October 22, 2024

Odia Express

Leading Odia News Portal of Odisha

ଜିଭର ରଙ୍ଗ କିପରି ହେବା ଦରକାର? ନହେଲେ ଆପଣଙ୍କୁ ଏହି ରୋଗ ହେଇଥାଇପାରେ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା

ସାଙ୍ଗମାନେ ଆପଣ ମାନେ ପ୍ରାୟତଃ ଦେଖିଥିବେ ଯେ ଆମେ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଇଥାଉ ତ ଡାକ୍ତର ସବୁଠୁ ପ୍ରଥମେ ଆପଣଙ୍କ ଜିଭକୁ ଦେଖିଥାଏ। ତା ପରେ କୁହେ କି ଆପଣଙ୍କୁ କଣ ହେଇଛି।ସେ ଜିଭକୁ ଦେଖି ଅନୁମାନ ଲଗାଇପାରେ ଯେ ଆପଣଙ୍କ ସ୍ବାସ୍ଥ୍ୟ ଠିକ ଅଛି କି ନାହିଁ।ଜିଭର ରଙ୍ଗ ଓ ତା ଉପରେ ଥିବା ଆସ୍ତରଣ ଏହା ସଂକେତ ଦେଇଥାଏ କି ଆପଣଙ୍କୁ କେଉଁ ରୋଗ ହୋଇଛି।କେବେ କେବେ କୌଣସି ଔଷଧ ଆପଣଙ୍କ ଜିଭର ରଙ୍ଗକୁ କିଛି ସମୟ ପାଇଁ ବଦଳେଇ ଦିଅନ୍ତି।କିନ୍ତୁ ଏହା ବହୁତ କମ ସମୟ ପାଇଁ ହୋଇଥାଏ।ଯେଉଁ ସମୟରେ ଆପଣ ବ୍ରଶ କରୁଛନ୍ତି ଓ ଜିଭ ସଫା କରୁଛନ୍ତି ସେ ସମୟରେ ନିଜ ଜିଭର ରଙ୍ଗ ନିଶ୍ଚୟ ଦେଖନ୍ତୁ।

ଯଦି ଆପଣଙ୍କ ଜିଭର ରଙ୍ଗ ବଦଳିଛି ତ ଆପଣ ସଚେତନ ହୋଇଯାଆନ୍ତୁ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଜିଭର ରଙ୍ଗ ବଦଳିବା କେଉଁ ରୋଗକୁ ଦର୍ଶାଇଥାଏ।ଯଦି ଆପଣଙ୍କ ଜିଭ ଉପରେ ହଳଦିଆ ରଙ୍ଗର ଆସ୍ତରଣ ରହିଛି ତ ଆପଣଙ୍କୁ ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ହୋଇଛି।ଆପଣ ଆପଣଙ୍କ ଜିଭର ଠିକ ଭାବେ ଯତ୍ନ ନିଅନ୍ତୁ।ଏହାଦ୍ବାରା ଜଣାପଡେ ଯେ ମୁଁହରେ ବ୍ୟାକ୍ଟେରିଆ ସଂକ୍ରମଣ ବୃଦ୍ଧି ପାଇଛି।ବ୍ୟାକ୍ଟେରିଆ ଜିଭରେ ରହିବା ଦ୍ଵାରା ଜ୍ଵର, ମୁହଁରୁ ଦୁର୍ଗନ୍ଧ ବାହାରିବା ଆଦି ସମସ୍ୟା ଦେଖାଦିଏ।

ଜିଭ ଉପରେ ନାଲି ରଙ୍ଗର ଦାଗ ଧୀରେ ଧୀରେ ଆପଣଙ୍କ ପୁରା ଜିଭକୁ ଲାଲ କରିଦିଅନ୍ତି।ଜିଭର ନାଲି ହେବ ଆନେମିଆ ଅର୍ଥାତ ରକ୍ତ ଅଭାବ ସମସ୍ୟାର ପ୍ରାରମ୍ଭିକ ଲକ୍ଷଣ ଅଟେ।ଲାଲ ଜ୍ଵର ହେଲେ ଆପଣଙ୍କ ଜିଭ ଲାଲ ମଧ୍ୟ ପଡ଼ିଯାଏ।ଶରୀରରେ ଭିଟାମିନ ବି ୧୨ ର ଅଭାବରୁ ମଧ୍ୟ ଆପଣଙ୍କ ଜିଭ ଲାଲ ପଡିଥାଏ।ଏହି ସମୟରେ ଆପଣଙ୍କ ଶରୀର ଲାଲ ରକ୍ତ କୋଷିକା ମାନଙ୍କର ନିର୍ମାଣ କରିବାକୁ ଲାଗିଥାଏ।

ଜିଭର ରଙ୍ଗ ହାଲକା ହଳଦିଆ ହେବା ଡିହାଇଡ୍ରେଶନ,ଜ୍ଵର ଓ ଅତ୍ୟଧିକ ଧୁମ୍ରପାନ କରିବାର ସଂକେତ ଦେଇଥାଏ।ଏହି ସମସ୍ୟାରୁ ବଞ୍ଚିବା ପାଇଁ ମୁହଁକୁ ସର୍ବଦା ସଫା ରଖିବା ଜରୁରୀ।ଏପରି କରିବା ଦ୍ବାରା ଆପଣଙ୍କ ଜିଭ ଧୀରେ ଧୀରେ ଗୋଲାପି ପଡିଥାଏ।ଜିଭର ବାଇଗଣୀ ରଙ୍ଗ ଦେଖାଯିବା ହାଇ ବିପିର ଲକ୍ଷଣ ହୋଇପାରେ।ଏହା ବ୍ୟତୀତ ଫୁସଫୁସ ସମ୍ବନ୍ଧୀୟ ରୋଗ ହେଲେ ଏପରି ହେବାର ସମ୍ଭାବନା ରହିଥାଏ।ଏହା ଶରୀରରେ ଠିକ ଭାବରେ ରକ୍ତ ସଞ୍ଚାଳନ ନ ହେବାକୁ ଦର୍ଶାଇଥାଏ।

ଜିଭରେ ସୁଜନ ହେବା ଭିଟାମିନ ଓ ପୋଷଣର ଅଭାବକୁ ଦର୍ଶାଇ ଥାଏ।ଏହା କ୍ୟାନ୍ସର, ଲ୍ୟୁକେମିଆ, ଅନେମିଆ ଓ ଡାଉନ ସିଣ୍ଡ୍ରୋମକୁ ଦର୍ଶାଇ ଥାଏ।ଏହା ବ୍ୟତୀତ ଆଲାର୍ଜି ଦ୍ଵାରା ଜିଭରେ ସୁଜନ ଆସିଯାଏ।ଏହାଦ୍ବାରା ରକ୍ତରେ ଶର୍କରା ପରିମାଣ ବଢ଼ି ଯାଇପାରେ।ଜିଭରେ ନାଲି ନାଲି ଦାଗ ଦେଖାଯିବା କ୍ୟାନ୍ସରର ଲକ୍ଷଣ ହୋଇପାରେ।ଯଦି ଏହା ଦୁଇ ସପ୍ତାହ ପରେ ମଧ୍ୟ ଠିକ ହେଉନାହିଁ ତ ଅତି ଶୀଘ୍ର ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।ଯଦି ଜିଭରେ ଧଳା ଦାଗ ଦେଖାଦିଏ ତ ଏହା ପେଟ ଜନିତ ସମସ୍ୟା ଅଟେ।

Leave a Reply

Your email address will not be published. Required fields are marked *