October 22, 2024

Odia Express

Leading Odia News Portal of Odisha

ସନମ୍ ବେବଫା ର ଚାନ୍ଦନୀ ଫିଲ୍ମ ଜଗତରୁ ଦୁରେଇ ଏବେ କରୁଛନ୍ତି ଏହି କାମ, ପୁର୍ବରୁ ବହୁତ ଅଧିକା ସୁନ୍ଦର ଦେଖାଯାଉଛନ୍ତି ଏହି ଅଭିନେତ୍ରୀ – ଦେଖନ୍ତୁ ଏବେ କଣ କରୁଛନ୍ତି

ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜର ପରିଚୟ ବନାଇବା ଯେତେ ମୁସକିଲ୍ ତାହାଠାରୁ ଅଧିକା ମୁସକିଲ୍ ଅଟେ ନିଜ ପରିଚୟକୁ ଅଧିକା ଦିନ ଯାଏଁ ବନାଇ ରଖିବା ଓ ଆମର ବଲିଉଡ୍ ରେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏକି ବହୁତ ଦିନରୁ ଲୋକପ୍ରିୟତା ହାସିଲ୍ କରିଛନ୍ତି, ଓ କିଛି ଫିଲ୍ମରେ କାମ କରିବାପରେ ନିଜକୁ ଅଭିନୟ ଜଗତରୁ ଦୁରେଇ ଦେଇଛନ୍ତି , ଓ ଆଜି ସେ ଗୁମନାମ୍ ଭରା ଜୀବନ ଅତିବାହିତ କରୁଛନ୍ତି, ଆଜି ଆମେ କଥା ହେବାକୁ ଯାଉଛୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ ଯାହାଙ୍କ ନାଁ ଚାନ୍ଦନୀ ଅଟେ, ଯିଏକି ଏବେ ବଲିଉଡ୍ ଜଗତରୁ ଦୁରେଇ ଯାଇଛନ୍ତି, ଓ ଏବେ କଣ ଓ କେଉଁଠି କଣ କରୁଛନ୍ତି ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

କହିଦେବୁ କି ଅଭିନେତ୍ରୀ ଚାନ୍ଦନୀ ଆଜିଠୁ ୩୦ ବର୍ଷ ପୁର୍ବରୁ ଆସିଥିବା ସୁପରହିଟ୍ ଫିଲ୍ମ ସନମ୍ ବେବଫାରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ, ଓ ଏହି ଫିଲ୍ମରେ ସେ ଅଭିନେତ୍ରୀ ଚାନ୍ଦନୀଙ୍କ ଅପୋଜିଟ୍ ରେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ନଜର ଆସିଥିଲେ, ଏହି ଫିଲ୍ମରେ ଦୁହେଁଙ୍କ ଯୋଡି ବହୁତ ସୁନ୍ଦର ରହିଥିଲା ଓ ଫିଲ୍ମ ବି ବକ୍ସ ଅଫିସରେ ଭଲ କମାଲ୍ କରିପାରିଥିଲା, ଓ ଚାନ୍ଦନୀଙ୍କ ଅଭିନୟ ଓ ସୁନ୍ଦରତାରେ ଲୋକମାନେ ତାଙ୍କ ଦିୱାନା ହୋଇଯାଇଥିଲେ । ସେମିତି ଏହି ଫିଲ୍ମ ପରେ ସଲମାନ ଖାନ୍ ନିଜ ଫିଲ୍ମ କ୍ୟାରିୟରରେ ଆଗକୁ ବଢିବାକୁ ଲାଗିଲେ ଓ ଆଜି ସେ ବଲିଉଡ୍ ର ସୁପରଷ୍ଟାର୍ ହୋଇସାରିଛନ୍ତି, ତେବେ ସେମିତି ଚାନ୍ଦନୀ ଫିଲ୍ମ କ୍ୟାରିୟରରେ ଅଧିକା ଦିନ ଯାଏଁ ଚାଲିପାରିଲା ନାହିଁ ।

