October 22, 2024

Odia Express

Leading Odia News Portal of Odisha

ଆପଣଙ୍କ ନିଶ୍ୱାସ ନେବାରେ ଅସୁବିଧା ହେଉଛି କି ? କଣ ଏହାର କାରଣ ହେଇପାରେ ଓ କିପରି ଏଥିରୁ ରକ୍ଷା ପାଇବେ ଏବେ ଜାଣିରଖନ୍ତୁ

ସାଙ୍ଗମାନେ ଆଜି ଆମେ କଥା ହେବା ଏକ ଏମିତି ରୋଗ ବିଷୟରେ ଯେଉଁଥିରେ ପ୍ରତି ବର୍ଷରେ ଲକ୍ଷରୁ ଉର୍ଦ୍ଧ୍ବ କେସ ବାହାରିଛି।ଏହା ପୁରା ବିଶ୍ଵର ଚାରିଭାଗରୁ ଏକ ଭାଗ ଅଟେ। ତ ଆପଣ ମାନେ ଏଥିରୁ ଜାଣି ପାରୁଥିବେ ଯେ ଏହା କେତେ ବିପଦ ଜନକ ଓ ଭାରତରେ ତ ଏହା ଏକ ସାଧାରଣ ରୋଗ ହୋଇଗଲାଣି।ଆଜି ମୁଁ ଆପଣ ମାନଙ୍କୁ ଏହି ରୋଗ ବିଷୟରେ କିଛି ତଥ୍ୟ ଜଣେଇବି।ଏହା ହେଉଛି ଫୁସଫୁସ ସମ୍ବନ୍ଧୀୟ ରୋଗ ଅଟେ।ଏଥିରେ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ଠିକ ଭାବେ ନେଇପାରେ ନାହିଁ।ଯାହାଫଳରେ ରୋଗୀର ଅମ୍ଳଜାନ ସ୍ତର ତଳକୁ ଖସିଯାଏ।ରୋଗୀର ଶରୀରରେ ଫୁସଫୁସକୁ ସଠିକ ଅମ୍ଳଜାନ ପ୍ରବେଶ କରିପାରେ ନାହିଁ

ଏହା ଏକ ଅଣସଂକ୍ରାମକ ରୋଗ ଅଟେ।ଆମେ ଯେତେବେଳେ ଖାସୁ ବା ଛିଙ୍କୁ ତ ଛୋଟ ଛୋଟ ଧୂଳିକଣା ସାହାଯ୍ୟରେ ଏହା ଆମକୁ ଆକ୍ରାନ୍ତ କରିଥାଏ।ଏହି କେସରେ ଯଦି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବ ବା ବ୍ୟକ୍ତିର ଶରୀର ବାହ୍ୟ ଆଣ୍ଟିଜେନ ବିରୁଦ୍ଧରେ ଲଢେଇ କରିପାରୁ ନଥିବ ତ ଏହା ବ୍ୟକ୍ତିକୁ ଦୁର୍ବଳ କରିଦେଇ ଥାଏ।ଯାହାଫଳରେ ବ୍ୟକ୍ତିର ଶ୍ୱାସ ଜନିତ ସମସ୍ୟା ଦେଖାଯାଏ।ଫୁସଫୁସ ରେ ସଠିକ ପରିମାଣର ଅମ୍ଳଜାନ ପ୍ରବେଶ ନ କରି ପାରିବାରୁ ବ୍ୟକ୍ତି କୌଣସି କାମକୁ ପୂର୍ଣ୍ଣତା ସହ କରିପାରେ ନାହିଁ।ବ୍ୟକ୍ତି ଧଇଁସଇଁ ହୋଇଯାଏ।

ଯଦି କୌଣସି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଛି ବା ତାର ପୋଷଣ ଠିକ ଭାବେ ହେଉନାହିଁ,ଯଦି ସେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବସବାସ କରୁଥାଏ ତ ଏହା ତାକୁ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି।ଏହାର ବହୁତ ପ୍ରକାର ଭ୍ୟାରିଆଣ୍ଟ ରହିଛି।ଯଦି ଆମେ ଏହାର ଲକ୍ଷଣ ବିଷୟରେ କହିବା ତ ପ୍ରଥମ ଲକ୍ଷଣ ହେଉଛି ଖାସ।ଏହା ଶୁଖିଲା ହୋଇପାରେ ଅଥବା କଫ ଯୁକ୍ତ ମଧ୍ୟ ହୋଇପାରେ।କଫ ଧଳା ହୋଇପାରେ ବା ହଳଦିଆ ମଧ୍ୟ ହୋଇପାରେ।ନିଃଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୋଇପାରେ।

ଯଦି ଆମକୁ ଖାସ ଦୁଇ ସପ୍ତାହରୁ ଅଧିକ ହେଉଛି ତ ଆମକୁ ଏଥିପାଇଁ ଡାକ୍ତର ସହିତ ପରାମର୍ଶ କରିବା ନିହାତି ଆବଶ୍ୟକ।ଦ୍ଵିତୀୟ ହୋଇଥାଏ ଜ୍ଵର।ଏହା ଅତ୍ୟଧିକ ମଧ୍ୟ ହୋଇପାରେ ଅଥବା କମ ମଧ୍ୟ ହୋଇଥାଏ।ଏହା ପୁରା ଦିନ ମଧ୍ୟ ରହିଥାଏ।ଏହାଦ୍ବାରା ଶରୀର ପୁରା ଭାବରେ ଦୁର୍ବଳ ହୋଇଯାଇଥାଏ।ଏହି ରୋଗୀ ମାନଙ୍କ କ୍ଷେତ୍ରରେ ଦେଖାଯାଇଛି ଯେ ଏମାନଙ୍କ ଓଜନ ବହୁତ କମି ଯାଇଥାଏ।ପାଞ୍ଚ କେଜି ବା ଦଶ କେଜି ପର୍ଯ୍ୟନ୍ତ ମଧ୍ୟ ଓଜନ ହ୍ରାସ ପାଇଥାଏ।ଏପରି ରୋଗୀ ମାନଙ୍କ ଠାରେ ଏହା ମଧ୍ୟ ଦେଖାଯାଏ ଯେ ସେମାନେ ଠିକ ଭାବେ ଖାଆନ୍ତି ନାହିଁ।ସେମାନଙ୍କୁ ଭୋକ ହିଁ ଲାଗେନାହିଁ। ତ ଏଥିପାଇଁ ଠିକ ସମୟରେ ଚିକିତ୍ସା ଆବଶ୍ୟକ।

Leave a Reply

Your email address will not be published. Required fields are marked *