଞ୍ଚାଇଥାଏ।ଆପଣଙ୍କ ଦାନ୍ତରେ ଯେଉଁ ଏନାମେଲର ଆସ୍ତରଣ ରହିଥାଏ ତାହା ଖରାପ ହୋଇପାରେ।

ଏଥିପାଇଁ କେବେବି ତୁଳସୀ ପତ୍ରକୁ ଆଣି ତାକୁ ଚୋବେଇବେ ନାହିଁ।ଏଥିପାଇଁ ଯେଉଁ ଚରଣାମୃତ ରହିଛି ସେଥିରେ ମଧ୍ୟ ତୁଳସୀ ପତ୍ର ପଡିଥାଏ ଓ ତାକୁ ଗିଳି ଦେବାପାଇଁ କୁହାଯାଏ।ଧ୍ୟାନ ରଖନ୍ତୁ କି ଦାନ୍ତ ଦ୍ଵାରା ତୁଳସୀ ପତ୍ର କେବେ ଚୋବେଇବେ ନାହିଁ।ଯଦି ଆପଣ ଏହାର ଧ୍ୟାନ ରଖିବେ ତ ତୁଳସୀ ଆପଣଙ୍କର ଏକ ବହୁତ ଭଲ ବୈଦ୍ୟ ରୂପେ କାମ କରିବ।

Leave a Reply

Your email address will not be published. Required fields are marked *