October 22, 2024

Odia Express

Leading Odia News Portal of Odisha

ଗୁଣ ଏବଂ ବ୍ୟକ୍ତିତ୍ୱ ନିଜ ନମର ପ୍ରଥମ ଅକ୍ଷରରୁ ଜାଣନ୍ତୁ – ଏବେ ଆପଣଙ୍କ ପ୍ରିୟଜନଙ୍କ ନାମ ଓ ଆପଣଙ୍କ ନାମ ବାଛନ୍ତୁ..

ସାଙ୍ଗମନେ ଏହା କୁହାଯାଇଥାଏ ଯେ ଯେକୌଣସି ବ୍ୟକ୍ତିର ନାମ ତାହାର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ।ଏବଂ ଆପଣଙ୍କ ନାମର ପ୍ରଥମ ଆକ୍ଷର ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ।ଜୋତିଶ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଉପସ୍ଥିତ ଥାଏ ସେହି ରାଶି ଅନୁସାରେ ନାମର ପ୍ରଥମ ଆକ୍ଷର ନିର୍ଦ୍ଧାରିତ କରାଯାଇଥାଏ।

ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କିଛି ଆକ୍ଷର ଦେଖାଇବୁ।ଏବଂ ସେଥିରୁ ଆପଣଙ୍କୁ ନିଜ ନାମର ପ୍ରଥମ ଅକ୍ଷର ବାଛିବାର ଅଛି ଏବଂ ଆପଣ ବାଛିଥିବା ଏହି ଅକ୍ଷର ଆପଣଙ୍କ ବିଷୟରେ କିଛି ଗଭୀର ତଥ୍ୟ ଜଣାଇବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।

A ନାମ ଯୁକ୍ତ ବ୍ୟକ୍ତି:- ଜୋତିଶ ଶାସ୍ତ୍ର ଅନୁସାରେ A ନାମ ବ୍ୟକ୍ତି ବହୁତ ଧର୍ୟ୍ଯବାନ ସାହସୀ ଏବଂ ପରିଶ୍ରମୀ ହୋଇଥାନ୍ତି।ଏମାନଙ୍କୁ ବଢ଼େଇ ଚଡେଇ କଥା କହିବା ପସନ୍ଦ ହୋଇନଥାଏ।ସତ ଯେତେ ମଧ୍ୟ କଡା ହେଲେ ଏମାନେ ତାହାକୁ ପ୍ରତ୍ୟେକ ପରିସ୍ଥିତିରେ ସ୍ୱୀକାର କରିଥାନ୍ତି।ଏମାନେ ନିଜ ବ୍ୟକ୍ତିଗତ ଏବଂ କାର୍ଯ୍ୟଗତ ଜୀବନକୁ କେବେହେଲେ ମିଶାଇ ନଥାନ୍ତି।ଏହି ଦୁଇ ଜାଗାରେ ସେମାନେ ଖୋଲା ଭାବରେ ଏବଂ ସ୍ପଷ୍ଟ ଭାବରେ ନିଜର ମତ ରଖିଥାନ୍ତି।ଲଭ ଲାଇଫ ଉପରେ କହିଲେ ଏମାନେ ରୋମାନ୍ସ ମାମଲାରେ ଅଳ୍ପ ସଂକୋଚି ହୋଇଥାନ୍ତି।ଯଦି ଆପଣଙ୍କ ନାମ A ରୁ ଆରମ୍ବ ହୋଇଛି ତେବେ ଆପଣ ଏକ ଦୃଢ଼ ବ୍ୟକ୍ତିତ୍ୱର ମାଲିକ ଅଟନ୍ତି।

G ନାମ ଯୁକ୍ତ ବ୍ୟକ୍ତି :- G ନାମ ଯୁକ୍ତ ବ୍ୟକ୍ତି ଶାନ୍ତ ଦେଖାଯାଇଥାନ୍ତି କିନ୍ତୁ କୌଣସି ଖରାପ କଥାରେ ଏମାନଙ୍କୁ ବହୁତ ଜଲଦି ରାଗ ଲାଗିଯାଇଥାଏ।ଏମାନେ ହୃଦୟରୀ ସଫା ହୋଇଥାନ୍ତି ଏବଂ ଏମାନେ କାହା ଚାପରେ ରହି କାମ କରିବାରେ ପସନ୍ଦ କରିନଥାନ୍ତି।ଏବଂ ସେହି କାମ କରିବାରେ ପସନ୍ଦ କରିଥାନ୍ତି ଯାହା ଏମାନଙ୍କ ମନକୁ ପସନ୍ଦ ହୋଇଥାଏ ଏବଂ ନିଜ କଥାକୁ ଏମାନେ କାହା ସହିତ ସେୟାର କରିବା ଉଚିତ ଭାବିନଥାନ୍ତି।ବନ୍ଦୀ ଭାବରେ ରଖି ଏମାନଙ୍କ ଦ୍ୱାରା କୌଣସି କାମ କରାଇଯାଇପାରିବ ନାହିଁ।

