October 20, 2024

Odia Express

Leading Odia News Portal of Odisha

ଥଣ୍ଡା ଜ୍ୱର ଏବଂ କଫରୁ ମୁକ୍ତି ପାଇବାର ଘରୋଇ ଉପଚାର – ଏପରି ଉପାୟ ଆପଣ ଆଗରୁ କେବେ ଜାଣିନଥିବେ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କାଶ ପାଇଁ ଏକ ଘରୋଇ ଉପାୟ ବତାଇବୁ।ତାହା ସାଧାରଣ କାଶ ହେଉ କିମ୍ବା କଫ ଜନିତ କାଶ ହେଉ ଏହି ଉପାୟ ଦ୍ୱାରା ଭଲ ହୋଇଜାଇଥାଏ।ଅନେକ ଲୋକ ବର୍ତ୍ତମାନ ସମୟରେ ଏହା ଭାବିଥାନ୍ତି ଯେ ଯଦି ସେମାନଙ୍କୁ କାଶ କିମ୍ବା ଥଣ୍ଡା ଏହି ସମୟରେ ହେଉଛି ତେବେ ତାଙ୍କୁ ଡର ଲାଗିଥାଏ ଏହା କରୋନା କାରଣରୁ ହୋଇଥାଇ ପାରେ କିନ୍ତୁ ସମସ୍ତ ପ୍ରକାର ଥଣ୍ଡା କାଶ କରୋନା କାରଣରୁ ହୋଇନଥାଏ।ଯଦି ଆପଣଙ୍କୁ କାଶ ହେଉଛି କିମ୍ବା ଗଳାରେ ଦରଜ ହେଉଥାଏ ତେବେ ଆଜିର ଏହି ଆର୍ଟିକିଲରେ ଆମେ ଦୁଇଟି ଘରୋଇ ଉପଚାର ଜଣାଇବାକୁ ଯାଉଛୁ।ଏବଂ ଏହା ବହୁତ ଅଧିକ କାର୍ୟ୍ଯକାରୀ ଅଟେ।

ଆପଣମାନେ ଏହାକୁ ବଡ଼ ମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କୁ ସମସ୍ତିଙ୍କୁ ଦେଇପାରିବେ।ଏବଂ ଏହାଦ୍ୱାରା ସମସ୍ତିଙ୍କୁ ବହୁତ ଜଲଦି ଉପକାର ମିଳିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।ଯଦି ଆପଣ ସୁସ୍ଥ ମଧ୍ୟ ଅଛନ୍ତି ତେବେ ମଧ୍ୟ ଏହି ଉପାୟର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ନାକ ଠାରୁ ନେଇ ଫୁସଫୁସ ଯାଏଁ ସମସ୍ତ ଶ୍ୱସନ ଅଙ୍ଗ ସୁସ୍ଥ ରହିଥାଏ ଏବଂ ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢ଼ିଥାଏ।ଏବଂ ଏହାଦ୍ୱାରା ଆପଣଙ୍କୁ କଫ ମଧ୍ୟ ହୋଇନଥାଏ।

କାରଣ ଯଦି ଆପଣଙ୍କୁ କଫ ହୋଇଥାଏ ତେବେ ଜ୍ୱର, କାଶ ହେବାର ସମ୍ଭାବନା ଅଧିକ ରହିଥାଏ।ଏହି ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ୮ରୁ ୧୦ ଲବଙ୍ଗ ଏବଂ ୮ରୁ ୧୦ ଖଣ୍ଡ ଗୋଲମରିଚ।ଏହାକୁ ଆପଣ ଅଧିକ ପରିମାଣରେ କରି ଅଧିକ ସମୟ ପର୍ଯ୍ୟନ୍ତ ରଖି ବ୍ୟବହାର ମଧ୍ୟ କରିପାରିବେ।ଏବଂ ଅନ୍ୟ ସାମଗ୍ରୀର ବ୍ୟବହାର ଆପଣ ଏହାକୁ ସେବନ କରିବା ସମୟରେ କରନ୍ତୁ।ପ୍ରଥମେ ଏକ ପ୍ୟାନରେ ଏହି ଗୋଲ ମରିଚ ଏବଂ ଲବଙ୍ଗ ନେଇ ହାଲ୍କା ଭାବରେ ଗରମ କରନ୍ତୁ।ଏବଂ ବିନା ତେଲ କିମ୍ବା ଘିଅରେ ଏହାକୁ କରନ୍ତୁ।କିଛି ସମୟପରେ ଆପଣଙ୍କୁ ଲାଗିବ ଏହି ଲବଙ୍ଗ ଏବଂ ଗୋଲ ମରିଚ ଅଳ୍ପ ଅଳ୍ପ ଧଳା ପଡ଼ିବାକୁ ଲାଗିବ ତେବେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ।ଏବଂ ଏହାକୁ ଏକ ପାତ୍ରରେ କାଢିଦିଅନ୍ତୁ।ଏହାପରେ ତାହାକୁ ଥଣ୍ଡା କରିବାପାଇଁ ଛାଡିଦିଅନ୍ତୁ।

