December 26, 2024

Odia Express

Leading Odia News Portal of Odisha

ଗୋଟେଥରରେ ହିଁ ଗଳାର ସବୁ ଇଂଫେକ୍ସନ,ବଥା,କାଶ,କଫ ଏବଂ କବ୍ଜ ଆଦି ତୁରନ୍ତ ଠିକ ହେବ ଏହି ଉପାୟ ଦ୍ୱାରା…

ଆଜି ଆମେ ଆପଣଙ୍କ ପାଇଁ ସବୁପ୍ରକାର କାଶର ରାମବାଣ ଉପାୟ ନେଇ ଆସିଛୁ।ଏହା ଗଳା ସହ ଯୋଡିଥିବା ସବୁପ୍ରକାର ସମସ୍ୟାକୁ ଦୁର କରିଥାଏ।ସାଙ୍ଗମାନେ ବହୁତ ଥର କଣ ହୁଏକି ବହୁତ ଅଧିକ ଖାଇଦେଲେ କିମ୍ବା ତେଲ କିମ୍ବା ମସଲାଯୁକ୍ତ ଖାଇବା ଖାଇଦେଲେ ଆମ ପାଚନଶକ୍ତି ଦୁର୍ବଳ ପଡିଯାଏ ଏବଂ ଖାଇବା ଠିକ ଭାବରେ ହଜମ ହୁଏ ନାହିଁ ଏବଂ ବାରମ୍ବାର ଗ୍ୟାସ ହୋଇଥାଏ।ଏହାସହିତ ବଦହଜମ ମଧ୍ୟ ହୋଇଥାଏ ଏବଂ ସକାଳୁ ପେଟ ଭଲ ଭାବରେ ସଫା ମଧ୍ୟ ହୁଏ ନାହିଁ।ଦେଖିବାକୁ ଗଲେ ଏହି ରୋଗ ବହୁତ ସାଧାରଣ ହୋଇଗଲାଣି କାରଣ ପାଖାପାଖି ପ୍ରତ୍ୟେକ ଲୋକ ଏହି ରୋଗରେ ପଡ଼ିଥାନ୍ତି।ତ ଆଜି ଆମେ ଆପଣଙ୍କ ସହିତ ଏମିତି ଏକ ସହଜ ନୁଷ୍କା ସେୟାର କରିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ହଜମ ଶକ୍ତିକୁ ବଢ଼େଇ ପାରିବେ।ଯଦି ଆପଣ ବହୁତ ଅଧିକ ଖାଇବା ଖାଇଦିଅନ୍ତି ଏବଂ ଖାଇବା ପରେ ଯଦି ଆପଣ ଏହାକୁ ନିଅନ୍ତି ତାହେଲେ ଖାଇଥିବା ଖାଇବା ବହୁତ ସହଜରେ ହଜମ ହୋଇଯିବ।

ଆପଣ ଏହି ନୁଷ୍କାକୁ ନିଜ ହାତରେ ହି ତିଆରି କରିପାରିବେ।ଏହା ଏକ ବହୁତ ସହଜ ଉପାୟ ଅଟେ ଗ୍ୟାସ,ଏସିଡିଟି ଏବଂ ବଦହଜମକୁ ଦୁର କରିବା ପାଇଁ।ତ ଆସନ୍ତୁ ଆରମ୍ଭ କରିବା।ତ ସବୁଠୁ ପ୍ରଥମେ ଆପଣ ଗୋଟେ ଜାଗାରେ ପାଣି ନେବେ।ଏହାପରେ ସେଥିରେ ନିଅନ୍ତୁ ୨ଟା କଳାମରିଚ।ଏହାକୁ ପୁରା କୁଟିକରି ସେଥିରେ ପକାନ୍ତୁ କିନ୍ତୁ ପାଉଡର ବ୍ୟବହାର କରନ୍ତୁ ନାହିଁ।ଏହାପରେ ଏକ ଛୋଟ ଅଦା ସେଥିରେ ପକାନ୍ତୁ।ଏହାକୁ ପୁରା ଛୋଟ ଛୋଟ କରି ପକାନ୍ତୁ ଯେମିତି ସବୁ ରସ ଆସିଯିବ।ଏହାପରେ ଆମେ ନବା ତୁଳସୀ ପତ୍ର ଯାହା ଆଣ୍ଟି ଅକ୍ସୀଡେଣ୍ଟରେ ଭରପୁର ରହିଥାଏ ଏବଂ ସବୁପ୍ରକାର ରୋଗରୁ ମୁକ୍ତି ପାଇଁ ଲାଭଦାୟକ ହୋଇଥାଏ।ତେବେ ୫ ରୁ ୬ଟି ତୁଳସୀ ପତ୍ର ଏଥିରେ ପକାନ୍ତୁ।

