October 19, 2024

Odia Express

Leading Odia News Portal of Odisha

ଅଗଲେ ଜନମ୍ ମୋହେ ବିଟିଆ ହି କିଜୋ୍‌” ର ଅଭିନେତ୍ରୀ ରତନ୍ ୧୦ ବର୍ଷ ପରେ ପ୍ରକାଶ କଲେ ନିଜ ଦୁଃଖ, କହିଲେ ଲୋକେ କହନ୍ତି କି ପଇସା ପାଇଁ ମୁଁ ନାଟକ କରୁଥିଲି

ଟେଲିଭିଜନରେ ଜଣାଶୁଣା ଟିଭି ଶୋ ଅଗଲେ ଜନମ୍ ମୋହେ ବିଟିଆ ହିଁ କିଜୋ, ରୁ ଘରେ ଘରେ ପରିଚିତ ଅଭିନେତ୍ରୀ ରତନ ରାଜପୁତ୍ ଲମ୍ବା ସମୟରୁ ଛୋଟ ପର୍ଦାରେ ଆଉ ଦେଖାଯାଉନାହାନ୍ତି, କିନ୍ତୁ ସେ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି, ଆପଣଙ୍କୁ କହିଦେବୁ କି ଏହି ଦିନରେ ଅଭିନେତ୍ରୀ ରତନ ରାଜପୁତ୍ ନିଜ ବ୍ୟକ୍ତିଗତ ଜୀବନ ଓ ପ୍ରୋଫେସନାଲ୍ ଜୀବନକୁ ନେଇକରି ଚର୍ଚ୍ଚିତ ଅଛନ୍ତି, ଅଭିନେତ୍ରୀ ରତନ ୨୦୧୦ ରେ ଆସିଥିବା ରତନ୍ କା ରିସ୍ତା ଶୋ ରୁ ଚର୍ଚ୍ଚିତ ହୋଇଯାଇଥିଲେ, ଏହି ଶୋରେ ସେ ଦେଶ ବିଦେଶରୁ ବହୁତ ପୁଅମାନେ ଭାଗ ନେଇଥିଲେ,  ଏହି ମଧ୍ୟରେ ଅଭିନେତ୍ରୀ ନିଜ ଜୀବନସାଥୀ ରୁପରେ ଅଭିନବ ଶର୍ମାଙ୍କୁ ବାଛିଥିଲେ, ଆପଣଙ୍କୁ କହିଦେବୁ କି ଦୁହେଁ ବିବାହ କରିପାରିଲେ ନାହିଁ ,କିନ୍ତୁ ସେହି ସମୟରେ ଚର୍ଚ୍ଚା ବହୁତ ଜୋର୍ ଧରିଥିଲା । ଆପଣଙ୍କୁ ଜଣେଇଦେବୁ କି ଏବେ ୧୦ ବର୍ଷ ପରେ ଅଭିନେତ୍ରୀ ନିଜ ଦୁଃଖ ପ୍ରକାଶ କରିଛନ୍ତି, ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଲେ କି ଲୋକଙ୍କ ନଜରରେ ମୁଁ ଏହି ଶୋ ପଇସା ଲୋଭରେ କରିଥିଲି, କିନ୍ତୁ ଏହା ବିଲକୁଲ୍ ସତ ନୁହେଁ, ଏହି ଶୋ ହଁ କରିବା

