October 23, 2024

Odia Express

Leading Odia News Portal of Odisha

ନିଜର ରାଶିରୁ ଜାଣନ୍ତୁ ଆପଣଙ୍କୁ କଣ ପସନ୍ଦ ନୁହଁ – ନିଜ ରାଶି ହିସାବ ରେ ନିଶ୍ଚୟ ଏହି କଥା ଜାଣିରଖନ୍ତୁ

ବନ୍ଧୁମାନେ ଆପଣ ଜାଣିଛନ୍ତି ଏପରି ଜିନିଷ ବା କଥା ଅଛି ଯାହା ଆପଣଙ୍କୁ ଜମା ବି ପସନ୍ଦ ନୁହଁ।ତେବେ ଯଦି ଆପଣଙ୍କୁ ଏହି ପ୍ରଶ୍ନ କେହି ଜଣେ ପଚାରିଲା ତାହେଲେ ତାକୁ କଣ ଉତ୍ତର ଦେବେ।ତେବେ ଆମେ ଆଜି ଏଠାରେ ଜାଣିବା କି କେଉଁ ରାଶିର ଲୋକଙ୍କୁ କେଉଁ ଜିନିଷ ଜମା ବି ପସନ୍ଦ ଲାଗେ ନାହିଁ।ତେବେ ଏ ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ ଆପଣ ସମ୍ପୂର୍ଣ୍ଣ ରୂପେ ଜାଣି ପାରିବେକି ଆପଣ ସବୁଠାରୁ ଅଧିକ କେଉଁ ଜିନିଷକୁ ନାପସନ୍ଦ କରନ୍ତି।

୧)ମେଷ ରାଶି: ଏହି ରାଶିର ଲୋକମାନଙ୍କୁ ସେହିମାନଙ୍କ ଉପରେ ରାଗ ଲାଗେ ଯେଉଁମାନେ ଖାଲିରେ ବସିକି ଗୋଡ଼ ହଲେଇଥାନ୍ତି।କଲ ବ୍ୟାକ କରିନଥାନ୍ତି, କିମ୍ବା ଯାହା ପାଖକୁ କଲ ଲଗେଇଲେ ଲାଗେନାହିଁ ସେମାନଙ୍କୁ ଏହି ରାଶିର ଲୋକ ପସନ୍ଦ କରିନଥାନ୍ତି।

୨)ବୃଷ ରାଶି: ଏହି ରାଶିର ଲୋକମାନଙ୍କୁ ସେଭଳି ଲୋକମାନଙ୍କୁ ପସନ୍ଦ କରନ୍ତି ନାହିଁ ଯେଉଁମାନେ କଥା କଥାରେ ମିଛ କଥା କହିଥାନ୍ତି।ଯେଉଁମାନେ ପର୍ଫୁମ ଓ ଡିଓ ଲଗାନ୍ତି ନାହିଁ ଏବଂ ତାଙ୍କ ଦେହରୁ ଖରାପ ବାସ୍ନା ଆସୁଥାଏ ସେମାନଙ୍କୁ ଏହି ରାଶିର ଲୋକ ନାପସନ୍ଦ କରନ୍ତି।

୩)ମିଥୁନ ରାଶି: ଏହି ରାଶିର ଲୋକମାନଙ୍କୁ ସେହିଭଳି ଲୋକ ନାପସନ୍ଦ ଯାହାର ମଜା କରିବାର ଓ ବୁଝିବାର କ୍ଷମତା କମ ଥାଏ।ଏହାସହ ଯେଉଁମାନେ ଧୀରେ କଥା ହୁଅନ୍ତି ଆଉ ଧୀରେ ଧୀରେ ଚାଲନ୍ତି ଏଭଳି ଲୋକ ଆପଣଙ୍କୁ ଜମା ପସନ୍ଦ ନୁହଁ।

୪)କର୍କଟ ରାଶି: ବହୁତ ଅଧିକ ଗରମ ପାଗ ଆପଣଙ୍କୁ ପସନ୍ଦ ହେଇନଥାଏ।ଅଧିକ ଶବ୍ଦ କରୁଥିବା କୌଣସି ବି ଜିନିଷ ଆପଣଙ୍କୁ ପସନ୍ଦ ନୁହଁ।ଆପଣଙ୍କୁ ସେଭଳି ଲୋକ ଜମା ବି ପସନ୍ଦ ନୁହଁ ଯେଉଁମାନେ ସମୟରୁ ବହୁତ ପୂର୍ବରୁ ଯାଗାରେ ପହଞ୍ଚିଯାଆନ୍ତି।