ଏହାପରେ ଆମେ ନେବା ଡାଲଚିନି।ଏହାଗୋଟେ ପ୍ରକାରର ଗରମ ମସଲା ଅଟେ ଯାହା ଆପଣଙ୍କୁ ସହଜରେ ତେଜରାତି ଦୋକାନରେ ମିଳିଯିବ।ଏକ ବହୁତ ଛୋଟ ଡାଲଚିନକୁ ବ୍ୟବହାର କରନ୍ତୁ ଏବଂ ଏହାକୁ ପୁରା ଭାଙ୍ଗି ଭାଙ୍ଗି ପକାନ୍ତୁ ଯେମିତି ସବୁ ରସ ଆସିଯିବ।ଏହାକୁ ଆପଣ ବର୍ଷା ସମୟରେ କିମ୍ବା ଖରା ସମୟରେ ମଧ୍ୟ ବ୍ୟବହାର କରିପାରିବେ।ଶେଷରେ ସବୁଠୁ ମୁଖ୍ୟ ଜିନିଷ ହେଉଛି ମୁଲେଠି।ଏହା ଆପଣଙ୍କୁ ବହୁତ ସହଜରେ ଜାଡ଼ିବୁଟି ଦୋକାନରେ ମିଳିଯିବ।ଆପଣ ଯାହା ବ୍ୟବହାର କରିବେ ତାହା ହେଉଛି ମୁଲେଠି ପାଉଡର।ଆପଣ ପାଉଡର ବ୍ୟବହାର କରିପାରିବେ କିମ୍ବା ଏହାର କାଠ ମଧ୍ୟ ବ୍ୟବହାର କରିପାରିବେ।ଦୁଇଟି ହି ଲାଭଦାୟକ ଅଟେ।ଏଠି ପାଖାପାଖି ୧ ଚାମଚ ପାଉଡରର ବ୍ୟବହାର କରିବେ ଏବଂ ଏହାପରେ ଏହାର କାଢା ତିଆରି କରନ୍ତୁ।

ଏହି ପାଉଡର ଟିକେ ମିଠାଳିଆ ମଧ୍ୟ ହୋଇଥାଏ ତେଣୁ ଛୋଟ ଛୁଆ ଏହାକୁ ବହୁତ ଭଲ ଭାବରେ ପିଇ ପାରିବେ।ଏହାର ସବୁଠୁ ମୁଖ୍ୟ କାମ ହେଉଛି ଏହା ଶରୀରରେ ଅମ୍ଳଜାନର ସ୍ତର କେବେ କମାଇବାକୁ ଦିଏ ନାହିଁ ସବୁବେଳେ ତାହାକୁ ସ୍ଥିର ରଖିଥାଏ।ଏହାପରେ ଆପଣ ଏହାକୁ ଛାଣି ନିଅନ୍ତୁ ଏବଂ ସକାଳେ ଏବଂ ସନ୍ଧ୍ୟାରେ ଠିକ ଏକ କପ କରି ପିଇବା ଆରମ୍ଭ କରନ୍ତୁ।ଆପଣ ଖାଲି ପେଟରେ ମଧ୍ୟ ପିଇପାରିବେ କିମ୍ବା ଖାଇବା ଖାଇବାର ୧ ରୁ ୨ ଘଣ୍ଟା ପରେ ମଧ୍ୟ ପିଇପାରିବେ।ଯଦି ଛୋଟ ଛୁଆଙ୍କୁ ଦେଉଛନ୍ତି ତାହେଲେ ଗୋଟେ ଚାମଚ ହି ଠିକ ହୋଇଥାଏ।ଏହା ମିଠା ହୋଇଥାଏ ତେଣୁ ଆପଣଙ୍କୁ ଏଥିରେ ଗୁଡ଼ କିମ୍ବା ମହୁ ମିସାଇବାକୁ ପଡେନାହିଁ।

Leave a Reply

Your email address will not be published. Required fields are marked *