October 22, 2024

Odia Express

Leading Odia News Portal of Odisha

ଥଣ୍ତା ଜ୍ୱରରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୪ ଟି ସରଳ ପ୍ରକିୟା, କିଛି ସମୟ ମଧ୍ୟରେ ଖୋଲିଯିବ ବନ୍ଦ ହୋଇଯାଇଥିବା ନାକ

ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ନୁଆ ବର୍ଷ ଆରମ୍ଭ ହୋଇସାରିଛି, ଓ ଏହି ନୁଆ ବର୍ଷରେ ଥଣ୍ତାର ସୀମା ଏବେ ଚରମରେ ଅଛି, ଏମିତିରେ ବୁଢା ହୁଅନ୍ତୁ କିମ୍ବା ଜବାନ୍ କିମ୍ବା ଛୁଆ ସମସ୍ତେ ଏବେ ଥଣ୍ତାଜ୍ୱରରେ ଆସୁଛନ୍ତି, ଏହି ଥଣ୍ତା ଦିନରେ ଜ୍ୱର ଥଣ୍ତା ହେବା ଏକ ସାଧାରଣ ସମସ୍ୟା ହୋଇଯାଇଛି, ସେମିତି ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ବ୍ୟବହାର କରି ଥଣ୍ତା ଓ ନାକବନ୍ଦ ହେବାର ସମସ୍ୟାରୁ ମୁକ୍ତି ପାଇପାରିବେ , ତେବେ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

୧) ହଳଦୀ ସହ କ୍ଷୀରର କରନ୍ତୁ ସେବନ- ହଳଦୀ ରୋଷେଇ ଘରେ ବ୍ୟବହାର କରାଯାଉଥିବା ଏକ ମସଲା ଅଟେ, ଏହା ଖାଇବାରେ ନା କେବଳ ରଙ୍ଗୀନ ବନାଇଥାଏ ବରଂ ତାର ସ୍ୱାଦକୁ ଦୁଇଗୁଣା ବଢାଇଦିଏ । ଆୟୁର୍ବେଦ ଗ୍ରନ୍ଥରେ ହଳଦୀର ଅନେକ ଫାଇଦା ବିଷୟରେକୁହାଯାଇଛି, ହଳଦୀ ଖାଇଲେ ଶରୀରରେ ଉତ୍ତାପ ମିଳିଥାଏ, ଓ ଥଣ୍ତା ଠିକ୍ ହୋଈଯାଏ , ଯଦି ଆପଣଙ୍କୁ ଥଣ୍ତା ହୋଇଛି ତେବେ ଗୋଟେ ଗିଲାସ କ୍ଷୀରରେ ହଳଦୀ ମିଶାଇକରି ପିଅନ୍ତୁ, ଦିନରେ ଦୁଇଥର ହଳଦୀ ସହ କ୍ଷୀର ପିଇଲେ ଶରୀରରେ ଉତ୍ତାପ ସୃଷ୍ଟି ହୁଏ, ଓ ଥଣ୍ତା ଦୁର ହୋଈଯାଏ , ଆପଣ ଚାହିଁଲେ ଏହି କ୍ଷୀର ଭିତରେ ଇଲାଇଚି  କଳା ମରିଚ ପାଉଡର୍ ବି ପକାଇପାରିବେ,  ହଳଦୀ ବାଲା କ୍ଷୀରରେ ଇଲାଇଚି ଓ କଳା ମରିଚ ମିଶାଇକରି ପିଇଲେ କାଶ ଓ ଗଳା ପୀଡା ପରି ସମସ୍ୟା ଦୁର ହୋଇଯାଏ ।

୨) ଅଦାର କରନ୍ତୁ ସେବନ- ଅଦା ପେଟ୍ ସଫା କରିବା ପାଇଁ ଆୟୁର୍ବେଦୀକ ଔଷଧୀ ବୋଲି ଜଣାଯାଏ , ଅଦା ଗରମ ହୋଇଥାଏ, ଏଥିପାଇଁ ଥଣ୍ତାର ଦିନରେ ଏହାର ଅଧିକା ବ୍ୟବହାର କରାଯାଏ , ଅଦାକୁ ଖାଇଲେ ନାକ ଏକଦମ୍ ଖୋଲିଯାଏ , ଓ ଗଳାରୁ ମୁକ୍ତି ଦେଇଥାଏ , ଯଦି ଆପଣଙ୍କୁ ଥଣ୍ତା ହୋଇଛି, ତେବେ ଅଦାକୁ ସେକିକରି ଖାଆନ୍ତୁ, ଏମିତି କରିଲେ ଆପଣଙ୍କ ଥଣ୍ତା ଏକଦମ୍ ଠିକ୍ ହୋଈଯିବ , ଓ କାଶ ବି ଚାଲିଯିବ , ଏକ ଚାମଚ ଅଦାରେ ମହୁ ମିଶାଇକରି ଏହି ମିଶ୍ରଣକୁ ପିଇନିଅନ୍ତୁ ଏଥିରେ ଆପଣଙ୍କୁ ଆଶ୍ୱସ୍ତି ମିଳିବ ।

୩) ଗରମ କାଢା ପିଅନ୍ତୁ- ଥଣ୍ତା ଜ୍ୱର ପାଇଁ କାଢା ପିଇବା ସବୁଠାରୁ ଉତ୍ତମ ହୋଇଥାଏ, ଏହାକୁ ପିଇଲେ ସେମିତି କଡା ଲାଗିପାରେ ,କିନ୍ତୁ ଫାଈଦାଦାୟକ ଅଟେ, କାଢା ବନାଇବାପାଇଁ ତୁଳସୀରପତ୍ର ନିଅନ୍ତୁ, ଓ ଏହାକୁ ଚାହାର ପାଣିରେ ମିଶାଇଦିଅନ୍ତୁ, ଏହି ପାଣିରେ ଲବଙ୍ଗ, ଅଦା କଳା ମରିଚ ପକାଇକରି ସିଝାନ୍ତୁ, ତାପରେ ଛାଣିକରି ଏହାକୁ ପିଇଲେ ଥଣ୍ତା କାଶ ସବୁ ଦୁର ହୋଈଯିବ ।

୪) ତୁଳସୀର ପତ୍ରକୁ ଚୋବାନ୍ତୁ- ତୁଳସୀ ଦେବୀ ଦେବତାଙ୍କ ପାଖରେ ଅର୍ପଣ କରାଯାଏ , ଓ ଏହାର ପୁଜା କରାଯାଏ , ଏହାର ପତ୍ରରେ ଔଷଧୀୟ ଗୁଣ ରହିଥାଏ, ଯାହା ଥଣ୍ତା ଓ କାଶକୁ ଠିକ୍ କରିବାରେ କାମ କରିଥାଏ, ତୁଳସୀର ପତ୍ରକୁ ଖାଇଲେ ଥଣ୍ତା ଭଲ ହୋଇଯାଏ , ଏଥିପାଇଁ ଥଣ୍ତା ହେଲେ ତୁଳସୀ ପତ୍ରକୁ ସମୟ ସମୟରେ ଚୋବାଇକରି ଖାଆନ୍ତୁ, ଏହା ଛଡା ଆପଣ ତୁଳସୀର ପତ୍ରକୁ କାଢା ବନାଇକରି ପିଇଲେ ଆରାମ ମିଳିଯାଏ , ଓ କାଶ ଦୁର ହୁଏ ।

Leave a Reply

Your email address will not be published. Required fields are marked *