October 22, 2024

Odia Express

Leading Odia News Portal of Odisha

ଗରମ ଦିନ ପାଇଁ ଖାସ ତେଲ ଯାହା ଧଳା ବାଳକୁ କଳା କରିବ ଓ ଚନ୍ଦା ମୁଣ୍ଡରେ ଚୁଟି ପୁଣି ଉଠାଇ ଦେବ…

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏକ ହର୍ବାଲ ହେୟର ଅଏଲ ବିଷୟରେ କହିବି ଗରମ ଋତୁ ପାଇଁ।ଆମେ ଗରମ ଦିନରେ ଏମିତି ଜିନିଷ ବ୍ୟବହାର କରିପାରିବା ନାହିଁ ଯାହା ଅଠାଳିଆ ଲାଗିବ।ଆଜି ମୁଁ ଆପଣଙ୍କୁ ଯେଉଁ ତେଲ ବିଷୟରେ କହିବି ତାହାକୁ ଆମେ ଗରମ ଦିନରେ ମଧ୍ୟ ବ୍ୟବହାର କରିପାରିବା।ଏହା ଆପଣଙ୍କ ମୁଣ୍ଡକୁ ଥଣ୍ଡା କରିବ ଓ ଆପଣଙ୍କ ଚୁଟିକୁ ମଜବୁତ ରଖିବ।ଆପଣ ଏହାକୁ ଯେକୌଣସି ଦିନରେ ମଧ୍ୟ ବ୍ୟବହାର କରିପାରିବେ।

ଏଥିପାଇଁ ଆପଣ ପ୍ରଥମେ ନେବେ ଆଲୋଭେରା।ଏହାକୁ କାଟି କରି ଏକ ଖଣ୍ଡ ପାତ୍ରରେ ଦଶ ମିନିଟ ରଖନ୍ତୁ ଓ ଏହାପରେ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ।ଆଲୋଭେରା ଆପଣଙ୍କ ବାଳକୁ ଥଣ୍ଡା ପ୍ରଦାନ କରେ ଓ ଆପଣଙ୍କ ସ୍କିନକୁ ସୁସ୍ଥ ରଖେ।ଏଥିରେ ଭିଟାମିନ ଏ,ବି, ସି ଆଦି ସହିତ ଫୋଲିକ ଏସିଡ ଥାଏ ଯାହା ବାଳ ଝଡ଼ିବା କମ କରେ।ଏହା ଗଞ୍ଜାପଣକୁ ଦୂର କରିବାରେ ସହାୟକ ହୋଇଥାଏ ଓ ତା ସହିତ ଆପଣଙ୍କ ମୁଣ୍ଡରେ ନୂଆ ବାଳ ଉଠିବାରେ ମଧ୍ୟ ସହାୟକ କରିଥାଏ।

ଦ୍ଵିତୀୟ ଜିନିଷ ଆପଣ ନେବେ ଅଦା।ଏହା ଆପଣଙ୍କ ବାଳକୁ ଝଡିବାରୁ ରକ୍ଷା କରିଥାଏ।ଆପଣ ଅଦାକୁ ଛୋଟ ଛୋଟ ଖଣ୍ଡ କରି କାଟିଦେବେ।ଆପଣ ଏକ ପାତ୍ରରେ ୧୦୦ମିଲି ନଡ଼ିଆ ତେଲ ଗରମ କରନ୍ତୁ।ପରେ ଏଥିରେ ଆପଣ କାଟି ରଖିଥିବା ଆଲୋଭେରା ଓ ଅଦାକୁ ପକାଇ ଦିଅନ୍ତୁ।ଏଥିରେ ଆପଣ ଟିକେ କଲୋଞ୍ଜି ପକାଇ ଦେବେ କାରଣ ଏହା ବାଳ କଳା କରିବାରେ ସହାୟକ ହୋଇଥାଏ।ଆପଣ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ ହେବା ପାଇଁ ଛାଡ଼ିଦେବେ।ଏବେ ଆପଣ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଭାବେ ଛାଡ଼ିଦେବେ।

ଏବେ ଆପଣ ନେବେ କିଛି ଦେଶୀ କର୍ପୁର।ଯଦି ଆପଣଙ୍କ ମୁଣ୍ଡରେ ରୁପି ଅଛି ବା ଉକୁଣୀ ଆଦି ଅଛନ୍ତି ବା କୌଣସି ପ୍ରକାର ଇନ୍ଫେକ୍କସନ ଅଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହେବ।ଏବେ ଆପଣ ଏହି କର୍ପୁରକୁ କୌଣସି ଏକ ବୋତଲରେ ରଖିଦେବେ।ଏହା ଆପଣଙ୍କ ତେଲରେ ଏକ୍ସଟ୍ରା ବାସ୍ନା ଆଣିଦେବ।ଏବେ ଆପଣ ସେହି ତେଲକୁ ଛାଣିଦେବେ।ଛାଣି ସାରିବା ପରେ ସେହି ବୋତଲରେ ଏହି ତେଲକୁ ପୁରାଇଦେବେ।ଆପଣ ପ୍ରତି ପନ୍ଦର ଦିନରେ ଏହାକୁ ପୁଣି ତିଆରି କରିବେ।ଯେଉଁ ବଳକା ଜିନିଷ ବଳିପଡିବ ତାହାକୁ ନ ଫୋପାଡି ଆପଣ ଗ୍ରାଇଣ୍ଡିଂ କରି ଆପଣ ଚୁଟି ଅଥବା ମେହେନ୍ଦି ଭାବରେ ବ୍ୟବହାର କରିପାରିବେ।ଆପଣ ଏହି ତେଲକୁ ବେଶୀ ଦିନ ବ୍ୟବହାର କରିବେ ନାହିଁ।ସମୟ ବ୍ୟବଧାନରେ ଏହାକୁ ପୁଣି ପ୍ରସ୍ତୁତ କରି ବ୍ୟବହାର କରିବେ।

Leave a Reply

Your email address will not be published. Required fields are marked *