ପୁର୍ବରୁ ମୁଁ ବହୁତଥର ଏହି ବିଷୟରେ ଭାବିଥିଲି, ଓ ତାପରେ ଯାଇ ହଁ କରିଥିଲି, ସତ୍ କହିବି ତ ବିଲକୁଲ୍ ଏହା ମିଛ ନଥିଲା, ଯାହା ସବୁ ହେଲା ସତ ଥିଲା, କେବଳ ଏଥିପାଇଁ ଏହି ଶୋର ଜଣେ ବ୍ୟକ୍ତିଙ୍କୁ ମୁଁ ସାକ୍ଷାତ କରିଦେଇଥିଲି, ଓ ମୁଁ ଟିଭିରେ ସମସ୍ତଙ୍କ ସାମ୍ନାରେ ନିଜ ନିର୍ବନ୍ଧ କରିଦେଇଥିଲି, ଲୋକେ ଭାବିଲେ କି ଏହା ଏକ ଡ୍ରାମା ହେଉଛି । ଅଭିନେତ୍ରୀ ରତନ୍ ରାଜପୁତ୍ ଆଗକୁ କହିଲେ କି ଅଭିନବ ଶର୍ମାଙ୍କୁ ନିର୍ବନ୍ଧ କରିବାପରେ ଏହି ସଂମ୍ପର୍କକୁ ମଜବୁତ୍ କରିବାପାଈଁ ମୁଁ ଏକ ବର୍ଷ ଅଭିନୟ ଜଗତରୁ ଛୁଟି ନେଇଯାଇଥିଲି, କିନ୍ତୁ ଦୁର୍ଭାଗ୍ୟରୁ ମୁଁ ସଫଳ ହୋଇପାରିଲି ନାହିଁ ,ଓ ଆମେ ପରସ୍ପର ନିଜ ଇଚ୍ଛାରେ ଏହି ସଂମ୍ପର୍କକୁ ବିଚ୍ଛନ୍ନ କରିବାକୁ ନିର୍ଣ୍ଣୟ ନେଲୁ

ଯଦି ମୁଁ ଏହି ବିଷୟରେ ସିରିୟସ୍ ନଥାନ୍ତି ତେବେ ନିଜ ଅଭିନୟର କାମ ଛୁଟି କଣ ପାଇଁ ନେଇଥାନ୍ତି, ମୋତେ ଯଦି କେବଳ ପଇସାର ଲୋଭ ଥାନ୍ତା ତେବେ ମୁଁ ମିଛ କଣ ପାଇଁ କହନ୍ତି, ସେମିତି ଡ୍ୟାନ୍ସ ରିୟାଲିଟି ଶୋରେ କମାଇବାପାଇଁ ଏକାସାଙ୍ଗରେ ପଳେଇଥାନ୍ତୁ, କିନ୍ତୁ ଆମେ ଏମିତି କିଛି କରିଲୁ ନାହିଁ , ଯେବେ ଲୋକେ ଏମିତି କଥା କରନ୍ତି ତେବେ ମୋତେ ଖରାପ ଲାଗେ ,କାରଣ ଯାହା ସତ ନୁହେଁ ତାହା ଲୋକେ କହୁଛନ୍ତି, ଯାହା ଏବେ ସବୁ ସତ ଥିଲା ।

କହିଦେବୁ କି ଅଭିନେତ୍ରୀ ରତନ୍ ରାଜପୁର୍ ଟିଭି ଶୋ ଅଗଲେ ଜନମ୍ ମୋହେ ବିଟିଆ ହିଁ କିଜୋ ରୁ ପ୍ରସିଦ୍ଧି ଲାଭ କରିଥିଲେ, ଯାହାପରେ ସେ ବହୁତ ଟିଭି ଶୋରେ ଦେଖାଯାଇଥିଲେ , ଅଭିନେତ୍ରୀ ରତନ ଯେଉଁ ଶୋରେ କାମ କରିଥିଲେ ସେ ହେଲା ରାଧା କି ବେଟିଆଁ କୁଛ୍ କର୍ ଦିଖାୟେଗି, ରିସ୍ତୋଁ କା ମେଲା, ମହାଭାରତ, ସନ୍ତୋଷୀ ମା, ଏହା ଛଡା ରତନ୍ ବିଗ୍ ବସ୍ ସିଜିନ୍ ୭ ରେ ନଜର ଆସିସାରିଛନ୍ତି, ଏବେ ଅଭିନେତ୍ରୀ ରତନ୍ ଟିଭି ପରଦାରୁ ଲମ୍ବା ସମୟ ହେଲା ନିଖୋଜ ଅଛନ୍ତି, ଫ୍ୟାନ୍ସ ତାଙ୍କର ଫେରିବାର ବାଟକୁ ଅପେକ୍ଷା କରି ବସିଛନ୍ତି ।

Leave a Reply

Your email address will not be published. Required fields are marked *