October 23, 2024

Odia Express

Leading Odia News Portal of Odisha

ଯେବେ ଏପରି ସଂକେତ ମିଳିବ ତେବେ ଜାଣିନେବ ଯେ ଭଗବାନ ତୁମ ଭବିଷ୍ୟ ଚମକାଇବାକୁ ଯାଉଛନ୍ତି..

ଆମ ଦୈନିକ ଜୀବନରେ ଏପରି କିଛି ସଂକେତ ରହିଛି ଯାହା ଆମକୁ ସୂଚନା ଦେଇଥାଏ କି ଆମର ଭଲ ସମୟ ଆସିବାକୁ ଯାଉଛି।ଆମ ଜୀବନ କେବଳ ୨ ଟି ସମୟ ଦ୍ଵାରା ଯୋଡ଼ି ହୋଇଥାଏ।ଯେପରିକି ଭଲ ସମୟ ଓ ଖରାପ ସମୟ।ଯେତେବେଳେ ମଣିଷର କିଛି ଭଲ ସମୟ ଆସିଥାଏ ସେତେବେଳ ଭଗବାନ ମଣିଷକୁ ପ୍ରାକୃତିକ ମାଧ୍ୟମରେ ଏହାର ସୂଚନା ଦେଇଥାନ୍ତି।ସକାଳୁ ଉଠିବା ମାତ୍ରେ ଯଦି ଆପଣଙ୍କ ମୁହଁରେ ଚମକ ଦେଖା ଦେଇଥାଏ ତେବେ ଆମେ ଜାଣିବା ଯେ ଆମର ସମସ୍ତ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି।

ଆଖି ଡେଇଁବା ମଧ୍ୟ ଏକ ବହୁତ ବଡ଼ ସଂକେତ ହୋଇଥାଏ।ଯେତେବେଳେ ମଣିଷର ବାମ ଆଖି ଡେଇଁଥାଏ ସେତେବେଳେ ଜାଣିବା ଦରକାର କି ଭଲ ସମୟ ଆସିବାକୁ ଯାଉଛି।ରାମାୟଣରେ ମଧ୍ୟ ଏହାର ପ୍ରମାଣ ଦିଆଯାଇଛି।ପୁଅ ମାନଙ୍କ ପାଇଁ ଡାହାଣ ଆଖିର ଡେଇଁବା ଓ ଝିଅମାନଙ୍କ ପାଇଁ ବାମ ଆଖିର ଡେଇଁବା ଶୁଭ ହୋଇଥାଏ।ଘର ସାମ୍ନାରେ ଗାଈ ବୋବାଇଲେ ତାହା ମଧ୍ୟ ଭଲ ସମୟ ଆସିବାର ସୂଚନା ଦେଇଥାଏ।ଯଦି ଆପଣଙ୍କ ଘରେ ବିଲେଇ ଛୁଆ ଦେଇଥାଏ ତେବେ ତାହା ଆପଣଙ୍କ ଘର ପାଇଁ ଶୁଭ ବୋଲି ବିଶ୍ୱାସ କରାଯାଏ।ଯଦି କୌଣସି ମାଙ୍କଡ ଆମ୍ବ ଖାଇ ଏହାର ଟାକୁଆ ଆପଣଙ୍କ ଘରେ ଆଣି ପକାଇ ଥାଏ ତେବେ ଏହାକୁ ମଧ୍ୟ ଶୁଭ ସମୟ ଆସିବାର ସଂକେତ ବୋଲି ବିଶ୍ୱାସ କରାଯାଏ।ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି ବୁଲନ୍ତି ତେବେ ଏହାକୁ ଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ।

ଯଦି ଆପଣଙ୍କ ଘରେ ରାତିରେ ଗାଈ ବୋବାଇଥାଏ ତେବେ ଏହାକୁ ଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ।ଘରେ ପ୍ରାକୃତିକ ଉପାୟରେ ପାରାର ବାସ,ଘରର ଅଗଣାକୁ ମୟୂର ଆସିଲେ ଏହାକୁ ମଧ୍ୟ ଶୁଭ ବୋଲି ବିଶ୍ୱାସ କରାଯାଇଥାଏ।ଯଦି ସ୍ୱପ୍ନରେ ଆପଣ ସଫା ପାଣି ଦେଖିଥାଆନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ଏବଂ ଯିବା ସମୟରେ ଆପଣ ବୁଢିଆଣୀ ଜାଲରେ ବୁଢିଆଣୀ ବୁଲୁଥିବାର ଦେଖିଲେ ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଂକେତ ଅଟେ।କୁଆଡେ ଯିବା ସମୟରେ ଯଦି ଆପଣଙ୍କ ବାମ ପାର୍ଶ୍ଵରେ ଆପଣଙ୍କୁ କୁକୁର,ମାଙ୍କଡ,ଓ ସାପ ଦେଖା ଯାଏ ତେବେ ଏହା ସଂକେତ ଦିଏ କି ଆପଣଙ୍କ ପାଖକୁ ଧନ ଆସିପାରେ।ସ୍ୱପ୍ନରେ ସବୁଜମୟ ପ୍ରାକୃତିକ ପରିବେଶ ଦେଖିବା ମଧ୍ୟ ଶୁଭ ସଂକେତ ଦେଇଥାଏ କି ଆପଣଙ୍କ ଜୀବନରେ ସବୁକିଛି ଭଲ ହେବାକୁ ଯାଉଛି।

ଯଦି ପୂଜା କରୁଥିବା ସମୟରେ ଭଗବାନଙ୍କ ପାଖରେ ରଖାଯାଇଥିବା ଫୁଲ ବା ପତ୍ର ପଡିଯାଇଥାଏ ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଂକେତ ହୋଇଥାଏ ଖୁବ ଶୀଘ୍ର ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ।ସକାଳୁ ସକାଳୁ ଉଠିବା ପରେ କ୍ଷୀର ଅଥବା ଦହିକୁ ଦେଖିବା ମଧ୍ୟ ଭଲ ସଂକେତ ହୋଇଥାଏ।ଯଦି କୌଣସି ପରୀକ୍ଷାକୁ ଯିବା ମାର୍ଗରେ ବାଟରେ କୌଣସି ଫୁଲ ପଡିଥିବାର ଦେଖିବାକୁ ମିଳେ ତେବେ ଏହା ସଫଳତାର ସଂକେତ ଦେଇଥାଏ।

Leave a Reply

Your email address will not be published. Required fields are marked *