ଫିଲ୍ମ ସନମ୍ ବେବଫା ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଚାନ୍ଦନୀ ଫିଲ୍ମ ହିନା, ଉମର୍ ୫୫ କି ଦିଲ୍ ବଚପନ୍ କା। ଜାନ୍ ସେ ପ୍ୟାରା, ୧୯୪୨ ଏ ଲଭ୍ ଷ୍ଟୋରୀ, ଜୟ କିଶାନ୍, ଇକ୍କେ ପେ ଇକ୍କା, ଆଜା ସନମ୍, ମିଷ୍ଟର୍ ଆଜାଦ୍, ଓ ହାହାକାର୍ ପରି କିଛି ୧୦ ଟି ଫିଲ୍ମରେ କାମ କରିଥିଲେ , ଓ କିଛି ସମୟ ପରେ ଚାନ୍ଦନୀ ବଲିଉଡ୍ ଦୁନିଆଁରୁ ସନ୍ୟାସ ନେଇଗଲେ । କହିଦେବୁ କି ଅଭିନେତ୍ରୀ ଚାନ୍ଦନୀଙ୍କ ଅସଲି ନାଁ ନବୋଦିତା ଶର୍ମା ଅଟେ, କିନ୍ତୁ ଯେବେ ସେ ଫିଲ୍ମ ସନମ୍ ବେବଫାରେ ଆସିଥିଲେ ତେବେ ନିଜ ନା ନବୋଦିତା ଶର୍ମାରୁ ବଦାଳାଈ ଚାନ୍ଦନୀ ରଖିଦେଇଥିଲେ , ଓ ଆଜି ଦୁନିଆଁ ତାଙ୍କୁ ଏହି ନାଁରେ ଜାଣନ୍ତି, ଓ ଏଥିରୁ ଜଣାପଡେ କି ଚାନ୍ଦନୀ ଫିଲ୍ମକୁ ନେଇ କେତେ ଲଗାବ୍ ରଖନ୍ତି, ଓ ଆପଣଙ୍କୁ କହିଦେବୁ କି ଚାନ୍ଦନୀଙ୍କ ଦୁଇଟି ଝିଅଙ୍କ ନାଁ ବି ବଲିଉଡ୍ ରେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାଁରେ ରଖାଯାଇଛି, ଓ ତାଙ୍କ ଗୋଟେ ଝିଅଙ୍କ ନ୍ଁ କରିସ୍ମା ଓ ଅନ୍ୟଙ୍କ ନାଁ କରିନା ଅଟେ ।

କହିଦେବୁ କି ଚାନ୍ଦନୀ ୧୯୯୪ ରେ ସତିଶ୍ ଶର୍ମାଙ୍କ ସହ ବିବାହ କରିଥିଲେ, ଓ ବିବାହ ପରେ ଚାନ୍ଦନୀ ନିଜ ସ୍ୱାମୀ ସତିଶ୍ ଙ୍କ ସହ ଆମେରିକାର ଓରନାଲ୍ଡୋ ରେ ରହିବାକୁ ଲାଗିଲେ , ଓ ଆଜି ଚାନ୍ଦନୀଙ୍କ ଦୁଇଟି ଝିଅର ମା ହୋଇଛନ୍ତି, ଓ ସେ ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି । ବର୍ତ୍ତମାନ ଚାନ୍ଦନୀ ବଲିଉଡ୍ ରୁ ଦୁରେଇ ଯିବାପରେ ଏକ ଡ୍ୟାନ୍ସ ଟିଚର୍ ହୋଇସାରିଛନ୍ତି, ଓ ନିଜ ଡ୍ୟାନ୍ସ କ୍ଲାସ ଚଲାଉଛନ୍ତି, ଓ ଛୁଆଙ୍କୁ ଡ୍ୟାନ୍ସ ବି ଶିଖାଉଛନ୍ତି । ସେମିତି ଏହି ଦିନରେ ସୋସିଆଲ୍ ମିଡିଆରେ ଚାନ୍ଦନୀଙ୍କ ଏକ ଲାଟେଷ୍ଟ ଫଟୋ ଭାଇରାଲ୍ ହେବାରେ ଲାଗିଛି, ଏହି ଫଟୋରେ ଚାନ୍ଦନୀ ବହୁତ ସୁନ୍ଦର ଦେଖାଯିବା ସହ କ୍ୟୁଟ୍ ଲାଗୁଛନ୍ତି, ସେ ଏହି ଫଟୋ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି, ସେ ଏଥିରେ କ୍ୟାପସନ୍ ରେ ଲେଖିଛନ୍ତିକି ମୁଁ  ଇମାନଦାରୀରେ କହୁଛି କି ଏବେ କିଛି ଭଲ କ୍ୟାପସନ୍ ଭାବିପାରୁନାହିଁ । ସେମିତି ଫ୍ୟାନ୍ସ ଚାନ୍ଦନୀଙ୍କ ଏହି ଲାଟେଷ୍ଟ ଫଟୋ ଦେଖିକରି ବହୁତ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *