October 17, 2024

Odia Express

Leading Odia News Portal of Odisha

ଦୁନିଆଁର ସବୁଠାରୁ ଶକ୍ତିଶାଳୀ ପରିବା ହେଲା କାଙ୍କଡ – ଅନେକ ରୋଗର ଉପଚାର ଏହି କାଙ୍କଡ଼ – ଜାଣନ୍ତୁ ଏହା ବିଷୟରେ

କାଙ୍କଡ ନାଁ ରେ ବହୁତ ଲୋକ ଏହି ପରିବାକୁ ଜାଣିଥିବେ,  ଅସଲରେ ଏହା କେବଳ ସ୍ୱାଦିଷ୍ଟ ଲାଗିନଥାଏ ବରଂ ସ୍ୱାସ୍ଥ୍ୟର ଦୃଷ୍ଟି କୋଣରୁ ଉତ୍ତମ ହୋଇଥାଏ, ଏହା ମୁଣ୍ତବିନ୍ଧା, କାନପୀଡା, ଖାସ,ପେଟ ସଂବନ୍ଧୀ ରୋଗ, ପାଇଲ୍ସ ଓ କୁଣ୍ତିଆ ପରି ସାଧାରଣ ରୋଗର ଉପଚାର ନିମନ୍ତେ କାର୍ଯ୍ୟ କରିଥାଏ,  ଏହା ଛଡା ବାଳ ଝଡିବା କମ୍ କରିବାରେ ବାଳ କୁ ମଜବୁତ୍ କରିବାରେ କାର୍ଯ୍ୟ କରେ । ଆଜିକାଲି ମୁଣ୍ତବିନ୍ଧା ସମସ୍ତଙ୍କୁ କେବେ ନା କେବେ ହେଉଛି, ଯଦି ଆପଣ କାଙ୍କଡ ତରକାରୀ ସେବନ କରିବେ ତେବେ ମୁଣ୍ତବିନ୍ଧାରୁ ଉପଶମ ମିଳିପାରିବ,  ୧-୨ ବୁନ୍ଦା କାଙ୍କଡର ପତ୍ରର ଜୁସ୍ ନାକରେ ନେଲେ ମୁଣ୍ତବିନ୍ଧା ଲାଘବ ହୁଏ କାଙ୍କଡର ଜଡକୁ ଘିଅ ସହ ପକାଇକରି ଘିଅକୁ ଛାଣିନିଅନ୍ତୁ, ୧-୨ ବୁନ୍ଧା ନାକରେ ପକାଇଲେ ଅର୍ଦ୍ଧକପାଳୀ ଦୁର ହୋଇଯାଏ ,କାଙ୍କଡର ଜଡକୁ ଗୋଲମରିଚ ସହ କିମ୍ବା ଲାଲ୍ ଚନ୍ଦନ ସହ ପେଷିକରି ସେଥିରେ ନଡିଆ ତେଲ ମିଶାଈକରି ମୁଣ୍ତରେ ଲଗାଇଲେ ମୁଣ୍ତବିନ୍ଧା କମ୍ ହୋଈଯାଏ ।

ଯଦି ଆପଣ ମସାଲାଦାର୍ , ରାଗ ଖାଈବାକୁ ପସନ୍ଦ କରନ୍ତି ତେବେ ପାଇଲ୍ସ ରୋଗହେବାର ସଂମ୍ଭାବନା ଅଧିକା ରୁହେ, ସେଥିରେ କାଙ୍କଡର ତରକାରୀ ଘରୋଇ ଉପାୟ ବହୁତ ଫାଈଦା ଦାୟକ ହୋଇଥାଏ, କାଙ୍କଡକୁ ଭାଜିକରି , ୫୦୦ ଗ୍ରାମ ମାତ୍ରା ଖାଇଲେ ରତ୍କାର୍ଶ ପାଇଲ୍ସ ରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କ ଖାସ ହେଉଛି , ତେବେ ୨ ଗ୍ରାମ ବାଞ୍ଝ କାଙ୍କଡ ଚୁର୍ଣ୍ଣରେ ୪ ଟି ଗୋଲମରିଚ ଚୁର୍ଣ୍ଣ ମିଶାଇକରି ପାଣିର ସହ ପେଶିକରି ପିଅନ୍ତୁ , ଏକ ଘଣ୍ଟା ପରେ କ୍ଷୀର ପିଆଇଲେ କଫ ଆପେ ଆପେ ବାହାରିଯିବ । ଯଦି ଖାଦ୍ୟପେୟ ଗଡବଡୀ କାରଣରୁ ଇନଫେକ୍ସନ୍ ହୋଇଛି , ତେବେ ୧-୨ ଗ୍ରାମ କାଙ୍କଡର ଜଡକୁ ଚୁର୍ଣ୍ଣ କରି ସେବନ କରିଲେ ଅରୁଚି ତଥା ଇନଫେକ୍ସନ୍ ରୁ ଜଲଦି ଉପଶମ ମିଳିବ ।