ଏହାପରେ ଆପଣଙ୍କୁ ଦରକାର ହେବ ଏକ ଛୋଟ ଅଦାର ଖଣ୍ଡ।ଏବଂ ପାଞ୍ଚ ଖଣ୍ଡ ତୁଳସୀର ପତ୍ର।ଏହା ଆପଣ ଜାଣଛନ୍ତି ଯେ ଅଦା ଏବଂ ତୁଳସୀ ଜ୍ୱର ଥଣ୍ଡା ଏବଂ କଫ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାନ୍ତି।ଏହାପରେ ନେଇଥିବା ଅଦା ଖଣ୍ଡକୁ ପ୍ୟାନ ଦ୍ୱାରା ଅଳ୍ପ ସେକି କରି ଗରମ କରିଦିଅନ୍ତୁ।ଏହାପରେ ଆପଣ ନେଇଥିବା ଲବଙ୍ଗ ଏବଂ ଗୋଲ ମରିଚକୁ କୁଟି କରି ଗୁଣ୍ଡ କରି ଏହାର ପାଉଡର ପ୍ରସ୍ତୁତ କରିଦିଅନ୍ତୁ।ଏହାପରେ ଗରମ ଅଦାକୁ ଛୋଟ ଛୋଟ ଖଣ୍ଡ କରି ଏବଂ ତୁଳସୀକୁ ନେଇ ଏହାକୁ ମଧ୍ୟ କୁଟିକରି ଗୁଣ୍ଡ କରିଦିଅନ୍ତୁ।ଏବଂ ମନେରଖନ୍ତୁ ତୁଳସୀର ପତ୍ର ନେବାପୂର୍ବରୁ ଏହାକୁ ଧୋଇ ଭଲ ଭାବରେ ସଫା କରିଦିଅନ୍ତୁ।

ଗୁଣ୍ଡ କରିବାପରେ ଏହାର ରସ ପ୍ରସ୍ତୁତ କରନ୍ତୁ।ଏହାପରେ ଅଳ୍ପ ମହୁ ନିଅନ୍ତୁ ଏବଂ ଏହାସହିତ ଅଳ୍ପ ହଳଦି ଏବଂ ସୈନ୍ଧବ ଲବଣ।ଏକ ଚାମଚ ମହୁର ପ୍ରସ୍ତୁତକରିଥିବା ଲବଙ୍ଗ ଏବଂ ଗୋଲମରିଚ ପାଉଡର ଅଳ୍ପ ପକାନ୍ତୁ ଏବଂ ଏହାପରେ ଅଦା ଏବଂ ତୁଳସୀ ରସ ମଧ୍ୟ ମିଶାନ୍ତୁ।ଏହାପରେ ଏକ ଚିମୁଟା ସୈନ୍ଧବ ଲବଣ ଏବଂ ଏକ ଚିମୁଟା ହଳଦି ମଧ୍ୟ ମିଶାନ୍ତୁ।ଏହିସବୁକୁ ଭଲ ଭାବରେ ମହୁରେ ମିଶାନ୍ତୁ।ଏହାପରେ ଏହା ପ୍ରସ୍ତୁତ ହୋଇଯିବ।ଏବଂ ଏହାକୁ ଆପଣ ସକାଳେ ଖରାବେଳେ ଏବଂ ସଞ୍ଜବେଳେ ସେବନ କରନ୍ତୁ।ଏବଂ ଏହାକୁ ଆପଣ ରାତ୍ରିରେ ଶୋଇବା ସମୟରେ ନିଶ୍ଚିତ ଭାବରେ ସେବନ କରନ୍ତୁ।ଏବଂ ଏହାକୁ ନେବାପରେ ଅତି କମରେ ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ।ତେବେ ଏହାକୁ ନିଶ୍ଚିତ ଭାବରେ ବ୍ୟବହାର କରିଦେଖନ୍ତୁ।

Leave a Reply

Your email address will not be published. Required fields are marked *