K ନାମ ଯୁକ୍ତ ବ୍ୟକ୍ତି:- K ନାମ ଯୁକ୍ତ ବ୍ୟକ୍ତିଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ।ଏମାନେ ସବୁବେଳେ ଖୁସିରେ ଥାନ୍ତି ଏବଂ ହସ ମୁଖ ରଖିଥାନ୍ତି।ଏମାନଙ୍କ ଭାଗ୍ୟ ଯୋଗୁ ସେହି ସବୁ ଖୁସି ମିଳିଥାଏ ଯାହାର ହକଦାର ଏମାନେ ହୋଇଥାନ୍ତି।ଏମାନଙ୍କ ବ୍ୟକ୍ତିତ୍ୱ ଆକର୍ଷକ ହୋଇଥାଏ।ଏମାନେ ଅନ୍ୟମାନଙ୍କ ସାହାଯ୍ୟ କରିବାରେ ସବୁବେଳେ ଆଗରେ ଥାନ୍ତି।ଏମାନଙ୍କ ଉପରେ ବିଶ୍ୱାସ କରାଯାଇପାରେ।

M ନାମ ଯୁକ୍ତ ବ୍ୟକ୍ତି:- M ନାମ ଥିବା ବ୍ୟକ୍ତି ବହୁତ ସୁନ୍ଦର ଏବଂ ଅନ୍ୟମାନଙ୍କୁ ଆକର୍ଷିତ କରିଥାନ୍ତି।ଏମାନେ ନିଜର ଅଲଗା ଦୁନିଆରେ ରହିବାକୁ ପସନ୍ଦ କରିଥାନ୍ତି।ଏମାନଙ୍କୁ ଜୀବନରେ ବେସି ସ୍ୱପ୍ନ ରଖିନଥାନ୍ତି ।ଏମାନେ ପ୍ରେମ ମାମଲାରେ ଆଦର୍ଶ ବାଦୀ ଭାବନା ରଖିଥାନ୍ତି।

T ନାମ ଯୁକ୍ତ ବ୍ୟକ୍ତି:-T ନାମ ଯୁକ୍ତ ବ୍ୟକ୍ତି ନିଜ ପରିବାରକୁ ପ୍ରେମ କରିବା ବ୍ୟକ୍ତି ହୋଇଥାନ୍ତି।ନିଜକୁ ଫିଟ ରଖିବା ଏବଂ ନିଜର କେୟାର କରିବା ଏମାନଙ୍କୁ ପସନ୍ଦ ହୋଇଥାଏ।ଏମାନେ ଖର୍ଚ୍ଚ କରିବା ବ୍ୟକ୍ତି ମଧ୍ୟ ହୋଇଥାନ୍ତି।ଖର୍ଚ୍ଚ କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ।ପ୍ରେମ ମାମଲାରେ ଏମାନେ ସମ୍ବେଦନଶୀଳ ହୋଇଥାନ୍ତି।ଏବଂ ଗୋଟେ ଥର ପ୍ରେମରେ ପଡିବା ମାତ୍ରେ ସେଥିରେ ବୁଡିଯାଇଥାନ୍ତି।

P ନାମ ଯୁକ୍ତ ବ୍ୟକ୍ତି:-P ନାମ ଯୁକ୍ତ ବ୍ୟକ୍ତି ସଚୋଟ ଏବଂ ବିଶ୍ୱସ୍ଥ ହୋଇଥାନ୍ତି।ଏମାନେ ଅନେକ କଳାରେ ମହୀର ହୋଇଥାନ୍ତି ଏବଂ ନିଜ ଦୁନିଆରେ ରହିବା ପସନ୍ଦ କରିଥାନ୍ତି।ଜୀବନରେ ଏମାନଙ୍କୁ ସବୁ ଖୁସି ମିଳିଥାଏ ଯାହା ଏମାନେ ଚାହିଁଥାନ୍ତି।ଭାଗ୍ୟରୁ ଏମାନେ ଧନୀ ହୋଇଥାନ୍ତି।ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଏମାନେ ସବୁବେଳେ ଆଗରେ ଥାନ୍ତି।

S ନାମ ଯୁକ୍ତ ବ୍ୟକ୍ତି:- ଯେଉଁ ବ୍ୟକ୍ତିଙ୍କ ନାମ Sରୁ ଆରମ୍ଭ ହୋଇଥାଏ ସେମାନେ ସମ୍ବେଦନଶୀଳ ହୋଇଥାନ୍ତି।ଏମାନେ ପରିଶ୍ରମୀ ହୋଇଥାନ୍ତି।ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଏମାନେ କାହାକୁ କହିବା ପସନ୍ଦ କରିନଥାନ୍ତି।ଛୋଟ ଛୋଟ କଥାରେ ଏମାନେ ବେଳେବେଳେ ବହୁତ ଆବେଗ ପ୍ରବଣ ହୋଇଥାନ୍ତି।

R ନାମ ଯୁକ୍ତ ବ୍ୟକ୍ତି:- ଏହି ବ୍ୟକ୍ତି ସମସ୍ତିଙ୍କ ସହିତ ଭଲ ଭାବରେ ମିଶିଥାନ୍ତି।ଏବଂ ନିଜ ପରିବାରକୁ ସବୁବେଳେ ମହତ୍ୱ ଦେଇଥାନ୍ତି।ଏମାନେ ଲୋକମାନଙ୍କୁ ଆକର୍ଷଣ କରିଥାନ୍ତି।ଏମାନେ ଜୀବନରେ ଏପରି କିଛି କରିଥାନ୍ତି ଯାହାକୁ ଅନ୍ୟକେହି କରିନଥାନ୍ତି।

Leave a Reply

Your email address will not be published. Required fields are marked *