ଯଦି ଆପଣଙ୍କୁ ପିଲିଆ ହୋଇଛି ତେବେ ଆପଣ କାଙ୍କଡ ତରକାରୀ ସେବନ କରିପାରିବେ , କାଙ୍କଡର ଜଡର ରସ ୧-୨ ବୁନ୍ଧା ନାକରେ ପକାଇଲେ ପିଲିଆ ରୋଗ ଭଲ ହୋଈଯାଏ , ବାଞ୍ଝ କାଙ୍କଡ ଜଡକୁ ଚୁର୍ଣ୍ଣ କରି ନାକରେ ପକାଇଲେ ତଥା ଗିଲୋୟ ପତ୍ରକୁ ତକ୍ର ସହ ପେଷିକରି ପିଇଲେ ଲାଭ ହୋଇଥାଏ,  ମେଡିସିନ୍ ନେବା ପୁର୍ବରୁ ଆହାର ଉପରେ ବିଶେଷ ଧ୍ୟାଣ ରଖନ୍ତୁ , ପୁରୁଷଙ୍କ ମୁତ୍ରାଶୟରେ ଷ୍ଟୋନ୍ ହେବା ସମସ୍ୟା ଅଧିକା ହୋଇଥାଏ, ଷ୍ଟୋନ୍ ବାହାର କରିବାପାଇଁ କାଙ୍କଡ ଔଷଧୀ ପରି କାମ କରିଥାଏ,  ୫୦୦ ଗ୍ରାମ କାଙ୍କଡ ଜଡର ଚୁର୍ଣ୍ଣ କରି ଦଶ ଦିନ ଯାଏଁ କ୍ଷୀର ସହ ସେବନ କରିଲେ ଷ୍ଟୋନ୍ ତରଳିଯାଏ ।

ଆଜିର ଅସୁନ୍ତିଳିତ ଜୀବନଶୈଳୀରେ ଡାଇବେଟିଜ୍ ଏକ ମୁଖ୍ୟ ରୋଗ ହୋଇଛି, ଏହାକୁ ସଠିକ୍ ସମୟରେ କଣ୍ଟ୍ରୋଲ୍ କରିପାରିନଥାଉ, ଯାହା ଦ୍ୱାରା ନାନାପ୍ରକାରର ରୋଗର କାରଣ ହୋଇଯାଏ , ୧-୨ ଗ୍ରାମ କାଙ୍କଡ ଜଡକୁ ଚୁର୍ଣ୍ଣ କରି ସେବନ କରିଲେ ମଧୁମେହ ବା ଡାଇବେଟିଜ୍ ରୁ ଉପଶମ ମୀଳେ ।

ଯଦି କେଉଁ ରୋଗର ସାଇଡ୍ ଇଫେକ୍ଟ କାରଣରୁ ଶରୀରରେ କେଉଁଠି ଫୁଲିଯାଇଛି ,ତେବେ କାଙ୍କଡର ବ୍ୟବହାର କରିବା ଫାଈଦାଦାୟକ ହୋଇଥାଏ, ଏହାର ଚୁର୍ଣ୍ଣ କୁ ଗରମ ଜଳରେ ପକାଇ ଏହାକୁ ଫୁଲିଥିବା ଜାଗାରେ ଲଗାଇଲେ ଫୁଲାର ପୀଡା କମ୍ ହୋଈଯାଏ ।

Leave a Reply

Your email address will not be published. Required fields are marked *