October 22, 2024

Odia Express

Leading Odia News Portal of Odisha

କେଉଁ କର୍ମ କରିବା ଫଳରେ ମିଳିଥାଏ କୁକୁର ଜନ୍ମ ?ଏହି କଥା ଜାଣିବା ପରେ ଆପଣଙ୍କ ଆଖି ଖୋଲିଯିବ – ଏହି କାମ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ନଚେତ..

କେଉଁ କେଉଁ କର୍ମ କରିବା ଫଳରେ ଆମକୁ କୁକୁର ଜନ୍ମ ପ୍ରାପ୍ତ ହୋଇଥାଏ ? ଏହାକୁ ଏକ କାହାଣୀ ମାଧ୍ୟମରେ ଆଲୋଚନା କରିବା।ଥରେ ଭଗବାନ ଶ୍ରୀ ରାମ ନିଜ ସଭାରେ ବସିଥିଲେ।ସେହି ସମୟରେ ସେ ଗୋଟେ କୁକୁରର କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଲେ।ତେଣୁ ସେ ତୁରନ୍ତ ନିଜ ଦୂତକୁ ଆଦେଶ ଦେଲେ ସେହି କୁକୁରଟିକୁ ଦୂରକୁ ନେଇଯିବା ପାଇଁ।ଦିତୀୟ ଦିନ ପୁଣି ସେହି କୁକୁରଟି ଭଗବାନଙ୍କ ଦରବାର ନିକଟକୁ ଆସି ପୁଣି ଥରେ କାନ୍ଦିବାକୁ ଲାଗିଲା।ଭଗବାନ ନିଜ ଦୂତକୁ କହି ପୁଣି ସେହି କୁକୁରକୁ ଦୂରକୁ ପଠାଇଦେଲେ।

ଏହାପରେ ପୁଣି ତୃତୀୟ ଦିନ ସେହି କୁକୁରଟି ପୁଣି ଭଗବାନଙ୍କ ଦରବାର ନିକଟକୁ ଆସି ପୁଣି ଥରେ କାନ୍ଦିବାକୁ ଲାଗିଲା।ଏହି ଥର ଭଗବାନ ସେହି କୁକୁରଟିକୁ ନିଜ ଦରବାରକୁ ଆଣିବାକୁ ନିଜ ଦୂତ ମାନଙ୍କୁ ଆଦେଶ ଦେଲେ।ଭଗବାନ ସେହି କୁକୁରକୁ ପଚାରିଲେ ତୁମେ ସବୁଦିନ ଏହିପରି ଆସି ମୋ ଦରବାର ସମ୍ମୁଖରେ କଣ ପାଇଁ ରୋଦନ କରୁଛ।କୁକୁରଟି କହିଲା ମୁଁ ପାପ କର୍ମ ହେତୁ ଏହି କୁକୁର ଜନ୍ମ ପାଇଛି। ମୁଁ କୌଣସି ପୂଜା ସ୍ଥାନ,କୌଣସି ତୁଳସୀ ବଗିଚା,କୌଣସି ପବିତ୍ର ସ୍ଥାନକୁ ଯିବା ପାଇଁ ଅସମର୍ଥ।

ଏହାପରେ ଭଗବାନ ଶ୍ରୀ ରାମ ନିଜେ ହାତରେ ବାଡି ଧରି ସ୍ଵୟଂ କୁକୁର ପାଖକୁ ଗଲେ।ଏହାପରେ ଭଗବାନ ପଚାରିଲେ ନିଜର ଦୁଃଖର କାରଣ କୁହ।କୁକୁରଟି ପ୍ରଥମେ ଭଗବାନଙ୍କୁ ପ୍ରଣାମ ଜଣାଇଲା।ଏହାପରେ ସେ ଭଗବାନଙ୍କୁ କହିଲା ମୁଁ କୌଣସି ଦୋଷ କରିନାହିଁ କିନ୍ତୁ ଜଣେ ସନ୍ନ୍ୟାସୀ ମତେ ବିନା କାରଣରେ ପଥରରେ ମାରିଲେ।ଫଳରେ ମୋର ଗୋଡ଼ ଭାଙ୍ଗିଗଲା।ଏହା ଫଲରେ ଭଗବାନ ସେହି ସନ୍ୟସୀଙ୍କୁ ଡାକି ପଚାରିଲେ ଆପଣ କେଉଁ କାରଣରୁ ଏହି କୁକୁରର ଏହିଭଳି ଦଶା କରିଛନ୍ତି।

ସନ୍ନ୍ୟାସୀ ଜଣଙ୍କ ଉତ୍ତର ଦେଲେ ଭଗବାନ ମୁଁ ମଧ୍ୟାହ୍ନ ସମୟରେ ନିଜର ଭିକ୍ଷା କରି ଫେରୁ ଥିଲି ସେହି ସମୟରେ ଏହି କୁକୁର ମୋର ଭିକ୍ଷା ଥଳିକୁ ସ୍ପର୍ଶ କରିଦେଲା।ଏହି ସମୟରେ ମୁଁ ଅତ୍ୟନ୍ତ ଭୋକିଲା ଥିଲି ଫଳରେ କ୍ରୋଧ ବଶତଃ ମୁଁ ସେହି କୁକୁର ଉପରକୁ ଏକ ପଥର ପକାଇଲି ଫଳରେ ସେହି କୁକୁରର ଗୋଡ଼ ଭାଙ୍ଗିଗଲା।ଏହାପରେ ଭଗବାନ କହିଲେ ଏହା ତ ଏହି କୁକୁରର ପ୍ରବୃତ୍ତି ତେଣୁ ଏଥିରେ କୁକୁରର କୌଣସି ଭୁଲ ନାହିଁ ତେଣୁ ଏଥିପାଇଁ ଆପଣ ହିଁ ଦୋଷୀ।ଭଗବାନ କହିଲେ ଆପଣଙ୍କୁ ଏହି କୁକୁର ଦଣ୍ଡ ଦେବ।ଏହା ଶୁଣି କୁକୁର କହିଲା ତାଙ୍କୁ କୌଣସି ସେବାଳୟର ମହନ୍ତ କରି ଦିଆଯାଉ।

ଏହାପରେ ସେହି ସନ୍ନ୍ୟାସୀଙ୍କୁ ଗୋଟିଏ ମଠର ମହନ୍ତ କରି ଦିଆ ଗଲା।ସମସ୍ତେ କୁକୁରକୁ ପଚାରିଲେ ଆପଣ ଏପରି କାହିଁକି କଲେ।କୁକୁର ଉତ୍ତରରେ କହିଲା ସେ ମଧ୍ୟ ପୂର୍ବ ଜନ୍ମରେ ଏକ ମଠର ମହନ୍ତ ଥିଲା ଓ ସେ ନିଜର ଚୋରି ଭଳି କୁକର୍ମ ଯୋଗୁ ଆଜି କୁକୁର ଜନ୍ମ ପାଇଛି।ସେହି ସାଧୁଙ୍କ ପ୍ରବୃତ୍ତି ମଧ୍ୟ ସେହିଭଳି ସେ ନିଶ୍ଚିତ ଭାବରେ ସେହି ଭଳି କୁକର୍ମ କରି ନିଜର ପରବର୍ତ୍ତୀ ଜନ୍ମରେ କୁକୁର ଜନ୍ମ ପାଇବେ।ସେଥିପାଇଁ ମୁଁ ଏହିଭଳି କଲି।କୁକୁରର ଉତ୍ତରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

Leave a Reply

Your email address will not be published. Required fields are marked *