October 22, 2024

Odia Express

Leading Odia News Portal of Odisha

ସବୁଠୁ ଅଧିକ ଥର ଶପଥ ନେଇଥିବା ୧୦ ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ ଏହି କଥା ଜାଣିରଖନ୍ତୁ – ଏହି ନେତା ୭ ଥର ମୁଖ୍ୟମନ୍ତ୍ରୀ ହେଇଛନ୍ତି..

ବନ୍ଧୁମାନେ ଏବେ ଅଳ୍ପଦିନ ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନରେ ଲଗାତାର ତୃତୀୟ ଥର ଜିତି ମମତା ବାନର୍ଜୀ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ଆପଣ ଜାଣିଛନ୍ତିକି ଭାରତରେ ସବୁଠାରୁ ଅଧିକ ଥର ମୁଖ୍ୟମନ୍ତ୍ରୀ ପଦରେ କେଉଁମାନେ ଶପଥ ଗ୍ରହଣ କରିଛନ୍ତି?ଆଜି ଆମେ ଏଠାରେ ସେଭଳି ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।

ଏହି ତାଲିକାରେ ୧୦ରେ ଆସିବେ – ଫରୁକ୍ ଅବ୍ଦୁଲାହ୍ (ଜାମ୍ମୁ ଏବଂ କାଶ୍ମୀର) – ଫାରୁକ୍ ଅବ୍ଦୁଲାହ୍ ୫ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ପ୍ରଥମଥର ପାଇଁ ୮ ସେପ୍ଟେମ୍ବର ୧୯୮୨ରେ ଶପଥ ନେଇଥିଲେ।ତେବେ ଏହି ୫ଥର ମଧ୍ୟରେ କେବଳ ଥରେ ହିଁ ସେ ନିଜ ୫ ବର୍ଷର ଅବଧିକୁ ପୂରଣ କରିଛନ୍ତି।ଯେତେବେଳେ ସେ ପଞ୍ଚମ ଥର ପାଇଁ ୯ ଅକ୍ଟୋବର ୧୯୯୬ରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ ଓ ନିଜ ୫ ବର୍ଷର ଅବଧି ସମାପ୍ତ କରିଥିଲେ।

ଏହି ତାଲିକାରେ ୯ରେ ଆସିବେ ନାରାୟଣ ଦତ୍ତ ତିୱାରୀ (ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ) ନାରାୟଣ ଦତ୍ତ ତିୱାରୀ ମଧ୍ୟ ୫ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୨୧ ଜାନୁଆରୀ ୧୯୭୬ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓ ଶେଷରେ ୨ମାର୍ଚ୍ଚ ୨୦୦୨ରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ରୂପେ ପଞ୍ଚମ ଥର ଶପଥ ନେଇଥିଲେ।

ଏହି ତାଲିକାରେ ୮ରେ ଆସିବେ ପ୍ରକାଶ ସିଂହ ବାଦଲ – (ପଞ୍ଜାବ) ପ୍ରକାଶ ସିଂହ ବାଦଲ ମଧ୍ୟ ୫ ଥର ହିଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୨୭ ମାର୍ଚ୍ଚ ୧୯୭୦ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୧୪ ମାର୍ଚ୍ଚ ୨୦୧୨ ରେ ଶପଥ ନେଇଥିଲେ।

ଏହି ତାଲିକାରେ ୭ରେ ଆସିବେ ନବୀନ ପଟ୍ଟନାୟକ(ଓଡିଶା) – ନବୀନ ପଟ୍ଟନାୟକ ମଧ୍ୟ ୫ ଥର ହିଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ସେ ପ୍ରଥମଥର ପାଇଁ ୫ ମାର୍ଚ୍ଚ ୨୦୦୦ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୨୯ ମେ ୨୦୧୯ ରେ ଶପଥ ନେଇଥିଲେ।ତେବେ ଯଦି ସେ ନିଜ ବର୍ତ୍ତମାନର ଅବଧି ପୂରଣ କରିବେ ତେବେ ସବୁଠାରୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବା ମୁଖ୍ୟମନ୍ତ୍ରୀ ହେବେ।

ଏହି ତାଲିକାରେ ୬ରେ ଆସିବେ- ପୱନ୍ କୁମାର୍ ଚାମ୍ଲିଂଗ – (ସିକିମ) ପୱନ୍ କୁମାର୍ ଚାମ୍ଲିଂଗ ମଧ୍ୟ ୫ ଥର ହିଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୧୩ ଡିସେମ୍ବର ୧୯୯୪ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୨୧ ମେ ୨୦୧୪ରେ ଶପଥ ନେଇଥିଲେ।ତେବେ ସେ ୫ଥରରେ ପୁରା ୨୪ବର୍ଷ ୧୬୬ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି।

ଏହି ତାଲିକାରେ ୫ରେ ଆସିବେ- ଜ୍ୟୋତି ବସୁ(ପଶ୍ଚିମବଙ୍ଗ) – ଜ୍ୟୋତି ବସୁ ମଧ୍ୟ ୫ ଥର ହିଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୨୧ ଜୁନ ୧୯୭୭ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୧୬ ମେ ୧୯୯୬ରେ ଶପଥ ନେଇଥିଲେ।

ଏହି ତାଲିକାରେ ୪ରେ ଆସିବେ ୱିଲିଆମ୍ସନ ଏ.ସଂଘମା – (ମେଘାଳୟ)ୱିଲିଆମ୍ସନ ଏ. ସଂଘମା ୬ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୨ ଏପ୍ରିଲ ୧୯୭୦ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୨ ଏପ୍ରିଲ ୧୯୮୩ରେ ଶପଥ ନେଇଥିଲେ।

ଏହି ତାଲିକାରେ ୩ରେ ଆସିବେ ଜେ.ଜୟଲଳିତା(ତାମିଲନାଡୁ) – ଜେ. ଜୟଲଳିତା ମଧ୍ୟ ୬ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୨୪ ଜୁନ ୧୯୯୧ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୨୩ ମେ ୨୦୧୬ ରେ ଶପଥ ନେଇଥିଲେ।ମୁଖ୍ୟମନ୍ତ୍ରୀ ପଦରେ ଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ୫ ଡିସେମ୍ବର ୨୦୧୬ରେ ହେଇଥିଲା।

ଏହି ତାଲିକାରେ ୨ରେ ଆସିବେ ନିତିଶ କୁମାର(ବିହାର) – ନିତିଶ କୁମାର ୬ଥର ହିଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି।ତେବେ ପ୍ରଥମଥର ପାଇଁ ୩ ମାର୍ଚ୍ଚ ୨୦୦୦ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୨୬ ନଭେମ୍ବର ୨୦୨୦ରେ ଶପଥ ନେଇଥିଲେ।

ଏହି ତାଲିକାରେ ୧ରେ ଆସିବେ ପ୍ରତାପ ସିଂହ ରାଣେ (ଗୋଆ) – ପ୍ରତାପ ସିଂହ ରାଣେ ୭ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିବା ଏକ ମାତ୍ର ମୁଖ୍ୟମନ୍ତ୍ରୀ ଅଟନ୍ତି।ତେବେ ପ୍ରଥମଥର ପାଇଁ ୧୬ ଜାନୁଆରୀ ୧୯୮୦ରେ ଶପଥ ଗ୍ରହଣ କରିଥିବା ବେଳେ, ଶେଷ ଥର ପାଇଁ ୭ ଜୁନ ୨୦୦୫ ରେ ଶପଥ ନେଇଥିଲେ।

Leave a Reply

Your email address will not be published. Required fields are marked *