October 22, 2024

Odia Express

Leading Odia News Portal of Odisha

ସ୍ତ୍ରୀର ଖୁସି ପାଇଁ ଚାଷୀ ସ୍ୱାମୀ ନିଜ ଜାଗା ବିକ୍ରି କରି କିଣିଲା ହାତୀ, ସ୍ତ୍ରୀର ସ୍ୱପ୍ନରୁ ଆରମ୍ଭ ହୋଇଥିଲା ପୁରା କାହାଣୀ..

ଯେବେ କେଉଁ ପୁରୁଷ କେଉଁ ମହିଳାକୁ ବିବାହ କରିଥାଏ ତେବେ ତାହାର ଦାୟିତ୍ୱ ହୁଏ କି ସେ ନିଜ ସ୍ତ୍ରୀକୁ ଖୁସିରେ ରଖୁ ଓ ଯତ୍ନ ନେଉ, ଆପଣ ବି ନିଜ ସ୍ତ୍ରୀଙ୍କ ପାଇଁ ବହୁତ କିଛି କରିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ ଯାହା ବହୁତ ଅନୋଖା ଅଟେ ।ଜଣେ ଚାଷୀ ନିଜ ସ୍ତ୍ରୀର ସ୍ୱପ୍ନ ପୂରଣକରିବାପାଇଁ ନିଜ ଜାଗାବାଡି ବିକ୍ରି କରି ହାତୀ କିଣିଲେ, ଏହି ମାମଲା ବାଙ୍ଗଲାଦେଶର ଲାଲମୋନିରହାଟର ପଞ୍ଚଗ୍ରାମର ଅଟେ । ଏଠାରେ ଦୁଲାଲ୍ ଚନ୍ଦ୍ର ରାୟ ନିଜ ସ୍ତ୍ରୀ ତୁଳସୀ ରାଣୀ ଦାସୀଙ୍କ ସ୍ୱପ୍ନ ପୁରା କରିବାପାଇଁ ନିଜ ଜାଗା ବାଡି ବିକ୍ରି କରି ଏକ ହାତୀ କିଣିଥିଲେ । ଦୁଲାଲ ଚାଷ କରନ୍ତି, ହାତୀ କିଣିବାପାଇଁ ସେ ନିଜ ଜାଗା ବାଡି ବିକ୍ରି କରିଦେଲେ , ଏହାପରେ ସେ ମୋଲବି ବଜାର ଯାଇକରି ୧୬,୫ ଲକ୍ଷର ଏକ ହାତୀ କିଣିଥିଲେ

ଏହି ହାତୀକୁ ଆଣିବାକୁ ତାଙ୍କୁ ୨୦ ହଜାର ଟଙ୍କା ଏକ ଟ୍ରକ୍ ଭଡାରେ ଆଣିବାକୁ ପଡିଥିଲା । ଦୁଲାଲଙ୍କ କହିବା କଥା କି ମୁଁ ଏହି ଫଇସଲା ନିଜ ସ୍ତ୍ରୀର ସ୍ୱପ୍ନ ପୁରା କରିବାପାଇଁ କରିଥିଲି, ତାଙ୍କର ସ୍ତ୍ରୀର ଏକ ସ୍ୱପ୍ନ ଥିଲା କି ସେ ଗୋଟେ ହାତୀ କିଣିବେ , ଓ ତାହାର ଦେଖାଶୁଣା କରିବେ, ଏହାପୁର୍ବରୁ ସେ ଘୋଡା, ହଂସ ଓ ଛେଳି ସ୍ୱପ୍ନ ବି ଆସିଥିଲା, ଏମିତିରେ ତାଙ୍କ ସ୍ୱାମୀ ସବୁ ପଶୁ ବି କିଣିଥିଲେ । ହାତୀ କିଣିବାପରେ ସ୍ୱାମୀ ତାର ଦେଖାଶୁଣା କରିବାପାଇଁ ୧୫ ହଜାର ଟଙ୍କାର ମାସିକ ବେତନରେ ଏକ ମହନ୍ତ ରଖିନେଇଛନ୍ତି, ଏହି ଦମ୍ପତି ନିଜ ଏରିଆରେ ଏହି ଜିନିଷକୁ ନେଇକରି ଚର୍ଚ୍ଚିତ ହୋଇଛନ୍ତି, ଲୋକେ ଦୁର ଦୁରରୁ ଆସି ଏହି ଦମ୍ପତିଙ୍କ ନୁଆ ହାତୀକୁ ଆସି ଦେଖୁଛନ୍ତି ।

ହାତୀ ଦେଖିବାକୁ ଆସିଥିବା ରାଜରହାଟ କ୍ଷେତ୍ରରେ ରହୁଥିବା ସଂତୋନା ରାଣୀ କହନ୍ତି କି ମୁଁ ମୋର ଜୀବନରେ ପ୍ରଥମଥର କେଉଁ ସ୍ୱାମୀକୁ ନିଜ ସ୍ତ୍ରୀର ସ୍ୱପ୍ନ ପୁରା କରିବାପାଇଁ ତାଙ୍କୁ ହାତି କିଣିବାର ପ୍ରଥମଥର ଦେଖିଲି, ସୋସିଆଲ୍ ମିଡିଆରେ ଯେବେ ଏହି ଖବର ଭାଇରାଲ୍ ହେଲା ତେବେ ବହୁତ ଲୋକ ପ୍ରଶଂସା କରିବାକୁ ଲାଗିଲେ , ନିଜ ସ୍ତ୍ରୀର ଖୁସି ପାଇଁ ସ୍ୱାମୀ ଯାହା ବି କରିଛନ୍ତି ତାହା ପ୍ରଶଂସନୀୟ ଅଟେ, ସେମିତି ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ କିଛି ଏହିପ୍ରକାରର ଡିମାଣ୍ତ କରେ ତେବେ ଆପଣ କଣ ତାଙ୍କର ସ୍ୱପ୍ନକୁ ପୁରା କରିବେ ?

Leave a Reply

Your email address will not be published. Required fields are marked *