ପାଞ୍ଚ ମିନିଟରେ ଦାନ୍ତ ଯନ୍ତ୍ରଣା କମ କରିବା ପାଇଁ ଘରୋଇ ଉପାୟ – ଏହି ଉପାୟ ଆଜି ଘରେ କରିକି ଦେଖନ୍ତୁ
ସାଙ୍ଗ ମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଆପଣ କିପରି ଆପଣଙ୍କ ଦାନ୍ତର ସମସ୍ୟା ଦୂର କରିପାରିବେ।ଦାନ୍ତର ଯନ୍ତ୍ରଣା ବହୁତ୍ କଷ୍ଟଦାୟକ ହୋଇଥାଏ।ଯେତେବେଳେ ବି ଆପଣ ଖାଇବା ଖାଇଥାନ୍ତି ତ ତାହାର କିଛି ଅଂଶ ଆମ ଦାନ୍ତର ଥିବା ଛୋଟ ଛୋଟ କଣା ରେ ରହି ଯାଆନ୍ତି।ବିଭିନ୍ନ ପ୍ରକାର ଜୀବାଣୁ ରହିବ ଦ୍ଵାରା ସେମାନେ ଆମେ ଖାଉଥିବା ଖାଦ୍ୟ କୁ ପଚାଇ ଦେଇଥାନ୍ତି ଓ ଆମ ଦାନ୍ତ ରୁ ଦୁର୍ଗନ୍ଧ ବାହାରି ଥାଏ।ଏହାକୁ ଶାଗ କରିବା ନିହାତି ଦରକାର।ସାଙ୍ଗମାନେ ଆଜି ମଧ୍ୟ ମୁଁ ଆପଣ ମାନଙ୍କୁ କହିବି ଯେ କିପରି ଆପଣ ନିଜ ଗନ୍ଧିଆ ଅସନା ଦାନ୍ତକୁ ମୋତି ଭଳିଆ ଚମକାଈ ପାରିବେ।ଯଦି ଆପଣ ପାନ,ବିଡି,ଖଇନି ତମ୍ବାକୁ ଆଦି ଖାଉଛନ୍ତି ତ ଆପଣ ଏହାକୁ ନିହାତି ପ୍ରୟୋଗ କରିବା ଉଚିତ।
ଆଜି ମୁଁ ଆପଣ ମାନଙ୍କୁ ଏକ ସମ୍ପୂର୍ଣ୍ଣ ଆୟର୍ବେଦିକ ଉପାୟ କହିବି ଯାହାକୁ ଆପଣ ଯେତେ ଇଚ୍ଛା ସେତେ ପ୍ରୟୋଗ କରିପାରିବେ।ଆପଣ ପ୍ରଥମେ ଏକ ଗିଲାସ ରେ ଗରମ ପାଣି ନେବେ ଓ ସେଥିରେ କିଛି ଫିଟିକିରି ପକାଇ ଦେବେ।ଏହା ଆପଣଙ୍କୁ ଅତି ସହଜରେ ମିଳିଯିବ।ଏହା ପରେ ସେହି ପାଣିକୁ କୁଳୁ କୁଳୁ କରିବେ।ଏହା କରିବା ଦ୍ୱାରା ଆପଣକଂ ଦାନ୍ତ ଭିତରେ ଥିବା ବ୍ୟାକ୍ଟେରଆ ମାନେ ମରିଯିବେ।ଏହି ପ୍ରକ୍ରିୟା ବହୁତ୍ ପୁରୁଣା କାଳରୁ ବ୍ୟବହାର ହୋଇ ଆସୁଚି।
ଆପଣମାନେ ନେବେ ଲେମ୍ବୁର ବ୍ୟବହାର ମଧ୍ୟ କରିପାରିବେ।କାରଣ ଏଥିରେ ସାଇଟ୍ରିକ ଏସିଡ ଥାଏ,ଯାହା ଆମ ଯନ୍ତ୍ରଣାକୁ ବହୁ ମାତ୍ରାରେ କମାଇ ଦେଇଥାଏ। ଦାନ୍ତ କୁ ସଫା କରିବାରେ ସାହାଯ୍ୟ କରି ଥାଏ।ଆପଣମାନେ ପ୍ରତିଦିନ ସକାଳୁ ଉଠି ଯଦି ଲେମ୍ବୁ ଚୋପାରେ ଦାନ୍ତ ଘସିବେ ତ ଏହା ଆପଣଙ୍କ ସମସ୍ୟା ଦୂର କରିଦେବ।ଆପଣ ଦାନ୍ତକାଠିର ବ୍ୟବହାର କରନ୍ତୁ।କାରଣ ଟୁଥବ୍ରଶରେ ବାରମ୍ବାର ଦାନ୍ତ ଘଷିବା ଦ୍ଵାରା ଏହା ଆପଣଙ୍କ ମାଢି ଉପରେ ବହୁତ ଖରାପ ପ୍ରଭାବ ପକାଏ।
ଏବେ ଆଉ ଏକ ଉପାୟ କହୁଚି ଯାହାର ଦାନ୍ତ ପୁରା ହଳଦିଆ ପଡ଼ିଯାଇଛି।ଆମ୍ବ ପତ୍ର କୁ ଆଣି କିଛି ସମୟ ଚୋବାନ୍ତୁ।ଚୋବେଇବା ପରେ ତାହା ଚଟଣୀ ପରି ହୋଇଯିବ।ତାକୁ ଦାନ୍ତ ଉପରେ ରଗଡନ୍ତୁ ଦାନ୍ତ ପୁରା ସଫା ହୋଇଯିବ।ଏହାଦ୍ବାରା ଆମେ ପାଇରିଆ ଭଳି ରୋଗରୁ ମୁକ୍ତି ପାଇପାରିବା।ଘରେ ଯଦି ସୋରିଷ ତେଲ ଅଛି ତ ନିଅନ୍ତୁ,ତା ସହିତ କିଛି ହଳଦୀ ମଧ୍ୟ ନିଅନ୍ତୁ ଓ କିଛି ଲୁଣ ମଧ୍ୟ ନିଅନ୍ତୁ।ଏହି ତିନି ଟିକୁ ଭଲ ଭାବରେ ମିଶାଇ ଦିଅ।ଏବେ ଭଲଭାବେ ଆପଣ ଏହାକୁ ଘସନ୍ତୁ।ଏହାଦ୍ବାରା ଆପଣଙ୍କ ଦାନ୍ତର ଯନ୍ତ୍ରଣା କମିଯିବ।