October 19, 2024

Odia Express

Leading Odia News Portal of Odisha

ଘରେ ମୂର୍ତ୍ତି ଭାଙ୍ଗିବା ଦ୍ବାରା ଏହି ସଂକେତ ମିଳିଥାଏ – ମୂର୍ତ୍ତି ଭାଙ୍ଗିଗଲେ କଣ କରିବା ଦରକାର – ଏହି କଥା ଜାଣିରଖନ୍ତୁ ନହେଲେ ଜୀବନରେ ବହୁତ ହଇରାଣ ହେଇପାରନ୍ତି ଆପଣ

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖାଯାଇଥାଏ ତେବେ ତାହା ଆମ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।କିନ୍ତୁ ଘରର ଏପରି କିଛି ବସ୍ତୁ ରହିଥାଏ ଯାହାର ସଠିକ ବ୍ୟବହାର କରାନଯିବା ଫଳରେ ତାହାର କୁପ୍ରଭାବ ଆମ ଉପରେ ପଡ଼ିଥାଏ।ତାହା ମଧ୍ୟରୁ ଗୋଟିଏ ହେଉଛି ମୂର୍ତ୍ତି।ପ୍ରାୟ ସମସ୍ତ ହିନ୍ଦୁ ଘରେ ମନ୍ଦିର ରହିଥାଏ ଓ ସବୁଦିନ ପୂଜାପାଠ ନିୟମର ସହିତ କରାଯାଇଥାଏ।ମନ୍ଦିରରେ ସବୁଦିନ ନୀତି ନିୟମର ସହିତ ପୂଜା ଅର୍ଚ୍ଚନା କରିବା ଦ୍ଵାରା ଘରେ ଦେବତାଙ୍କର ବାସ ହୋଇଥାଏ,ଯାହା ଫଳରେ ଆମକୁ ମାନସିକ ଶାନ୍ତି ମିଳିଥାଏ।

କିନ୍ତୁ ଯଦି ସଠିକ ଭାବରେ ଏହାର ଯତ୍ନ ନିଆ ନଯାଇଥାଏ ତେବେ ଏହାର ଶୁଭ ଫଳ ମିଳିବା ବଦଳରେ ଏହାର ଖରାପ ପରିଣାମ ଆମକୁ ଭୋଗିବାକୁ ପଡ଼ିଥାଏ।ଘରର ଐସାନ୍ୟ କୋଣରେ ଦେବତାଙ୍କର ବାସ ରହିଥାଏ ତେଣୁ ଏହିଠାରେ ସର୍ବଦା ଶାନ୍ତି ରହିଥାଏ।ଏହି କୋଣ ମନ୍ଦିର ପାଇଁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଇଥାଏ।ତେଣୁ ଘରର ମନ୍ଦିର ଐସାନ୍ୟ କୋଣରେ ହିଁ ରହିବା ଆବଶ୍ୟକ।ଧାର୍ମିକ କାର୍ଯ୍ୟ ପାଇଁ ଦକ୍ଷିଣ କୋଣକୁ ବ୍ୟବହାର କରିବା ଫଳରେ ଅନେକ କୁପ୍ରଭାବ ପଡ଼ିଥାଏ ତେଣୁ କୌଣସି ବି ଧାର୍ମିକ କାର୍ଯ୍ୟ ପାଇଁ ଏହି ଦିଗକୁ ବ୍ୟବହାର କରିବା ଅନୁଚିତ।

ଘର ମନ୍ଦିରରେ ଅନ୍ୟ ଦେବିଦେବତାଙ୍କ ସହିତ ନିଜ କୁଳ ଦେବିଦେବତାଙ୍କ ମୂର୍ତ୍ତି ନିହାତି ରୂପରେ ରହିବା ଆବଶ୍ୟକ।ଏହା ସହିତ ତାଙ୍କର ଉଚିତ ନୀତିନିୟମ ସହିତ ଉପାସନା ମଧ୍ୟ ହେବା ଆବଶ୍ୟକ ନଚେତ ଆମକୁ ତାଙ୍କ କୃପାରୁ ବଞ୍ଚିତ ରହିବାକୁ ପଡିବ।ମନ୍ଦିରରେ ସକାଳେ ଓ ସନ୍ଧ୍ୟାରେ ଉଭୟ ସମୟରେ ପୂଜା ଓ ଆରାଧନା ହେବା ଆବସ୍ୟକ।ସବୁ ସମୟରେ ଧୂପ ଓ ଦୀପ ଜାଳିବା ଆବଶ୍ୟକ ଓ ନୈବେଦ୍ୟ ଅର୍ପଣ କରିବା ଆବଶ୍ୟକ।ଏହା ଫଳରେ ଦେବୀ ଦେବତାଙ୍କ କୃପା ସର୍ବଦା ଆମ ଉପରେ ରହିଥାଏ।

ଯଦି ଆମ ଘରେ ଏପରି କୌଣସି ମୂର୍ତ୍ତି ଭାଙ୍ଗିଯାଏ ଯାହାର ପ୍ରାଣ ପ୍ରତିଷ୍ଠା ହୋଇ ଆମେ ଏହାର ପ୍ରତିଦିନ ପୂଜା କରିଥାଉ ତେବେ ଆମକୁ ଏହି ମୂର୍ତ୍ତିକୁ ପ୍ରଣାମ କରି ସସମ୍ମାନର ସହିତ କୌଣସି ନଦୀରେ ବିସର୍ଜନ କରିଦେବା ଆବଶ୍ୟକ।ଭଙ୍ଗା ମୂର୍ତ୍ତିର ପୂଜା କରିବା ଠିକ ନୁହେଁ।ଏହି ମୂର୍ତ୍ତିକୁ ଯଦି ନଦୀରେ ବିସର୍ଜନ କରାଯିବା ସମ୍ଭବ ହେଉନାହିଁ ତେବେ ଏହି ମୂର୍ତ୍ତିକୁ ଅଶ୍ଵତଥ ବୃକ୍ଷ ମୂଳରେ ରଖିଦେବା ଆବଶ୍ୟକ।ଯଦି ଆପଣଙ୍କ ଘରେ କୌଣସି ଭଗବାନଙ୍କ ଫଟୋ ରହିଥାଏ ତେବେ ସେହି ଫଟୋକୁ ଚିରି ଫୋପାଡ଼ିବା ଉଚିତ ନୁହେଁ।

ଏହି ଫଟୋକୁ ଜଳାଇ ଏହାର ପାଉଁଶକୁ କୌଣସି ନଦୀରେ ବିସର୍ଜନ କରିବା ଆବଶ୍ୟକ।ମୂର୍ତ୍ତି ଭାଙ୍ଗିବାର ଅର୍ଥ ଏହା କି ଭବିଷ୍ୟତରେ ଆପଣଙ୍କ ଉପରକୁ ଆସୁଥିବା କିଛି ସଙ୍କଟ ବିଷୟରେ ଏହି ଭଗବାନ ଆପଣଙ୍କୁ ପୂର୍ବ ସୂଚନା ଦେଉଛନ୍ତି ଓ ସେହି ସଙ୍କଟକୁ ସେ ନିଜ ଉପରକୁ ନେଇ ଯାଇଛନ୍ତି।ଏଥିପାଇଁ ସଚେତନ ରହିବା ଆବଶ୍ୟକ।ଯଦି କୌଣସି ମୂର୍ତ୍ତି ତଳେ ପଡି ଭାଙ୍ଗି ନଯାଏ ତେବେ ଏହାକୁ ବିସର୍ଜନ ନକରି ଏହାକୁ ସ୍ୱଚ୍ଛ ଜଳରେ ସଫା କରି ଏହାକୁ ପୁଣି ପୂଜା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *