October 22, 2024

Odia Express

Leading Odia News Portal of Odisha

ଫୁସଫୁସ ଖରାପ ହେବ ଆଗରୁ ଏହି ଲକ୍ଷଣ ଗୁଡିକ ଦେଖା ଦିଏ – ଏବେ ଏହାର କାରଣ ଜାଣିରଖନ୍ତୁ ଓ କିପରି ମୁକ୍ତି ପାଇବେ ଜାଣିରଖନ୍ତୁ

ସାଙ୍ଗମାନେ ଗୋଟିଏ ବ୍ୟକ୍ତି ବିନା ଖାଦ୍ୟରେ ଓ ବିନା ପାଣିରେ ମାତ୍ର କିଛି ଦିନ ବଞ୍ଚିପାରିବ।କିନ୍ତୁ ବିନା ନିଃଶ୍ୱାସ ଦ୍ଵାରା କିଛି ମିନିଟ ବି ରହିପାରିବ ନାହିଁ। ଫୁସଫୁସ ଏକ ଦିନରେ ୨୦୦୦୦ ରୁ ୩୦୦୦୦ ଥର ନିଃଶ୍ୱାସ ନେଇଥାନ୍ତି।ଆମ ହୃଦୟ ଓ ଫୁସଫୁସ ଏମିତି ଦୁଇ ଅଙ୍ଗ ଯାହା ବିନା ବିଶ୍ରାମ ନେଇକରି ଅନବରତ କାମ କରନ୍ତି।କିନ୍ତୁ ଯଦି ଏହି ଅଙ୍ଗ ଖରାପ ହୋଇଯାଏ ବା କୌଣସି ରୋଗ କାରଣରୁ ଏହା ଆଉ ପୂର୍ବଭଳି କାମ କରିନାହିଁ ତେବେ କଣ ହେବ।।ଏହାଦ୍ବାରା ଆମ ଚେହେରା,ମସ୍ତିସ୍କ ଆଦି ଉପରେ ବହୁତ୍ ଖରାପ ପ୍ରଭାବ ପଡିଥାଏ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କିପରି ଫୁସଫୁସକୁ ଡିଟକ୍ସ କରିକି ତା ମଧ୍ୟରୁ ସବୁ ଅଳିଆ ସଫା କରାଯାଇପାରିବ। ତ ଚାଲନ୍ତୁ ଆରମ୍ଭ କରିବା ସେହି ଉପାୟରୁ।

ସାଙ୍ଗମାନେ ଏହାକୁ ତିଆରି କରିବା ପାଇଁ ଆମକୁ ଲାଗିବ ଅଦା, ଲେମ୍ବୁରସ,ମହୁ,ଡାଲଚିନି,ଲଙ୍କା ଗୁଣ୍ଡ।ଏହା କରିବା ପାଇଁ ଆପଣ ପ୍ରଥମେ ଦେଢ଼ କପ ପାଣିକୁ ଭଲ ଭାବେ ଗରମ କରିବେ ଓ ଏହାକୁ ବାହାରକୁ କାଢ଼ିଦେବେ।ଏଥିରେ ଅଧା ଚାମଚ ଲଙ୍କାଗୁଣ୍ଡ, ଅଧା ଚାମଚ ଡାଲଚିନି ପାଉଡର,ଏକ ଚାମଚ ଅଦା ରସ,ଏକ ଚାମଚ ଲେମ୍ବୁରସ,ଦୁଇ ଚାମଚ ମହୁ ମିଶାଇ କରି ଭଲ ଭାବେ ଘାଣ୍ଟି ଦେବେ।ଏହାକୁ ଆପଣ ଶୋଇବା ସମୟରେ ଚା ଭଳି ପିଇବେ।ଏହା ଫୁସଫୁସ ସହିତ ରକ୍ତକୁ ବି ସଫା କରିଥାଏ।

କ୍ଲୋରୋଫିଲ ଅଭାବରୁ ମଧ୍ୟ ଅନେକ ଫୁସଫୁସ ସମସ୍ୟା ଦେଖାଦିଏ।ତେଣୁ ବ୍ୟକ୍ତି ନିଜ ଖାଦ୍ୟରେ ଅଧିକ କ୍ଲୋରୋଫିଲ ଥିବା ଖାଦ୍ୟ ବ୍ୟବହାର କରନ୍ତୁ। ୱିଟ ଗ୍ରାସରେ କ୍ଲୋରୋଫିଲ ଅଧିକ ମାତ୍ରାରେ ମିଳିଥାଏ।ଏହା ଫୁସଫୁସ ରେ ଜମିଥିବା ସବୁ ମଇଳା ସଫା କରିଥାଏ ଓ ରକ୍ତର ପରିମାଣ ବଢ଼ାଇଥାଏ।ଆପଣ ଏହାକୁ ଯଦି ଏକ ସପ୍ତାହ ବ୍ୟବହାର କରୁଛନ୍ତି ତ ଆପଣଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।

ଶରୀରରୁ ମଇଳା କାଢିବା ପାଇଁ ଚ୍ୟବନପ୍ରାସ ମଧ୍ୟ ଏକ ଔଷଧ ଅଟେ।ଏହା ଭିତରେ ବହୁତ୍ ପ୍ରକାର ଆୟର୍ବେଦିକ୍ ଜଡ଼ିବୁଟି ର ମିଶ୍ରଣ ରହିଥାଏ।ପ୍ରତିଦିନ ସକାଳେ ଓ ରାତିରେ ଏହାକୁ ବ୍ୟବହାର କରିବା ଦ୍ଵାରା ଏହା ଫୁସଫୁସ ସହିତ ଶରୀରର ସବୁ ଅଙ୍ଗକୁ ଡ଼ିଟକ୍ସ କରିଥାଏ।ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଶକ୍ତି ଓ ଫୁର୍ତ୍ତି ଆସିଥାଏ।

ଫୁସଫୁସ ସମସ୍ୟା କମ କରିବା ପାଇଁ ଲମ୍ବା ନିଃଶ୍ୱାସ ଓ ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ।ଏହା ବହୁତ ଜରୁରୀ କି ଲମ୍ବା ନିଃଶ୍ୱାସ ନେବାର ଅଭ୍ୟାସ କରିବା।ଏହା ଆମ ଫୁସଫୁସ ପାଇଁ ଏକ୍ସରସାଇଜ ଭଳି କାମ କରିଥାଏ।ଏହା ବ୍ୟତୀତ ଆପଣ ମାନେ ତେଲ ମସଲା ଯୁକ୍ତ ଖାଦ୍ୟର ବ୍ୟବହର କମ କରିବେ।

Leave a Reply

Your email address will not be published. Required fields are marked *