October 22, 2024

Odia Express

Leading Odia News Portal of Odisha

ମଜାଦାର ପ୍ରଶ୍ନ ଉତର – ବାପା ଝିଅକୁ ଗୋଟିଏ ଜିନିଷ ଦେଲା ଆଉ କହିଲା ଭୋକ ଲାଗିଲେ ଖାଇଦବୁ ଶୋଷ ଲାଗିଲେ ପିଇଦବୁ ଆଉ ଥଣ୍ଡା ଲାଗିଲେ ଜଳେଇ ଦବୁ କୁହନ୍ତୁ ତାହା କଣ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

ଆଜି ମୁଁ ଆପଣ ମାନଙ୍କୁ କିଛି ପ୍ରହେଳିକା ଦେବି।ଆପଣ ଏହାର ଉତ୍ତର ଦଶ ସେକେଣ୍ଡ ଭିତରେ ଦେବେ।ଯଦି ଆପଣ ଏହାର ଉତ୍ତର ଦଶ ସେକେଣ୍ଡ ଭିତରେ ଦେଉଛନ୍ତି ତ ଆପଣ ଏକ ଜିନିଅସ ଅଟନ୍ତି। ତ ଚାଲନ୍ତୁ ଆରମ୍ଭ କରିବା।

୧:- ଦୁଇଟି ସୁନ୍ଦର ଝିଅ ଦୁହିଁଙ୍କ ରଙ୍ଗ ସମାନ ଜଣେ ଅଲଗା ହୋଇଗଲେ ଅନ୍ୟଟି କାମରେ ନଆସେ।

ଉ:- ଜୋତା

୨:- ବାପା ଝିଅକୁ ଗୋଟିଏ ଜିନିଷ ଦେଲା ଆଉ କହିଲା ଭୋକ ଲାଗିଲେ ଖାଇଦବୁ ଶୋଷ ଲାଗିଲେ ପିଇଦବୁ ଆଉ ଥଣ୍ଡା ଲାଗିଲେ ଜଳେଇ ଦବୁ କୁହନ୍ତୁ କଣ?

ଉ:- ନଡ଼ିଆ

୩:- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବନ୍ଦ କରିପାରୁ କିନ୍ତୁ ଖୋଲିପାରି ନଥାଉ।

ଉ:- ଆଲାର୍ମ

୪:- ଲାଲ ଡବାରେ ଅଛି ହଳଦିଆ ଖଣି ଖଣିରେ ଅଛି ମୋତି ଦାନା କୁହନ୍ତୁ କଣ?

ଉ:- ଡାଳିମ୍ବ

୫:- ଚଉକି ଉପରେ ବସିଚି ରାଣୀ ମୁଣ୍ଡରେ ନିଆଁ, ଦେହରେ ପାଣି।

ଉ:- ମହମବତୀ

୬:- ହରା ଥିଲା ମନ ଭରା ଥିଲା ଲକ୍ଷେ ମୋତି ମୂଳରେ ଥିଲା ରାଜାଙ୍କ ବଗିଚାରେ ଓଢନୀ ଟାଣି ଠିଆ ହୋଇଥିଲା।

ଉ:- ମକା

୭:- ସିଏ କିଏ ଯାହାକୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡେ।

ଉ:- ଅଣ୍ଡା

୮:- ବୁଝା ଭାଇ ଗୋଟେ ପ୍ରହେଳିକା ଯେବେ କାମୁଡିବ ତ ପୁରା ନୂଆ।

ଉ:- ପେନ୍ସିଲ

୯:- ଏହା କଣ ଯାହା ତୁମର କିନ୍ତୁ ତୁମଠୁ ଅଧିକ ଅନ୍ୟ ଲୋକ ବ୍ୟବହାର କରନ୍ତି।

ଉ:- ତୁମର ନାମ

୧୦:- ମୁଁ ବଞ୍ଚିନି ତଥାପି ମୋର ପାଞ୍ଚ ପାଞ୍ଚଟି ଆଙ୍ଗୁଠି କୁହନ୍ତୁ କିଏ ମୁଁ?

ଉ:- ଦସ୍ତାନେ

Leave a Reply

Your email address will not be published. Required fields are marked *