୫) ସିଂହ ରାଶି: ଏମାନେ ଉଭୟ ଗ୍ରୀଷ୍ମ ଓ ଶୀତ ଋତୁକୁ ନାପସନ୍ଦ କରନ୍ତି।ଏମାନେ ସେଭଳି ଲୋକମାନଙ୍କୁ ମଧ୍ୟ ପସନ୍ଦ କରନ୍ତି ନାହିଁ ଯେଉଁମାନେ ଉଚିତ ସମୟରେ ଏମାନଙ୍କର ପ୍ରଶଂସା କରନ୍ତି ନାହିଁ।

୬)କନ୍ୟା ରାଶି: ଏହି ରାଶିର ଲୋକମାନେ ସେଭଳି ଲୋକଙ୍କୁ ନାପସନ୍ଦ କରିଥାନ୍ତି ଯେଉଁମାନେ ଠିକରେ ଖାଇବା ଖାଇପାରନ୍ତି ନାହିଁ।ଏଭଳି ଲୋକଙ୍କୁ ବି ଏମାନେ ନାପସନ୍ଦ କରନ୍ତି ଯେଉଁମାନଙ୍କୁ କଥା କହିବାର ଠିକ ଢଙ୍ଗ ଜଣା ନାହିଁ।

୭)ତୁଳା ରାଶି: ଯେଉଁମାନେ ପଶୁପକ୍ଷୀମାନଙ୍କ ପ୍ରତି କଠୋର ବ୍ୟବହାର କରିଥାନ୍ତି ସେଭଳି ଲୋକମାନଙ୍କୁ ଏହି ରାଶିର ଲୋକମାନେ ନାପସନ୍ଦ କରିଥାନ୍ତି।ଏହା ସହ ସେହିଭଳି ଲୋକ ଯେଉଁମାନେ ଏମାନଙ୍କୁ ଧୀର ସଙ୍ଗୀତ ଶୁଣାଇଥାଆନ୍ତି, ସେମାନେ ଏମାନଙ୍କୁ ଜମା ବି ପସନ୍ଦ ନୁହଁ।

୮)ବିଛା ରାଶି: ଯେଉଁ ଲୋକମାନେ କିଛି ଜିନିଷ ମାଗି ନେଇ ଯାଇ ଫେରେଇବାକୁ ଭୁଲିଯାନ୍ତି ସେଭଳି ଲୋକଙ୍କୁ ଏହି ରାଶିର ଲୋକମାନେ ନାପସନ୍ଦ କରନ୍ତି।

୯)ଧନୁ ରାଶି: କାହା ପାଇଁ ଅପେକ୍ଷା କରିବା ଏମାନଙ୍କୁ ଜମା ବି ପସନ୍ଦ ନୁହଁ।ଏଭଳି ଲୋକଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ ଯେଉଁମାନେ ସବୁବେଳେ କଥା କଥାରେ ଶିକାୟତ କରିଥାନ୍ତି।

୧୦)ମକର ରାଶି: ଏହି ରାଶିର ଲୋକମାନେ ପଇସାକୁ ନେଇକି ଅଧିକ ସଚେତ ଅଟନ୍ତି।ତେଣୁ ଯେଉଁମାନେ ଅଯଥା ଖର୍ଚ୍ଚ କରନ୍ତି ଓ ପଇସା ନେଇ ଫେରାନ୍ତି ନାହିଁ ସେଭଳି ଲୋକଙ୍କୁ ଏମାନେ ଜମା ପସନ୍ଦ କରନ୍ତି ନାହିଁ।

୧୧)କୁମ୍ଭ ରାଶି: ମିଛ ଓ ବିଶ୍ୱାସଘାତୀ ଲୋକ ଆପଣଙ୍କୁ ଜମା ବି ପସନ୍ଦ ନୁହଁ।ଏହାସହ ଯେଉଁମାନେ ବେଶୀ ଲାଜ କରିଥାନ୍ତି ଏଭଳି ଲୋକଙ୍କୁ ମଧ୍ୟ ଆପଣ ନାପସନ୍ଦ କରନ୍ତି।

୧୨)ମୀନ ରାଶି: ଯେଉଁମାନେ ମଦ୍ୟପାନ କରନ୍ତି ସେମାନଙ୍କୁ ଆପଣ ପସନ୍ଦ କରନ୍ତି ନାହିଁ।ଯେଉଁମାନେ ଜୋରରେ ବଡ଼ ପାଟିରେ ହସନ୍ତି, ସେଭଳି ଲୋକଙ୍କୁ ମଧ୍ୟ ଆପଣ ନାପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *