ଆଖିର ତେଜ ବଢ଼ାଇବା ପାଇଁ କଣ ଖାଇବେ?ନିଜ ପିଲାଙ୍କୁ ଏହି ଖାଇବା ଦିୟନ୍ତୁ ଓ ଘରୋଇ ଚିକିସ୍ୟ ରେ ଆଖି କୁ ସଫା ଓ ନିର୍ମଳ କରନ୍ତୁ
ସାଙ୍ଗମାନେ ପିଲା ମାନଙ୍କଠାରୁ ଆରମ୍ଭ କରି ବଡ଼ ମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ଆଖିର ରୋଗ ହୋଇଥାଏ।କାରଣ ପିଲାମାନେ ବହୁତ ସମୟ ମୋବାଇଲ ବ୍ୟବହାର କରୁଛନ୍ତି ଓ ବୟସ୍କ ମାନେ ଲାପଟପରେ ଅଧିକ ସମୟ ବିତାଇବା ଯୋଗୁ ଆଖିର ସମସ୍ୟା ସୃଷ୍ଟି ହୁଏ।ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଭୋଗିବାକୁ ପଡେ ଯେପରି ଡ୍ରାଏ ଆଇ,ଆଖିରୁ ପାଣି ଦେବା,ଝାପସା ଦେଖାଯିବା ଆଦି ସମସ୍ୟା ଆପଣଙ୍କ ଆଖିର ଠିକ ଯତ୍ନ ଅଭାବରୁ ଦେଖାଦେଇଥାଏ।ଆଜି ମୁଁ ଆପଣ ମାନଙ୍କୁ କିଛି ଫୁଡ ମାନଙ୍କ ବିଷୟରେ କହିବି ଯାହାକୁ ଆପଣ ରେଗୁଲାର ଭାବରେ ଯଦି ନିଅନ୍ତି ତେବେ ଆପଣଙ୍କ ଆଖି ସହିତ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ।
ଭିଟାମିନ ଏ,ବି,ସି ଆଦି ଆମ ଆଖି ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟନ୍ତି।ବିଶେଷକରି ଭିଟାମିନ ଏ ର ଅଭାବ ଆଖିରେ ବହୁତ ସମସ୍ୟା ସୃଷ୍ଟି କରିଥାଏ।ଆଉ ଏକ ଜିନିଷ ହେଉଛି ବିଟା କ୍ୟାରୋଟିନ।ଏହା ମଧ୍ୟ ଆଖିର ସ୍ବାସ୍ଥ୍ୟ ପାଇଁ ବହୁତ ଜରୁରୀ।ଏହାପରେ ଆସିବ ଓମେଗା ୩ ଫ୍ୟାଟି ଏସିଡ।ଏହା ମଧ୍ୟ ଆମ ଆଖି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ରୋଲ କରିଥାଏ। ଜୀଙ୍କ ମଧ୍ୟ ଆମ ଆଖିର ଦୃଷ୍ଟି ଶକ୍ତି ପାଇଁ ବହୁତ ଜରୁରୀ ଅଟେ।
ପାଲକ,ହଳଦିଆ ଗାଜର ଆଦିରେ ପ୍ରଚୁର ପରିମାଣରେ ଲ୍ୟୁଟିନ ରହିଥାଏ।ଯଦି ଆପଣ ଏହାକୁ ନିୟମିତ ବ୍ୟବଧାନରେ ଗ୍ରହଣ କରୁଛନ୍ତି ତ ଏହା ଆପଣଙ୍କ ଆଖି ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଗାଜରରେ ପ୍ରଚୁର ପରିମାଣରେ ଭିଟାମିନ ଏ ରହିଛି।ଏହା ଦୃଷ୍ଟି ଶକ୍ତି ପାଇଁ ବହୁତ ଜରୁରୀ ଅଟେ।ଆପଣ ଲେମ୍ବୁ,କମଳା,ଲଙ୍କା ଆଦି ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଭିଟାମିନ ସି ର ସୃଷ୍ଟି ହୋଇଥାଏ।ଆପଣ ଯେଉଁ ଫ୍ୟାଟ ନେଉଛନ୍ତି ସେଥିରେ ଭିଟାମିନ ଇ ରହିଛି।
ବିଟା କ୍ୟାରୋଟିନ ଆମ ଆଖି ଉପରେ ଅନେକ ପ୍ରଭାବ ପକାଇଥାଏ। ସାଧାରଣତଃ ଗାଜରରେ ପ୍ରଚୁର ପରିମାଣରେ ବିଟା କ୍ୟାରୋଟିନ ରହିଥାଏ। କନ୍ଦମୂଳରେ ମଧ୍ୟ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ମିଳିଥାଏ।ତେଣୁକରି ଏହାର ମଧ୍ୟ ସେବନ କରିବା ନିହାତି ଜରୁରୀ।ଏହାଦ୍ବାରା ଆପଣଙ୍କ ଶରୀରରେ ବିଟା କ୍ୟାରୋଟିନର ଅଭାବ ରହିବ ନାହିଁ।
ଓମେଗା ୩ ଫ୍ୟାଟି ଏସିଡ ମଧ୍ୟ ଆମ ଆଖି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ଆମକୁ ମାଛରେ ମିଳିଥାଏ।ଯଦି ଆପଣ ଆମିଷ ଖାଇଥାନ୍ତି ତ ମାଛରୁ ଆପଣଙ୍କୁ ଏହା ମିଳିପାରିବ।ବାଦାମ ଆଦିରେ ମଧ୍ୟ ପ୍ରଚୁର ପରିମାଣରେ ଓମେଗା ୩ ଫ୍ୟାଟି ଏସିଡ ମିଳିଥାଏ।କିଛି ମଞ୍ଜିରେ ମଧ୍ୟ ଏହା ରହିଥାଏ ଯେପରି କଖାରୁ ମଞ୍ଜି। ଯିଙ୍କ ଆମକୁ ଡାଲି,ପନିପରିବା ଆଦିରେ ମିଳିଥାଏ।ଯଦି ଆପଣ ନିୟମିତ ଭା